ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ

ଯିହିଜିକଲ ଅଧ୍ୟାୟ 42

1 ତହିଁ ଉତ୍ତାରୁ ସେ ମୋତେ ଉତ୍ତରଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର-ଦିଗସ୍ଥ କୋଠରିରେ ଉପସ୍ଥିତ କରାଇଲେ । 2 ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ଵାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା । 3 ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବରଣ୍ତା ଥିଲା । 4 ପୁଣି, କୋଠରିସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ଵାର ଉତ୍ତର ଆଡ଼େ ଥିଲା । 5 ଉପରିସ୍ଥ କୋଠରିସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରି ଅପେକ୍ଷା ଅପ୍ରଶସ୍ତ ବରଣ୍ତାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା । 6 କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରିସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା । 7 ପୁଣି, କୋଠରିସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରିସକଳର ପାର୍ଶ୍ଵରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା । 8 କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରିସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା । 9 ପୁଣି, ବାହାର ପ୍ରାଙ୍ଗଣରୁ ସେସବୁ କୋଠରିକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ-ସ୍ଥାନ ପଡ଼ିଲା । 10 ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରିଶ୍ରେଣୀ ଥିଲା । 11 ଆଉ, ସେସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରି-ସକଳର ପଥ ପରି ଥିଲା; ସେସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ଵାର ଥିଲା । 12 ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରିସକଳର ଦ୍ଵାର ତୁଲ୍ୟ ପଥ ମୁଣ୍ତରେ ଗୋଟିଏ ଦ୍ଵାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍, ସେସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା । 13 ତହୁଁ ସେ ମୋତେ କହିଲେ, ପୃଥକ୍ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ । 14 ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ । 15 ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ଵାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ । 16 ସେ ପରିମାପକ ନଳ ଦ୍ଵାର ପୂର୍ବ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା । 17 ସେ ଉତ୍ତର ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା । 18 ସେ ଦକ୍ଷିଣ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ତାହା ପାଞ୍ଚଶହ ନଳ ହେଲା । 19 ସେ ପଶ୍ଚିମ ପାର୍ଶ୍ଵକୁ ଫେରି ପରିମାପକ ନଳରେ ପାଞ୍ଚଶହ ନଳ ମାପିଲେ । 20 ସେ ତାହାର ଚାରି ପାର୍ଶ୍ଵ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚଶହ ଓ ପ୍ରସ୍ଥରେ ପାଞ୍ଚଶହ (ନଳ) ଥିଲା ।
1 ତହିଁ ଉତ୍ତାରୁ ସେ ମୋତେ ଉତ୍ତରଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର-ଦିଗସ୍ଥ କୋଠରିରେ ଉପସ୍ଥିତ କରାଇଲେ । .::. 2 ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ଵାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା । .::. 3 ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବରଣ୍ତା ଥିଲା । .::. 4 ପୁଣି, କୋଠରିସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ଵାର ଉତ୍ତର ଆଡ଼େ ଥିଲା । .::. 5 ଉପରିସ୍ଥ କୋଠରିସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରି ଅପେକ୍ଷା ଅପ୍ରଶସ୍ତ ବରଣ୍ତାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା । .::. 6 କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରିସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା । .::. 