ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯାତ୍ରା ପୁସ୍ତକ

ଯାତ୍ରା ପୁସ୍ତକ ଅଧ୍ୟାୟ 7

1 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ଵର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବ । 2 ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିବା, ତାହା ସବୁ ତୁମ୍ଭେ କହିବ; ପୁଣି ଫାରୋ ଇସ୍ରାଏଲ-ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ି ଦେବା ପାଇଁ ତୁମ୍ଭ ଭ୍ରାତା ହାରୋଣ ତାହାକୁ କହିବ। 3 ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ପୁଣି ମିସର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁସଂଖ୍ୟକ କରିବା । 4 ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ; ଏହେତୁ ଆମ୍ଭେ ମିସର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ତ ଦ୍ଵାରା ମିସରଠାରୁ ଆପଣା ସୈନ୍ୟସାମନ୍ତ, ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା । 5 ପୁଣି ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିସେମାନଙ୍କ ମଧ୍ୟରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ । 6 ଅନନ୍ତର ମୋଶା ଓ ହାରୋଣ ସେହିରୂପ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ । 7 ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୋଶାଙ୍କୁ ଅଶୀଓ ହାରୋଣଙ୍କୁ ତେୟାଶୀ ବର୍ଷ ବୟସ ହୋଇଥିଲା । 8 ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 9 ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅବୋଲି ଯେବେ ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ । 10 ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାପ୍ରମାଣେ କର୍ମ କଲେ; ପୁଣି ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା । 11 ତେବେ ଫାରୋ ଆପଣା ପଣ୍ତିତ ଓ ଗୁଣିଆ-ମାନଙ୍କୁ ଡାକିଲେ; ତହିଁରେ ମିସ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ । 12 ଅର୍ଥାତ୍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା । 13 ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ । 14 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଫାରୋର ହୃଦୟ ଭାରୀ ହୋଇଅଛି, ସେ ଲୋକମାନଙ୍କୁ ଛାଡ଼ି ଦେବାକୁ ନାସ୍ତି କରୁଅଛି। 15 ଏହେତୁ ତୁମ୍ଭେ ପ୍ରଭାତରେ ଫାରୋ ନିକଟକୁ ଯାଅ; ଦେଖ, ସେ ଜଳ ଆଡ଼େ ଗଲେ, ତୁମ୍ଭେ ତାହା ସହିତ ସାକ୍ଷାତ କରିବାକୁ ନଦୀ ତୀରରେ ଠିଆ ହୁଅ; ଯେଉଁ ଯଷ୍ଟି ସର୍ପ ହୋଇଥିଲା, ତାହା ମଧ୍ୟ ହସ୍ତରେ ନିଅ । 16 ପୁଣି ଫାରୋକୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ଵର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ି ଦିଅ; ମାତ୍ର ଦେଖ, ତୁମ୍ଭେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରି ନାହଁ । 17 ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, ଆମ୍ଭେ ଯେ ସଦାପ୍ରଭୁ, ତାହା ତୁମ୍ଭେ ଏତଦ୍ଦ୍ଵାରା ଜ୍ଞାତ ହେବ; ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ଵାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ । 18 ପୁଣି ନଦୀରେ ଥିବା ମତ୍ସ୍ୟସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ; ତହିଁରେ ମିସ୍ରୀୟ ଲୋକମାନେ ନଦୀଜଳ ପାନ କରିବାକୁ ଘୃଣା କରିବେ। 19 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋଣକୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିସରଦେଶୀୟ ଜଳ ଉପରେ, ଅର୍ଥାତ୍, ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ, ଏସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସମସ୍ତ ଜଳ ରକ୍ତ ହେବ; ପୁଣି ମିସର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହେଁ ରକ୍ତ ହେବ । 