ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ବଂଶାବଳୀ

Notes

No Verse Added

ଦିତୀୟ ବଂଶାବଳୀ ଅଧ୍ୟାୟ 1

1. ଅନନ୍ତର ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ଵର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ⇧ । 2. ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ; ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶପ୍ରଧାନ ପ୍ରତ୍ୟେକ ଅଧିପତିଙ୍କି ଆଜ୍ଞା ଦେଲେ । 3. ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ଵାରା ପ୍ରାନ୍ତରରେ ନିର୍ମିତ ପରମେଶ୍ଵରଙ୍କ ସମାଗମ-ତମ୍ଵୁ ସେଠାରେ ଥିଲା । 4. ମାତ୍ର ଦାଉଦ କିରୀୟତ୍-ଯୀୟାରୀମଠାରୁ ପରମେଶ୍ଵରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ଵୁ ସ୍ଥାପନ କରିଥିଲେ । 5. ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ଵେଷଣ କଲେ । 6. ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ଵୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକି ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ । 7. ସେହି ରାତ୍ରି ପରମେଶ୍ଵର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭକୁ କଅଣ ଦେବା, ତାହା ମାଗ । 8. ତହିଁରେ ଶଲୋମନ ପରମେଶ୍ଵରଙ୍କୁ କହିଲେ, ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ । 9. ଏବେ, ହେ ସଦାପ୍ରଭୋ ପରମେଶ୍ଵର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ । 10. ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକି କିଏ ବିଚାର କରି ପାରିବ? 11. ତହିଁରେ ପରମେଶ୍ଵର ଶଲୋମନଙ୍କୁ କହିଲେ, ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀ-ମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ; 12. ଏଣୁ ଏହି କଥା ତୁମ୍ଭର ହୃଦ୍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ । 13. ତହୁଁ ଶଲୋମନ ଗିବୀୟୋନସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ଵୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ । 14. ଏଉତ୍ତାରେ ଶଲୋମନ ରଥ ଓ ଅଶ୍ଵାରୋହୀ-ମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରିଶହ ରଥ ଓ ବାର ହଜାର ଅଶ୍ଵାରୋହୀ ଥିଲେ; ସେମାନଙ୍କୁ ସେ ରଥନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ । 15. ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସକାଷ୍ଠକୁ ତଳଭୂମିସ୍ଥ ଡିମିରି ବୃକ୍ଷ ପରି କଲେ । 16. ଆଉ ଶଲୋମନଙ୍କର ଅଶ୍ଵସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ । 17. ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ଵର ମୂଲ୍ୟ ଏକ ଶହ ପଚାଶ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ଵାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଯିବାର ରୀତି ଥିଲା ।
1. ଅନନ୍ତର ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ଵର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ⇧ । .::. 2. ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ; ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶପ୍ରଧାନ ପ୍ରତ୍ୟେକ ଅଧିପତିଙ୍କି ଆଜ୍ଞା ଦେଲେ । .::. 3. ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ଵାରା ପ୍ରାନ୍ତରରେ ନିର୍ମିତ ପରମେଶ୍ଵରଙ୍କ ସମାଗମ-ତମ୍ଵୁ ସେଠାରେ ଥିଲା । .::. 4. ମାତ୍ର ଦାଉଦ କିରୀୟତ୍-ଯୀୟାରୀମଠାରୁ ପରମେଶ୍ଵରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ଵୁ ସ୍ଥାପନ କରିଥିଲେ । .::. 5. ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ଵେଷଣ କଲେ । .::. 6. ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ଵୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକି ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ । .::. 7. ସେହି ରାତ୍ରି ପରମେଶ୍ଵର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭକୁ କଅଣ ଦେବା, ତାହା ମାଗ । .::. 8. ତହିଁରେ ଶଲୋମନ ପରମେଶ୍ଵରଙ୍କୁ କହିଲେ, ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ । .::. 9. ଏବେ, ହେ ସଦାପ୍ରଭୋ ପରମେଶ୍ଵର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ । .::. 10. ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକି କିଏ ବିଚାର କରି ପାରିବ? .::. 11. ତହିଁରେ ପରମେଶ୍ଵର ଶଲୋମନଙ୍କୁ କହିଲେ, ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀ-ମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ; .::. 12. ଏଣୁ ଏହି କଥା ତୁମ୍ଭର ହୃଦ୍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ । .::. 13. ତହୁଁ ଶଲୋମନ ଗିବୀୟୋନସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ଵୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ । .::. 14. ଏଉତ୍ତାରେ ଶଲୋମନ ରଥ ଓ ଅଶ୍ଵାରୋହୀ-ମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରିଶହ ରଥ ଓ ବାର ହଜାର ଅଶ୍ଵାରୋହୀ ଥିଲେ; ସେମାନଙ୍କୁ ସେ ରଥନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ । .::. 15. ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସକାଷ୍ଠକୁ ତଳଭୂମିସ୍ଥ ଡିମିରି ବୃକ୍ଷ ପରି କଲେ । .::. 16. ଆଉ ଶଲୋମନଙ୍କର ଅଶ୍ଵସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ । .::. 17. ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ଵର ମୂଲ୍ୟ ଏକ ଶହ ପଚାଶ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ଵାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଯିବାର ରୀତି ଥିଲା । .::.
  • ଦିତୀୟ ବଂଶାବଳୀ ଅଧ୍ୟାୟ 1  
  • ଦିତୀୟ ବଂଶାବଳୀ ଅଧ୍ୟାୟ 2  
  • ଦିତୀୟ ବଂଶାବଳୀ ଅଧ୍ୟାୟ 3  
  • ଦିତୀୟ ବଂଶାବଳୀ ଅଧ୍ୟାୟ 4  
  • ଦିତୀୟ ବଂଶାବଳୀ ଅଧ୍ୟାୟ 5  
  • ଦିତୀୟ ବଂଶାବଳୀ ଅଧ୍ୟାୟ 6  
  • ଦିତୀୟ ବଂଶାବଳୀ ଅଧ୍ୟାୟ 7  
  • ଦିତୀୟ ବଂଶାବଳୀ ଅଧ୍ୟାୟ 8  
  • ଦିତୀୟ ବଂଶାବଳୀ ଅଧ୍ୟାୟ 9  
  • ଦିତୀୟ ବଂଶାବଳୀ ଅଧ୍ୟାୟ 10  
  • ଦିତୀୟ ବଂଶାବଳୀ ଅଧ୍ୟାୟ 11  
  • ଦିତୀୟ ବଂଶାବଳୀ ଅଧ୍ୟାୟ 12  
  • ଦିତୀୟ ବଂଶାବଳୀ ଅଧ୍ୟାୟ 13  
  • ଦିତୀୟ ବଂଶାବଳୀ ଅଧ୍ୟାୟ 14  
  • ଦିତୀୟ ବଂଶାବଳୀ ଅଧ୍ୟାୟ 15  
  • ଦିତୀୟ ବଂଶାବଳୀ ଅଧ୍ୟାୟ 16  
  • ଦିତୀୟ ବଂଶାବଳୀ ଅଧ୍ୟାୟ 17  
  • ଦିତୀୟ ବଂଶାବଳୀ ଅଧ୍ୟାୟ 18  
  • ଦିତୀୟ ବଂଶାବଳୀ ଅଧ୍ୟାୟ 19  
  • ଦିତୀୟ ବଂଶାବଳୀ ଅଧ୍ୟାୟ 20  
  • ଦିତୀୟ ବଂଶାବଳୀ ଅଧ୍ୟାୟ 21  
  • ଦିତୀୟ ବଂଶାବଳୀ ଅଧ୍ୟାୟ 22  
  • ଦିତୀୟ ବଂଶାବଳୀ ଅଧ୍ୟାୟ 23  
  • ଦିତୀୟ ବଂଶାବଳୀ ଅଧ୍ୟାୟ 24  
  • ଦିତୀୟ ବଂଶାବଳୀ ଅଧ୍ୟାୟ 25  
  • ଦିତୀୟ ବଂଶାବଳୀ ଅଧ୍ୟାୟ 26  
  • ଦିତୀୟ ବଂଶାବଳୀ ଅଧ୍ୟାୟ 27  
  • ଦିତୀୟ ବଂଶାବଳୀ ଅଧ୍ୟାୟ 28  
  • ଦିତୀୟ ବଂଶାବଳୀ ଅଧ୍ୟାୟ 29  
  • ଦିତୀୟ ବଂଶାବଳୀ ଅଧ୍ୟାୟ 30  
  • ଦିତୀୟ ବଂଶାବଳୀ ଅଧ୍ୟାୟ 31  
  • ଦିତୀୟ ବଂଶାବଳୀ ଅଧ୍ୟାୟ 32  
  • ଦିତୀୟ ବଂଶାବଳୀ ଅଧ୍ୟାୟ 33  
  • ଦିତୀୟ ବଂଶାବଳୀ ଅଧ୍ୟାୟ 34  
  • ଦିତୀୟ ବଂଶାବଳୀ ଅଧ୍ୟାୟ 35  
  • ଦିତୀୟ ବଂଶାବଳୀ ଅଧ୍ୟାୟ 36  
Common Bible Languages
West Indian Languages
×

Alert

×

oriya Letters Keypad References