ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯିହିଜିକଲ

ଯିହିଜିକଲ ଅଧ୍ୟାୟ 29

1 ଦଶମ ବର୍ଷର ଦଶମ ମାସ, ମାସର ଦ୍ଵାଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, 2 ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ବିରୁଦ୍ଧରେ ଆପଣା ମୁଖ ରଖ, ପୁଣି ତାହା ବିରୁଦ୍ଧରେ ଓ ସମୁଦାୟ ମିସର ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର; 3 ଏହି କଥା କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ହେ ମିସର-ରାଜା ଫାରୋ, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, ତୁମ୍ଭେ ଆପଣା ସ୍ରୋତସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ତ କୁମ୍ଭୀର, ତୁମ୍ଭେ କହିଅଛ, ମୋର ନଦୀ ମୋର, ମୁଁ ଆପଣା ପାଇଁ ତାହା ସୃଷ୍ଟି କରିଅଛି । 4 ମାତ୍ର ଆମ୍ଭେ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା ଓ ଆମ୍ଭେ ତୁମ୍ଭ ସ୍ରୋତସମୂହରେ ମତ୍ସ୍ୟସକଳକୁ ତୁମ୍ଭ ଦେହର କାତିରେ ଲଗାଇବା; ଆଉ, ଆମ୍ଭେ ତୁମ୍ଭ ସ୍ରୋତସମୂହର ମଧ୍ୟରୁ ତୁମ୍ଭକୁ ଓ ତୁମ୍ଭ କାତିରେ ଲାଗିଥିବା ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ବାହାର କରି ଉପରକୁ ଆଣିବା । 5 ପୁଣି, ଆମ୍ଭେ ତୁମ୍ଭକୁ, ହଁ, ତୁମ୍ଭକୁ ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ପ୍ରାନ୍ତରରେ ପକାଇ ଛାଡ଼ି ଦେବା; ତୁମ୍ଭେ ପଦାରେ ପଡ଼ି ରହିବ; ତୁମ୍ଭେ ଆଉ ସଂଗୃହୀତ କି ସଞ୍ଚିତ ହେବ ନାହିଁ ଆମ୍ଭେ ତୁମ୍ଭକୁ ଭୂଚର ପଶୁଗଣର ଓ ଖେଚର ପକ୍ଷୀଗଣର ଖାଦ୍ୟ ହେବା ନିମନ୍ତେ ସମର୍ପି ଦେଇଅଛୁ । 6 ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ମିସରନିବାସୀ ସମସ୍ତେ ଜାଣିବେ । କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି ନଳର ଯଷ୍ଟି ହୋଇଅଛନ୍ତି । 7 ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ; ଆଉ, ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟୀଦେଶ ଅଚଳ କଲ । 8 ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଖଡ଼୍‍ଗ ଆଣିବା ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଚ୍ଛିନ୍ନ କରିବା । 9 ପୁଣି, ମିସର ଦେଶ ଧ୍ଵଂସିତ ଓ ଶୂନ୍ୟ ସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ; ଯେହେତୁ ସେ କହିଅଛି, ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି । 10 ଏହେତୁ ଦେଖ, ଆମ୍ଭେ ତୁମ୍ଭର ଓ ତୁମ୍ଭ ନଦୀସମୂହର ପ୍ରତିକୂଳ ଅଟୁ, ପୁଣି ଆମ୍ଭେ ସିବେନୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ଯ୍ୟନ୍ତ ମିସର ଦେଶକୁ ନିତା; ଶୂନ୍ୟ ଓ ଧ୍ଵଂସସ୍ଥାନ କରିବା । 