20 ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀଜଳ ରକ୍ତ ହୋଇଗଲା । 21 ପୁଣି ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା, ତହିଁରେ ମିସ୍ରୀୟମାନେ ନଦୀଜଳ ପାନ କରି ପାରିଲେ ନାହିଁ; ମିସର ଦେଶର ସର୍ବତ୍ର ରକ୍ତ ହେଲା । 22 ସେତେବେଳେ ମିସ୍ରୀୟ ମନ୍ତ୍ରଜ୍ଞମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ; ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ । 23 ଅନନ୍ତର ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ । 24 ପୁଣି ସମସ୍ତ ମିସ୍ରୀୟ ଲୋକେ ନଦୀଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଳିଲେ । 25 ସଦାପ୍ରଭୁ ନଦୀକି ଆଘାତ କଲା ଉତ୍ତାରେ ସାତଦିନ ସମ୍ପୂର୍ଣ୍ଣ ହେଲ। ।
1. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ଵର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବ । 2. ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିବା, ତାହା ସବୁ ତୁମ୍ଭେ କହିବ; ପୁଣି ଫାରୋ ଇସ୍ରାଏଲ-ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ି ଦେବା ପାଇଁ ତୁମ୍ଭ ଭ୍ରାତା ହାରୋଣ ତାହାକୁ କହିବ। 3. ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ପୁଣି ମିସର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁସଂଖ୍ୟକ କରିବା । 4. ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ; ଏହେତୁ ଆମ୍ଭେ ମିସର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ତ ଦ୍ଵାରା ମିସରଠାରୁ ଆପଣା ସୈନ୍ୟସାମନ୍ତ, ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା । 5. ପୁଣି ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିସେମାନଙ୍କ ମଧ୍ୟରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ । 6. ଅନନ୍ତର ମୋଶା ଓ ହାରୋଣ ସେହିରୂପ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ । 7. ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୋଶାଙ୍କୁ ଅଶୀଓ ହାରୋଣଙ୍କୁ ତେୟାଶୀ ବର୍ଷ ବୟସ ହୋଇଥିଲା । 8. ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 9. ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅବୋଲି ଯେବେ ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ । 10. ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାପ୍ରମାଣେ କର୍ମ କଲେ; ପୁଣି ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା । 11. ତେବେ ଫାରୋ ଆପଣା ପଣ୍ତିତ ଓ ଗୁଣିଆ-ମାନଙ୍କୁ ଡାକିଲେ; ତହିଁରେ ମିସ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ । 12. ଅର୍ଥାତ୍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା । 13. ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ । 14. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଫାରୋର ହୃଦୟ ଭାରୀ ହୋଇଅଛି, ସେ ଲୋକମାନଙ୍କୁ ଛାଡ଼ି ଦେବାକୁ ନାସ୍ତି କରୁଅଛି। 15. ଏହେତୁ ତୁମ୍ଭେ ପ୍ରଭାତରେ ଫାରୋ ନିକଟକୁ ଯାଅ; ଦେଖ, ସେ ଜଳ ଆଡ଼େ ଗଲେ, ତୁମ୍ଭେ ତାହା ସହିତ ସାକ୍ଷାତ କରିବାକୁ ନଦୀ ତୀରରେ ଠିଆ ହୁଅ; ଯେଉଁ ଯଷ୍ଟି ସର୍ପ ହୋଇଥିଲା, ତାହା ମଧ୍ୟ ହସ୍ତରେ ନିଅ । 