7 ପୁଣି, କୋଠରିସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରିସକଳର ପାର୍ଶ୍ଵରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା । .::. 8 କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରିସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା । .::. 9 ପୁଣି, ବାହାର ପ୍ରାଙ୍ଗଣରୁ ସେସବୁ କୋଠରିକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ-ସ୍ଥାନ ପଡ଼ିଲା । .::. 10 ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରିଶ୍ରେଣୀ ଥିଲା । .::. 11 ଆଉ, ସେସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରି-ସକଳର ପଥ ପରି ଥିଲା; ସେସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ଵାର ଥିଲା । .::. 12 ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରିସକଳର ଦ୍ଵାର ତୁଲ୍ୟ ପଥ ମୁଣ୍ତରେ ଗୋଟିଏ ଦ୍ଵାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍, ସେସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା । .::. 13 ତହୁଁ ସେ ମୋତେ କହିଲେ, ପୃଥକ୍ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ । .::. 14 ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ । .::. 15 ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ଵାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ । .::. 16 ସେ ପରିମାପକ ନଳ ଦ୍ଵାର ପୂର୍ବ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା । .::. 17 ସେ ଉତ୍ତର ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା । .::. 18 ସେ ଦକ୍ଷିଣ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ତାହା ପାଞ୍ଚଶହ ନଳ ହେଲା । .::. 19 ସେ ପଶ୍ଚିମ ପାର୍ଶ୍ଵକୁ ଫେରି ପରିମାପକ ନଳରେ ପାଞ୍ଚଶହ ନଳ ମାପିଲେ । .::. 20 ସେ ତାହାର ଚାରି ପାର୍ଶ୍ଵ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚଶହ ଓ ପ୍ରସ୍ଥରେ ପାଞ୍ଚଶହ (ନଳ) ଥିଲା । .::.
  • ଯିହିଜିକଲ ଅଧ୍ୟାୟ 1  
  • ଯିହିଜିକଲ ଅଧ୍ୟାୟ 2  
  • ଯିହିଜିକଲ ଅଧ୍ୟାୟ 3  
  • ଯିହିଜିକଲ ଅଧ୍ୟାୟ 4  
  • ଯିହିଜିକଲ ଅଧ୍ୟାୟ 5  
  • ଯିହିଜିକଲ ଅଧ୍ୟାୟ 6  
  • ଯିହିଜିକଲ ଅଧ୍ୟାୟ 7  
  • ଯିହିଜିକଲ ଅଧ୍ୟାୟ 8  
  • ଯିହିଜିକଲ ଅଧ୍ୟାୟ 9  
  • ଯିହିଜିକଲ ଅଧ୍ୟାୟ 10  
  • ଯିହିଜିକଲ ଅଧ୍ୟାୟ 11  
  • ଯିହିଜିକଲ ଅଧ୍ୟାୟ 12  
  • ଯିହିଜିକଲ ଅଧ୍ୟାୟ 13  
  • ଯିହିଜିକଲ ଅଧ୍ୟାୟ 14  
  • ଯିହିଜିକଲ ଅଧ୍ୟାୟ 15  
  • ଯିହିଜିକଲ ଅଧ୍ୟାୟ 16  
  • ଯିହିଜିକଲ ଅଧ୍ୟାୟ 17  
  • ଯିହିଜିକଲ ଅଧ୍ୟାୟ 18  
  • ଯିହିଜିକଲ ଅଧ୍ୟାୟ 19  
  • ଯିହିଜିକଲ ଅଧ୍ୟାୟ 20  
  • ଯିହିଜିକଲ ଅଧ୍ୟାୟ 21  
  • ଯିହିଜିକଲ ଅଧ୍ୟାୟ 22  
  • ଯିହିଜିକଲ ଅଧ୍ୟାୟ 23  
  • ଯିହିଜିକଲ ଅଧ୍ୟାୟ 24  
  • ଯିହିଜିକଲ ଅଧ୍ୟାୟ 25  
  • ଯିହିଜିକଲ ଅଧ୍ୟାୟ 26  
  • ଯିହିଜିକଲ ଅଧ୍ୟାୟ 27  
  • ଯିହିଜିକଲ ଅଧ୍ୟାୟ 28  
  • ଯିହିଜିକଲ ଅଧ୍ୟାୟ 29  
  • ଯିହିଜିକଲ ଅଧ୍ୟାୟ 30  
  • ଯିହିଜିକଲ ଅଧ୍ୟାୟ 31  
  • ଯିହିଜିକଲ ଅଧ୍ୟାୟ 32  
  • ଯିହିଜିକଲ ଅଧ୍ୟାୟ 33  
  • ଯିହିଜିକଲ ଅଧ୍ୟାୟ 34  
  • ଯିହିଜିକଲ ଅଧ୍ୟାୟ 35  
  • ଯିହିଜିକଲ ଅଧ୍ୟାୟ 36  
  • ଯିହିଜିକଲ ଅଧ୍ୟାୟ 37  
  • ଯିହିଜିକଲ ଅଧ୍ୟାୟ 38  
  • ଯିହିଜିକଲ ଅଧ୍ୟାୟ 39  
  • ଯିହିଜିକଲ ଅଧ୍ୟାୟ 40  
  • ଯିହିଜିକଲ ଅଧ୍ୟାୟ 41  
  • ଯିହିଜିକଲ ଅଧ୍ୟାୟ 42  
  • ଯିହିଜିକଲ ଅଧ୍ୟାୟ 43  
  • ଯିହିଜିକଲ ଅଧ୍ୟାୟ 44  
  • ଯିହିଜିକଲ ଅଧ୍ୟାୟ 45  
  • ଯିହିଜିକଲ ଅଧ୍ୟାୟ 46  
  • ଯିହିଜିକଲ ଅଧ୍ୟାୟ 47  
  • ଯିହିଜିକଲ ଅଧ୍ୟାୟ 48  
×

Alert

×

Oriya Letters Keypad References