11 କୌଣସି ମନୁଷ୍ୟର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ, କିଅବା ପଶୁର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ତାହା ବସତି-ସ୍ଥାନ ନୋହିବ । 12 ପୁଣି, ଆମ୍ଭେ ମିସର ଦେଶକୁ ଧ୍ଵଂସିତ ଦେଶସମୂହର ମଧ୍ୟରେ ଧ୍ଵଂସସ୍ଥାନ କରିବା ଓ ତାହାର ନଗରସମୂହ ଉଚ୍ଛିନ୍ନ ନଗରସମୂହ ମଧ୍ୟରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଧ୍ଵଂସସ୍ଥାନ ହୋଇ ରହିବ; ପୁଣି, ଆମ୍ଭେ ମିସ୍ରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା । 13 କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି: ମିସ୍ରୀୟମାନେ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଚାଳିଶ ବର୍ଷର ଶେଷରେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; 14 ଆଉ, ଆମ୍ଭେ ମିସରର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା ଓ ସେମାନଙ୍କର ଜନ୍ମ-ସ୍ଥାନ ପଥ୍ରୋଷ୍ ଦେଶକୁ ସେମାନଙ୍କୁ ଫେରାଇ ଆଣିବା, ପୁଣି ସେଠାରେ ସେମାନେ ଗୋଟିଏ ନୀଚ ରାଜ୍ୟ ହୋଇ ରହିବେ । 15 ନାନା ରାଜ୍ୟ ମଧ୍ୟରେ ତାହା ନୀତତମ ହେବ ଓ ନାନା ଗୋଷ୍ଠୀୟ-ମାନଙ୍କ ମଧ୍ୟରେ ସେ ଆପଣାକୁ ଆଉ ଉନ୍ନତ କରିବ ନାହିଁ; ପୁଣି, ଆମ୍ଭେ ସେମାନଙ୍କୁ ନ୍ୟୂନ କରିବା, ତହିଁରେ ସେମାନେ ଗୋଷ୍ଠୀଗଣ ଉପରେ ଆଉ କର୍ତ୍ତୃତ୍ଵ କରିବେ ନାହିଁ । 16 ଆଉ, ଇସ୍ରାଏଲ ବଂଶ ମିସ୍ରୀୟମାନଙ୍କର ଅନୁସରଣ କରିବା ପାଇଁ ଫେରିବା ବେଳେ ମିସର, ସେମାନଙ୍କର ଅପରାଧ ସ୍ମରଣାର୍ଥକ ବିଶ୍ଵାସ-ଭୂମି ଆଉ ହେବ ନାହିଁ ତହିଁରେ ଆମ୍ଭେ ଯେ ପ୍ରଭୁ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ । 17 ଅନନ୍ତର ସତାଇଶ ବର୍ଷର ପ୍ରଥମ ମାସରେ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, 18 ହେ ମନୁଷ୍ୟ-ସନ୍ତାନ, ବାବିଲର ରାଜା ନବୂଖଦ୍ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଭାରୀ ପରିଶ୍ରମ କରାଇଅଛି; ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚମ ଛିଡ଼ିଗଲା; ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା, ତହିଁ ପାଇଁ ସେ କିଅବା ତାହାର ସୈନ୍ୟସାମ; ସୋରଠାରୁ କିଛି ବର୍ତ୍ତନ ପାଇଲେ ନାହିଁ; 19 ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲର ରାଜା ନବୁଖଦ୍ନିତ୍ସରକୁ ମିସର ଦେଶ ଦେବାନ୍ତ ତହିଁରେ ସେ ତାହାର ଲୋକାରଣ୍ୟକୁ ନେଇଯିବ ଓ ତାହାର ଦ୍ରବ୍ୟ ଲୁଟି ନେବ, ଆଉ ତାହାର ସମ୍ପତ୍ତି ଅପହରଣ କରିବ; ପୁଣି ଏହା ତାହାର ସୈନ୍ୟସାମନ୍ତର ବେତନ ହେବ । 