16. ପୁଣି ଫାରୋକୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ଵର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ି ଦିଅ; ମାତ୍ର ଦେଖ, ତୁମ୍ଭେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରି ନାହଁ । 17. ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, ଆମ୍ଭେ ଯେ ସଦାପ୍ରଭୁ, ତାହା ତୁମ୍ଭେ ଏତଦ୍ଦ୍ଵାରା ଜ୍ଞାତ ହେବ; ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ଵାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ । 18. ପୁଣି ନଦୀରେ ଥିବା ମତ୍ସ୍ୟସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ; ତହିଁରେ ମିସ୍ରୀୟ ଲୋକମାନେ ନଦୀଜଳ ପାନ କରିବାକୁ ଘୃଣା କରିବେ। 19. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋଣକୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିସରଦେଶୀୟ ଜଳ ଉପରେ, ଅର୍ଥାତ୍, ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ, ଏସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସମସ୍ତ ଜଳ ରକ୍ତ ହେବ; ପୁଣି ମିସର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହେଁ ରକ୍ତ ହେବ । 20. ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀଜଳ ରକ୍ତ ହୋଇଗଲା । 21. ପୁଣି ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା, ତହିଁରେ ମିସ୍ରୀୟମାନେ ନଦୀଜଳ ପାନ କରି ପାରିଲେ ନାହିଁ; ମିସର ଦେଶର ସର୍ବତ୍ର ରକ୍ତ ହେଲା । 22. ସେତେବେଳେ ମିସ୍ରୀୟ ମନ୍ତ୍ରଜ୍ଞମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ; ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ । 23. ଅନନ୍ତର ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ । 24. ପୁଣି ସମସ୍ତ ମିସ୍ରୀୟ ଲୋକେ ନଦୀଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଳିଲେ । 25. ସଦାପ୍ରଭୁ ନଦୀକି ଆଘାତ କଲା ଉତ୍ତାରେ ସାତଦିନ ସମ୍ପୂର୍ଣ୍ଣ ହେଲ। ।
  • ଯାତ୍ରା ପୁସ୍ତକ ଅଧ୍ୟାୟ 1  
  • ଯାତ୍ରା ପୁସ୍ତକ ଅଧ୍ୟାୟ 2  
  • ଯାତ୍ରା ପୁସ୍ତକ ଅଧ୍ୟାୟ 3  
  • ଯାତ୍ରା ପୁସ୍ତକ ଅଧ୍ୟାୟ 4  
  • ଯାତ୍ରା ପୁସ୍ତକ ଅଧ୍ୟାୟ 5  
  • ଯାତ୍ରା ପୁସ୍ତକ ଅଧ୍ୟାୟ 6  
  • ଯାତ୍ରା ପୁସ୍ତକ ଅଧ୍ୟାୟ 7  
  • ଯାତ୍ରା ପୁସ୍ତକ ଅଧ୍ୟାୟ 8  
  • ଯାତ୍ରା ପୁସ୍ତକ ଅଧ୍ୟାୟ 9  
  • ଯାତ୍ରା ପୁସ୍ତକ ଅଧ୍ୟାୟ 10  
  • ଯାତ୍ରା ପୁସ୍ତକ ଅଧ୍ୟାୟ 11  
  • ଯାତ୍ରା ପୁସ୍ତକ ଅଧ୍ୟାୟ 12  
  • ଯାତ୍ରା ପୁସ୍ତକ ଅଧ୍ୟାୟ 13  
  • ଯାତ୍ରା ପୁସ୍ତକ ଅଧ୍ୟାୟ 14  
  • ଯାତ୍ରା ପୁସ୍ତକ ଅଧ୍ୟାୟ 15  
  • ଯାତ୍ରା ପୁସ୍ତକ ଅଧ୍ୟାୟ 16  
  • ଯାତ୍ରା ପୁସ୍ତକ ଅଧ୍ୟାୟ 17  
  • ଯାତ୍ରା ପୁସ୍ତକ ଅଧ୍ୟାୟ 18  
  • ଯାତ୍ରା ପୁସ୍ତକ ଅଧ୍ୟାୟ 19  
  • ଯାତ୍ରା ପୁସ୍ତକ ଅଧ୍ୟାୟ 20  
  • ଯାତ୍ରା ପୁସ୍ତକ ଅଧ୍ୟାୟ 21  
  • ଯାତ୍ରା ପୁସ୍ତକ ଅଧ୍ୟାୟ 22  
  • ଯାତ୍ରା ପୁସ୍ତକ ଅଧ୍ୟାୟ 23  
  • ଯାତ୍ରା ପୁସ୍ତକ ଅଧ୍ୟାୟ 24  
  • ଯାତ୍ରା ପୁସ୍ତକ ଅଧ୍ୟାୟ 25  
  • ଯାତ୍ରା ପୁସ୍ତକ ଅଧ୍ୟାୟ 26  
  • ଯାତ୍ରା ପୁସ୍ତକ ଅଧ୍ୟାୟ 27  
  • ଯାତ୍ରା ପୁସ୍ତକ ଅଧ୍ୟାୟ 28  
  • ଯାତ୍ରା ପୁସ୍ତକ ଅଧ୍ୟାୟ 29  
  • ଯାତ୍ରା ପୁସ୍ତକ ଅଧ୍ୟାୟ 30  
  • ଯାତ୍ରା ପୁସ୍ତକ ଅଧ୍ୟାୟ 31  
  • ଯାତ୍ରା ପୁସ୍ତକ ଅଧ୍ୟାୟ 32  
  • ଯାତ୍ରା ପୁସ୍ତକ ଅଧ୍ୟାୟ 33  
  • ଯାତ୍ରା ପୁସ୍ତକ ଅଧ୍ୟାୟ 34  
  • ଯାତ୍ରା ପୁସ୍ତକ ଅଧ୍ୟାୟ 35  
  • ଯାତ୍ରା ପୁସ୍ତକ ଅଧ୍ୟାୟ 36  
  • ଯାତ୍ରା ପୁସ୍ତକ ଅଧ୍ୟାୟ 37  
  • ଯାତ୍ରା ପୁସ୍ତକ ଅଧ୍ୟାୟ 38  
  • ଯାତ୍ରା ପୁସ୍ତକ ଅଧ୍ୟାୟ 39  
  • ଯାତ୍ରା ପୁସ୍ତକ ଅଧ୍ୟାୟ 40  
×

Alert

×

Oriya Letters Keypad References