ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ଶାମୁୟେଲ

ପ୍ରଥମ ଶାମୁୟେଲ ଅଧ୍ୟାୟ 11

1 ଅନନ୍ତର ଅମ୍ମୋନୀୟ ନାହଶ୍ ଆସି ଯାବେଶ-ଗିଲୀୟଦସମ୍ମୁଖରେ ଛାଉଣି ସ୍ଥାପନ କଲା; ତହିଁରେ ଯାବେଶର ସମସ୍ତ ଲୋକ ନାହଶ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା⇧ । 2 ତହୁଁ ଅମ୍ମୋନୀୟ ନାହଶ୍ ସେମାନଙ୍କୁ ଉତ୍ତର କଲା, ତୁମ୍ଭ ସମସ୍ତଙ୍କର ଦକ୍ଷିଣ ଚକ୍ଷୁ ଉପୁଡ଼ାଗଲେ ମୁଁ ତୁମ୍ଭମାନଙ୍କ ସହିତ ନିୟମ ସ୍ଥିର କରିବି; ଆଉ ମୁଁ ତଦ୍ଦ୍ଵାରା ସମସ୍ତ ଇସ୍ରାଏଲ ଉପରେ ଅପମାନ ଥୋଇବି । 3 ତେବେ ଯାବେଶର ପ୍ରାଚୀନମାନେ ତାହାକୁ କହିଲେ, ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭେମାନେ ଇସ୍ରାଏଲ-ସୀମାର ସର୍ବତ୍ର ଦୂତ ପଠାଇବା; ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭେମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ । 4 ଏଥିଉତ୍ତାରେ ଦୂତମାନେ ଶାଉଲଙ୍କ ବାସସ୍ଥାନ ଗିବୀୟାକୁ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ସେହିସବୁ କଥା କହିଲେ; ତହିଁରେ ସମସ୍ତ ଲୋକ ଆପଣା ଆପଣା ରବ ଉଠାଇ ରୋଦନ କଲେ । 5 ଏହି ସମୟରେ ଦେଖ, ଶାଉଲ କ୍ଷେତ୍ରରୁ ବଳଦମାନଙ୍କ ପଛେ ଆସୁ ଆସୁ ଉପସ୍ଥିତ ହେଲେ; ଆଉ ଶାଉଲ ପଚାରିଲେ, ଲୋକମାନଙ୍କର କଅଣ ହେଲା ଯେ, ସେମାନେ ରୋଦନ କରୁଅଛନ୍ତି? ତହିଁରେ ସେମାନେ ଯାବେଶର ଲୋକମାନଙ୍କ କଥା ତାଙ୍କୁ ଜଣାଇଲେ । 6 ସେହି କଥା ଶୁଣିବାମାତ୍ର ପରମେଶ୍ଵରଙ୍କ ଆତ୍ମା ଶାଉଲଙ୍କୁ ଆକ୍ରା; କରନ୍ତେ, ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ଵଳିତ ହେଲା । 7 ତହୁଁ ସେ ଏକହଳ ବଳଦ ନେଇ ଖଣ୍ତ ଖଣ୍ତ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, ଯେ କେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ । ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ । 8 ତେବେ ସେ ବେସକରେ ସେମାନଙ୍କୁ ଗଣନା କଲେ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତିନି ଲକ୍ଷ ଓ ଯିହୁଦାର ତିରିଶ ହଜାର ଲୋକ ହେଲେ । 9 ଏଥି ଉତ୍ତାରେ ସେମାନେ ସେହି ଆଗତ ଦୂତମାନଙ୍କୁ କହିଲେ, ତୁମ୍ଭେମାନେ ଯାବେଶ-ଗିଲୀୟଦର ଲୋକମାନଙ୍କୁ କୁହ, କାଲି ଖରାବେଳେ ତୁମ୍ଭେମାନେ ଉଦ୍ଧାର ପାଇବ; ତହିଁରେ ଦୂତମାନେ ଆସି ଯାବେଶର ଲୋକମାନଙ୍କୁ ତାହା ଜଣାନ୍ତେ, ସେମାନେ ଆନନ୍ଦିତ ହେଲେ । 10 ଏନିମନ୍ତେ ଯାବେଶର ଲୋକମାନେ (ନାହଶ୍କୁ) କହିଲେ, କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ବାହାର ହୋଇ ଯିବା, ତହିଁରେ ତୁମ୍ଭମାନଙ୍କ ଦୃଷ୍ଟିକି ଯାହା ଭଲ ଦିଶେ, ତାହା ଆମ୍ଭ ସମସ୍ତଙ୍କ ପ୍ରତି କରିବ । 11 ପରଦିନ ଶାଉଲ ଲୋକମାନଙ୍କୁ ତିନି ଦଳ କଲେ; ତେଣୁ ସେମାନେ ପ୍ରଭାତୀୟ ପ୍ରହରରେ ଅମ୍ମୋନୀୟମାନଙ୍କ ଛାଉଣି ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ; ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ, ସେମାନଙ୍କର ଦୁଇ ଜଣ ଏକତ୍ର ରହିଲେ ନାହିଁ । 12 ଏଥିଉତ୍ତାରେ ଲୋକମାନେ ଶାମୁୟେଲଙ୍କୁ କହିଲେ, କିଏ କହୁଥିଲା କି, ଶାଉଲ ଆମ୍ଭମାନଙ୍କ ଉପରେ ରାଜା ହେବ? ସେହି ଲୋକମାନଙ୍କୁ ଆଣ, ଆମ୍ଭେମାନେ ସେମାନଙ୍କୁ ବଧ କରିବା । 13 ମାତ୍ର ଶାଉଲ କହିଲେ, ଆଜି କୌଣସି ଲୋକର ପ୍ରାଣଦଣ୍ତ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି । 14 ଅନନ୍ତର ଶାମୁୟେଲ ଲୋକମାନଙ୍କୁ କହିଲେ, ଆସ, ଆମ୍ଭେମାନେ ଗିଲ୍ଗଲ୍‍କୁ ଯାଇ ସେଠାରେ ପୁନର୍ବାର ରାଜତ୍ଵ ସ୍ଥିର କରିବା । 15 ତହିଁରେ ସମସ୍ତ ଲୋକ ଗିଲ୍ଗଲ୍‍କୁ ଗଲେ ଓ ସେହି ଗିଲ୍ଗଲ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜା କଲେ; ଆଉ ସେସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ; ପୁଣି ସେହି ସ୍ଥାନରେ ଶାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହାଆନନ୍ଦ କଲେ ।