20 ସେ ଯହିଁ ପାଇଁ ପରିଶ୍ରମ କଲା, ତାହାର ସେହି ପୁରସ୍କାର ରୂପେ ଆମ୍ଭେ ତାହାକୁ ମିସର ଦେଶ ଦେଇଅଛୁ, କାରଣ ସେମାନେ ଆମ୍ଭ ନିମନ୍ତେ କାର୍ଯ୍ୟ କଲେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି । 21 ସେଦିନ ଆମ୍ଭେ ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବା, ପୁଣି ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭର ମୁଖ ମୁକ୍ତ କରିବା: ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
1. ଦଶମ ବର୍ଷର ଦଶମ ମାସ, ମାସର ଦ୍ଵାଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, 2. ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ବିରୁଦ୍ଧରେ ଆପଣା ମୁଖ ରଖ, ପୁଣି ତାହା ବିରୁଦ୍ଧରେ ଓ ସମୁଦାୟ ମିସର ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର; 3. ଏହି କଥା କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ହେ ମିସର-ରାଜା ଫାରୋ, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, ତୁମ୍ଭେ ଆପଣା ସ୍ରୋତସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ତ କୁମ୍ଭୀର, ତୁମ୍ଭେ କହିଅଛ, ମୋର ନଦୀ ମୋର, ମୁଁ ଆପଣା ପାଇଁ ତାହା ସୃଷ୍ଟି କରିଅଛି । 4. ମାତ୍ର ଆମ୍ଭେ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା ଓ ଆମ୍ଭେ ତୁମ୍ଭ ସ୍ରୋତସମୂହରେ ମତ୍ସ୍ୟସକଳକୁ ତୁମ୍ଭ ଦେହର କାତିରେ ଲଗାଇବା; ଆଉ, ଆମ୍ଭେ ତୁମ୍ଭ ସ୍ରୋତସମୂହର ମଧ୍ୟରୁ ତୁମ୍ଭକୁ ଓ ତୁମ୍ଭ କାତିରେ ଲାଗିଥିବା ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ବାହାର କରି ଉପରକୁ ଆଣିବା । 5. ପୁଣି, ଆମ୍ଭେ ତୁମ୍ଭକୁ, ହଁ, ତୁମ୍ଭକୁ ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ପ୍ରାନ୍ତରରେ ପକାଇ ଛାଡ଼ି ଦେବା; ତୁମ୍ଭେ ପଦାରେ ପଡ଼ି ରହିବ; ତୁମ୍ଭେ ଆଉ ସଂଗୃହୀତ କି ସଞ୍ଚିତ ହେବ ନାହିଁ ଆମ୍ଭେ ତୁମ୍ଭକୁ ଭୂଚର ପଶୁଗଣର ଓ ଖେଚର ପକ୍ଷୀଗଣର ଖାଦ୍ୟ ହେବା ନିମନ୍ତେ ସମର୍ପି ଦେଇଅଛୁ । 6. ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ମିସରନିବାସୀ ସମସ୍ତେ ଜାଣିବେ । କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି ନଳର ଯଷ୍ଟି ହୋଇଅଛନ୍ତି । 7. ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ; ଆଉ, ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟୀଦେଶ ଅଚଳ କଲ । 8. ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଖଡ଼୍‍ଗ ଆଣିବା ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଚ୍ଛିନ୍ନ କରିବା । 