ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ରେରିତମାନଙ୍କ କାର୍ଯ୍ୟର ବିବରଣ

ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 6

1 ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍ ଭାଷାବାଦୀ ଯିହୁଦୀମାନେ ଏବ୍ରୀୟମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ପରିଚର୍ଯ୍ୟାରେ ସେମାନଙ୍କର ବିଧବାମାନଙ୍କୁ ଉପେକ୍ଷା କରାଯାଉଥିଲା । 2 ସେଥିରେ ଦ୍ଵାଦଶ, ଶିଷ୍ୟସମୂହକୁ ନିକଟକୁ ଡାକି କହିଲେ, ଈଶ୍ଵରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ । 3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରି ପାରୁ, ଏପରି ସୁଖ୍ୟାତିସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣ-ମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ; 4 କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପରିଚର୍ଯ୍ୟାରେ ଏକାଗ୍ରଭାବେ ଲାଗିରହିବା । 5 ଏହି କଥା ସମସ୍ତ ସମ୍ପ୍ରଦାୟର ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ଵାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କି, ପୁଣି ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ଵୀ ନୀକଲାୟଙ୍କୁ ମନୋନୀତ କରି, 6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ । 7 ଏଥିଉତ୍ତାରେ ଈଶ୍ଵରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ଵାସମାର୍ଗ ଅବଲମ୍ଵନ କରିବାକୁ ଲାଗିଲେ । 8 ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ । 9 କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକ୍ଜାଣ୍ତ୍ରୀୟ-ମାନଙ୍କ ନାମରେ ଖ୍ୟାତ ସମାଜଗୃହର କେତେକ ଜଣ, ପୁଣି କିଲିକିଆ ଓ ଆସିଆ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, 10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ । 11 ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ଵରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ । 12 ଆଉ, ସେମାନେ ଲୋକସାଧାରଣଙ୍କୁ, ପୁଣି ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାଙ୍କୁ ବଳରେ ଧରି ମହାସଭାକୁ ଆଣିଲେ, 13 ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ, ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ବ୍ୟବସ୍ଥା ବିରୁଦ୍ଧରେ କଥା କହିବାରୁ କ୍ଷା; ହେଉ ନାହିଁ, 14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ଵଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ । 15 ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ ।
1 ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍ ଭାଷାବାଦୀ ଯିହୁଦୀମାନେ ଏବ୍ରୀୟମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ପରିଚର୍ଯ୍ୟାରେ ସେମାନଙ୍କର ବିଧବାମାନଙ୍କୁ ଉପେକ୍ଷା କରାଯାଉଥିଲା । .::. 2 ସେଥିରେ ଦ୍ଵାଦଶ, ଶିଷ୍ୟସମୂହକୁ ନିକଟକୁ ଡାକି କହିଲେ, ଈଶ୍ଵରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ । .::. 3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରି ପାରୁ, ଏପରି ସୁଖ୍ୟାତିସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣ-ମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ; .::. 4 କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପରିଚର୍ଯ୍ୟାରେ ଏକାଗ୍ରଭାବେ ଲାଗିରହିବା । .::. 5 ଏହି କଥା ସମସ୍ତ ସମ୍ପ୍ରଦାୟର ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ଵାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କି, ପୁଣି ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ଵୀ ନୀକଲାୟଙ୍କୁ ମନୋନୀତ କରି, .::. 6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ । .::. 7 ଏଥିଉତ୍ତାରେ ଈଶ୍ଵରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ଵାସମାର୍ଗ ଅବଲମ୍ଵନ କରିବାକୁ ଲାଗିଲେ । .::. 8 ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ । .::. 9 କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକ୍ଜାଣ୍ତ୍ରୀୟ-ମାନଙ୍କ ନାମରେ ଖ୍ୟାତ ସମାଜଗୃହର କେତେକ ଜଣ, ପୁଣି କିଲିକିଆ ଓ ଆସିଆ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, .::. 10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ । .::. 11 ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ଵରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ । .::. 12 ଆଉ, ସେମାନେ ଲୋକସାଧାରଣଙ୍କୁ, ପୁଣି ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାଙ୍କୁ ବଳରେ ଧରି ମହାସଭାକୁ ଆଣିଲେ, .::. 13 ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ, ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ବ୍ୟବସ୍ଥା ବିରୁଦ୍ଧରେ କଥା କହିବାରୁ କ୍ଷା; ହେଉ ନାହିଁ, .::. 14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ଵଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ । .::. 15 ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ । .::.
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 1  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 2  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 3  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 4  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 5  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 6  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 7  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 8  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 9  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 10  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 11  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 12  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 13  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 14  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 15  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 16  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 17  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 18  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 19  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 20  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 21  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 22  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 23  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 24  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 25  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 26  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 27  
  • ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 28  
×

Alert

×

Oriya Letters Keypad References