1 ଅନନ୍ତର ଅମ୍ମୋନୀୟ ନାହଶ୍ ଆସି ଯାବେଶ-ଗିଲୀୟଦସମ୍ମୁଖରେ ଛାଉଣି ସ୍ଥାପନ କଲା; ତହିଁରେ ଯାବେଶର ସମସ୍ତ ଲୋକ ନାହଶ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା⇧ । .::. 2 ତହୁଁ ଅମ୍ମୋନୀୟ ନାହଶ୍ ସେମାନଙ୍କୁ ଉତ୍ତର କଲା, ତୁମ୍ଭ ସମସ୍ତଙ୍କର ଦକ୍ଷିଣ ଚକ୍ଷୁ ଉପୁଡ଼ାଗଲେ ମୁଁ ତୁମ୍ଭମାନଙ୍କ ସହିତ ନିୟମ ସ୍ଥିର କରିବି; ଆଉ ମୁଁ ତଦ୍ଦ୍ଵାରା ସମସ୍ତ ଇସ୍ରାଏଲ ଉପରେ ଅପମାନ ଥୋଇବି । .::. 3 ତେବେ ଯାବେଶର ପ୍ରାଚୀନମାନେ ତାହାକୁ କହିଲେ, ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭେମାନେ ଇସ୍ରାଏଲ-ସୀମାର ସର୍ବତ୍ର ଦୂତ ପଠାଇବା; ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭେମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ । .::. 4 ଏଥିଉତ୍ତାରେ ଦୂତମାନେ ଶାଉଲଙ୍କ ବାସସ୍ଥାନ ଗିବୀୟାକୁ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ସେହିସବୁ କଥା କହିଲେ; ତହିଁରେ ସମସ୍ତ ଲୋକ ଆପଣା ଆପଣା ରବ ଉଠାଇ ରୋଦନ କଲେ । .::. 5 ଏହି ସମୟରେ ଦେଖ, ଶାଉଲ କ୍ଷେତ୍ରରୁ ବଳଦମାନଙ୍କ ପଛେ ଆସୁ ଆସୁ ଉପସ୍ଥିତ ହେଲେ; ଆଉ ଶାଉଲ ପଚାରିଲେ, ଲୋକମାନଙ୍କର କଅଣ ହେଲା ଯେ, ସେମାନେ ରୋଦନ କରୁଅଛନ୍ତି? ତହିଁରେ ସେମାନେ ଯାବେଶର ଲୋକମାନଙ୍କ କଥା ତାଙ୍କୁ ଜଣାଇଲେ । .::. 6 ସେହି କଥା ଶୁଣିବାମାତ୍ର ପରମେଶ୍ଵରଙ୍କ ଆତ୍ମା ଶାଉଲଙ୍କୁ ଆକ୍ରା; କରନ୍ତେ, ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ଵଳିତ ହେଲା । .::. 7 ତହୁଁ ସେ ଏକହଳ ବଳଦ ନେଇ ଖଣ୍ତ ଖଣ୍ତ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, ଯେ କେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ । ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ । .::. 8 ତେବେ ସେ ବେସକରେ ସେମାନଙ୍କୁ ଗଣନା କଲେ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତିନି ଲକ୍ଷ ଓ ଯିହୁଦାର ତିରିଶ ହଜାର ଲୋକ ହେଲେ । .::. 9 ଏଥି ଉତ୍ତାରେ ସେମାନେ ସେହି ଆଗତ ଦୂତମାନଙ୍କୁ କହିଲେ, ତୁମ୍ଭେମାନେ ଯାବେଶ-ଗିଲୀୟଦର ଲୋକମାନଙ୍କୁ କୁହ, କାଲି ଖରାବେଳେ ତୁମ୍ଭେମାନେ ଉଦ୍ଧାର ପାଇବ; ତହିଁରେ ଦୂତମାନେ ଆସି ଯାବେଶର ଲୋକମାନଙ୍କୁ ତାହା ଜଣାନ୍ତେ, ସେମାନେ ଆନନ୍ଦିତ ହେଲେ । .::. 10 ଏନିମନ୍ତେ ଯାବେଶର ଲୋକମାନେ (ନାହଶ୍କୁ) କହିଲେ, କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ବାହାର ହୋଇ ଯିବା, ତହିଁରେ ତୁମ୍ଭମାନଙ୍କ ଦୃଷ୍ଟିକି ଯାହା ଭଲ ଦିଶେ, ତାହା ଆମ୍ଭ ସମସ୍ତଙ୍କ ପ୍ରତି କରିବ । .::. 11 ପରଦିନ ଶାଉଲ ଲୋକମାନଙ୍କୁ ତିନି ଦଳ କଲେ; ତେଣୁ ସେମାନେ ପ୍ରଭାତୀୟ ପ୍ରହରରେ ଅମ୍ମୋନୀୟମାନଙ୍କ ଛାଉଣି ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ; ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ, ସେମାନଙ୍କର ଦୁଇ ଜଣ ଏକତ୍ର ରହିଲେ ନାହିଁ । .::. 