9. ପୁଣି, ମିସର ଦେଶ ଧ୍ଵଂସିତ ଓ ଶୂନ୍ୟ ସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ; ଯେହେତୁ ସେ କହିଅଛି, ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି । 10. ଏହେତୁ ଦେଖ, ଆମ୍ଭେ ତୁମ୍ଭର ଓ ତୁମ୍ଭ ନଦୀସମୂହର ପ୍ରତିକୂଳ ଅଟୁ, ପୁଣି ଆମ୍ଭେ ସିବେନୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ଯ୍ୟନ୍ତ ମିସର ଦେଶକୁ ନିତା; ଶୂନ୍ୟ ଓ ଧ୍ଵଂସସ୍ଥାନ କରିବା । 11. କୌଣସି ମନୁଷ୍ୟର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ, କିଅବା ପଶୁର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ତାହା ବସତି-ସ୍ଥାନ ନୋହିବ । 12. ପୁଣି, ଆମ୍ଭେ ମିସର ଦେଶକୁ ଧ୍ଵଂସିତ ଦେଶସମୂହର ମଧ୍ୟରେ ଧ୍ଵଂସସ୍ଥାନ କରିବା ଓ ତାହାର ନଗରସମୂହ ଉଚ୍ଛିନ୍ନ ନଗରସମୂହ ମଧ୍ୟରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଧ୍ଵଂସସ୍ଥାନ ହୋଇ ରହିବ; ପୁଣି, ଆମ୍ଭେ ମିସ୍ରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା । 13. କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି: ମିସ୍ରୀୟମାନେ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଚାଳିଶ ବର୍ଷର ଶେଷରେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; 14. ଆଉ, ଆମ୍ଭେ ମିସରର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା ଓ ସେମାନଙ୍କର ଜନ୍ମ-ସ୍ଥାନ ପଥ୍ରୋଷ୍ ଦେଶକୁ ସେମାନଙ୍କୁ ଫେରାଇ ଆଣିବା, ପୁଣି ସେଠାରେ ସେମାନେ ଗୋଟିଏ ନୀଚ ରାଜ୍ୟ ହୋଇ ରହିବେ । 15. ନାନା ରାଜ୍ୟ ମଧ୍ୟରେ ତାହା ନୀତତମ ହେବ ଓ ନାନା ଗୋଷ୍ଠୀୟ-ମାନଙ୍କ ମଧ୍ୟରେ ସେ ଆପଣାକୁ ଆଉ ଉନ୍ନତ କରିବ ନାହିଁ; ପୁଣି, ଆମ୍ଭେ ସେମାନଙ୍କୁ ନ୍ୟୂନ କରିବା, ତହିଁରେ ସେମାନେ ଗୋଷ୍ଠୀଗଣ ଉପରେ ଆଉ କର୍ତ୍ତୃତ୍ଵ କରିବେ ନାହିଁ । 16. ଆଉ, ଇସ୍ରାଏଲ ବଂଶ ମିସ୍ରୀୟମାନଙ୍କର ଅନୁସରଣ କରିବା ପାଇଁ ଫେରିବା ବେଳେ ମିସର, ସେମାନଙ୍କର ଅପରାଧ ସ୍ମରଣାର୍ଥକ ବିଶ୍ଵାସ-ଭୂମି ଆଉ ହେବ ନାହିଁ ତହିଁରେ ଆମ୍ଭେ ଯେ ପ୍ରଭୁ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ । 17. ଅନନ୍ତର ସତାଇଶ ବର୍ଷର ପ୍ରଥମ ମାସରେ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, 18. ହେ ମନୁଷ୍ୟ-ସନ୍ତାନ, ବାବିଲର ରାଜା ନବୂଖଦ୍ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଭାରୀ ପରିଶ୍ରମ କରାଇଅଛି; ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚମ ଛିଡ଼ିଗଲା; ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା, ତହିଁ ପାଇଁ ସେ କିଅବା ତାହାର ସୈନ୍ୟସାମ; ସୋରଠାରୁ କିଛି ବର୍ତ୍ତନ ପାଇଲେ ନାହିଁ; 19. ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲର ରାଜା ନବୁଖଦ୍ନିତ୍ସରକୁ ମିସର ଦେଶ ଦେବାନ୍ତ ତହିଁରେ ସେ ତାହାର ଲୋକାରଣ୍ୟକୁ ନେଇଯିବ ଓ ତାହାର ଦ୍ରବ୍ୟ ଲୁଟି ନେବ, ଆଉ ତାହାର ସମ୍ପତ୍ତି ଅପହରଣ କରିବ; ପୁଣି ଏହା ତାହାର ସୈନ୍ୟସାମନ୍ତର ବେତନ ହେବ । 20. ସେ ଯହିଁ ପାଇଁ ପରିଶ୍ରମ କଲା, ତାହାର ସେହି ପୁରସ୍କାର ରୂପେ ଆମ୍ଭେ ତାହାକୁ ମିସର ଦେଶ ଦେଇଅଛୁ, କାରଣ ସେମାନେ ଆମ୍ଭ ନିମନ୍ତେ କାର୍ଯ୍ୟ କଲେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି । 21. ସେଦିନ ଆମ୍ଭେ ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବା, ପୁଣି ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭର ମୁଖ ମୁକ୍ତ କରିବା: ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
  • ଯିହିଜିକଲ ଅଧ୍ୟାୟ 1  
  • ଯିହିଜିକଲ ଅଧ୍ୟାୟ 2  
  • ଯିହିଜିକଲ ଅଧ୍ୟାୟ 3  
  • ଯିହିଜିକଲ ଅଧ୍ୟାୟ 4  
  • ଯିହିଜିକଲ ଅଧ୍ୟାୟ 5  
  • ଯିହିଜିକଲ ଅଧ୍ୟାୟ 6  
  • ଯିହିଜିକଲ ଅଧ୍ୟାୟ 7  
  • ଯିହିଜିକଲ ଅଧ୍ୟାୟ 8  
  • ଯିହିଜିକଲ ଅଧ୍ୟାୟ 9  
  • ଯିହିଜିକଲ ଅଧ୍ୟାୟ 10  
  • ଯିହିଜିକଲ ଅଧ୍ୟାୟ 11  
  • ଯିହିଜିକଲ ଅଧ୍ୟାୟ 12  
  • ଯିହିଜିକଲ ଅଧ୍ୟାୟ 13  
  • ଯିହିଜିକଲ ଅଧ୍ୟାୟ 14  
  • ଯିହିଜିକଲ ଅଧ୍ୟାୟ 15  
  • ଯିହିଜିକଲ ଅଧ୍ୟାୟ 16  
  • ଯିହିଜିକଲ ଅଧ୍ୟାୟ 17  
  • ଯିହିଜିକଲ ଅଧ୍ୟାୟ 18  
  • ଯିହିଜିକଲ ଅଧ୍ୟାୟ 19  
  • ଯିହିଜିକଲ ଅଧ୍ୟାୟ 20  
  • ଯିହିଜିକଲ ଅଧ୍ୟାୟ 21  
  • ଯିହିଜିକଲ ଅଧ୍ୟାୟ 22  
  • ଯିହିଜିକଲ ଅଧ୍ୟାୟ 23  
  • ଯିହିଜିକଲ ଅଧ୍ୟାୟ 24  
  • ଯିହିଜିକଲ ଅଧ୍ୟାୟ 25  
  • ଯିହିଜିକଲ ଅଧ୍ୟାୟ 26  
  • ଯିହିଜିକଲ ଅଧ୍ୟାୟ 27  
  • ଯିହିଜିକଲ ଅଧ୍ୟାୟ 28  
  • ଯିହିଜିକଲ ଅଧ୍ୟାୟ 29  
  • ଯିହିଜିକଲ ଅଧ୍ୟାୟ 30  
  • ଯିହିଜିକଲ ଅଧ୍ୟାୟ 31  
  • ଯିହିଜିକଲ ଅଧ୍ୟାୟ 32  
  • ଯିହିଜିକଲ ଅଧ୍ୟାୟ 33  
  • ଯିହିଜିକଲ ଅଧ୍ୟାୟ 34  
  • ଯିହିଜିକଲ ଅଧ୍ୟାୟ 35  
  • ଯିହିଜିକଲ ଅଧ୍ୟାୟ 36  
  • ଯିହିଜିକଲ ଅଧ୍ୟାୟ 37  
  • ଯିହିଜିକଲ ଅଧ୍ୟାୟ 38  
  • ଯିହିଜିକଲ ଅଧ୍ୟାୟ 39  
  • ଯିହିଜିକଲ ଅଧ୍ୟାୟ 40  
  • ଯିହିଜିକଲ ଅଧ୍ୟାୟ 41  
  • ଯିହିଜିକଲ ଅଧ୍ୟାୟ 42  
  • ଯିହିଜିକଲ ଅଧ୍ୟାୟ 43  
  • ଯିହିଜିକଲ ଅଧ୍ୟାୟ 44  
  • ଯିହିଜିକଲ ଅଧ୍ୟାୟ 45  
  • ଯିହିଜିକଲ ଅଧ୍ୟାୟ 46  
  • ଯିହିଜିକଲ ଅଧ୍ୟାୟ 47  
  • ଯିହିଜିକଲ ଅଧ୍ୟାୟ 48  
×

Alert

×

Oriya Letters Keypad References