2 |
ଅସରିଯ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିଯ କହିଲେ, "ଆସା ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ, ତୁମ୍ଭମାନେେ ମାେ କଥା ଶୁଣ। ତୁମ୍ଭମାନେେ ଯେତବେେଳେ ପରମେଶ୍ବରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତ ରେ ଥିଲେ। ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କୁ ଖାଜେିବ, ତବେେ ତୁମ୍ଭମାନେେ ତାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭମାନେେ ତାଙ୍କୁ ପରିତ୍ଯାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବେ।
|
8 |
ଆସା ଓବେଦ୍ ଭବିଷ୍ଯଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହାପରେ ସେ ଯିହୁଦା ଓ ବିନ୍ଯାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ଯ ପ୍ରତିମାଗୁଡ଼ିକ ଦୂର କରି ଦେଲେ। ଆସା ଇଫ୍ରଯିମ୍ର ପାର୍ବତ୍ଯମଯ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସହେି ସହରଗୁଡ଼ିକରୁ ମଧ୍ଯ ସହେି ଘୃଣ୍ଯ ପ୍ରତିମାଗୁଡ଼ିକ ବାହାର କରି ଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ୟଜ୍ଞବଦେୀକୁ ମରାମତି କଲେ।
|
9 |
ଏହାପରେ ଆସା ଯିହୁଦା ଓ ବିନ୍ଯାମୀନର ସମସ୍ତ ଲୋକଙ୍କୁ ଏକତ୍ରୀତ କଲେ। ସେ ଆହୁରି ମଧ୍ଯ ଇଫ୍ରଯିମ, ମନଃଶି ଓଶିମିଯୋନ ବଂଶର ଲୋକମାନଙ୍କୁ ଏକତ୍ରୀତ କଲେ, ଯେଉଁମାନେ ଇଶ୍ରାୟେଲ ଦେଶରୁ ବାହାରି ଯିହୁଦା ଦେଶ ରେ ବାସ କରିବାକୁ ଆସିଥିଲେ, ସହେି ଲୋକମାନଙ୍କ ମଧିଅରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଚାଲି ଆସିଥିଲେ, କାରଣ ସମାନେେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ବର, ଆସାଙ୍କର ସହିତ ଅଛନ୍ତି।
|