12 ଏଥିଉତ୍ତାରେ ଲୋକମାନେ ଶାମୁୟେଲଙ୍କୁ କହିଲେ, କିଏ କହୁଥିଲା କି, ଶାଉଲ ଆମ୍ଭମାନଙ୍କ ଉପରେ ରାଜା ହେବ? ସେହି ଲୋକମାନଙ୍କୁ ଆଣ, ଆମ୍ଭେମାନେ ସେମାନଙ୍କୁ ବଧ କରିବା । .::. 13 ମାତ୍ର ଶାଉଲ କହିଲେ, ଆଜି କୌଣସି ଲୋକର ପ୍ରାଣଦଣ୍ତ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି । .::. 14 ଅନନ୍ତର ଶାମୁୟେଲ ଲୋକମାନଙ୍କୁ କହିଲେ, ଆସ, ଆମ୍ଭେମାନେ ଗିଲ୍ଗଲ୍‍କୁ ଯାଇ ସେଠାରେ ପୁନର୍ବାର ରାଜତ୍ଵ ସ୍ଥିର କରିବା । .::. 15 ତହିଁରେ ସମସ୍ତ ଲୋକ ଗିଲ୍ଗଲ୍‍କୁ ଗଲେ ଓ ସେହି ଗିଲ୍ଗଲ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜା କଲେ; ଆଉ ସେସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ; ପୁଣି ସେହି ସ୍ଥାନରେ ଶାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହାଆନନ୍ଦ କଲେ । .::.
  • ପ୍ରଥମ ଶାମୁୟେଲ ଅଧ୍ୟାୟ 1  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 2  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 3  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 4  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 5  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 6  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 7  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 8  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 9  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 10  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 11  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 12  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 13  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 14  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 15  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 16  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 17  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 18  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 19  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 20  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 21  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 22  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 23  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 24  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 25  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 26  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 27  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 28  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 29  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 30  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 31  
×

Alert

×

Oriya Letters Keypad References