ଯିଖରିୟ 5 : 1 (ORV)
ଅନନ୍ତର ମୁଁ ପୁନର୍ବାର ଆପଣା ଚକ୍ଷୁ ଟେକି ଅନାଇଲି, ଆଉ ଦେଖ, ଉଡ଼ନ୍ତା ଏକ ନଳାକାର ପୁସ୍ତକ ।
ଯିଖରିୟ 5 : 2 (ORV)
ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ ଉତ୍ତର କଲି, ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି; ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ ।
ଯିଖରିୟ 5 : 3 (ORV)
ତେବେ ସେ ମୋତେ କହିଲେ, ଏହା ସମୁଦାୟ ଦେଶ ଉପରକୁ ବାହାରି ଯିବା ଅଭିଶାପ; କାରଣ ଯେ ପ୍ରତ୍ୟେକ ଲୋକ ଚୋରି କରେ, ସେ ତହିଁର ଏକ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ ଓ ଯେ ପ୍ରତ୍ୟେକ ଲୋକ ଶପଥ କରେ, ସେ ତହିଁର ଅନ୍ୟ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ ।
ଯିଖରିୟ 5 : 4 (ORV)
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ; ପୁଣି, ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ସମେତ ତାହା ଗ୍ରାସ କରିବ ।
ଯିଖରିୟ 5 : 5 (ORV)
ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, ଏବେ ତୁମ୍ଭେ ଚକ୍ଷୁ ଟେକି ଦେଖ, ଏହି ଯାହା ବାହାରକୁ ଯାଉଅଛି, ତାହା କଅଣ ।
ଯିଖରିୟ 5 : 6 (ORV)
ତହିଁରେ ମୁଁ କହିଲି, ଏ କଅଣ? ତହୁଁ ସେ କହିଲେ, ଏହା ଐଫା-ପାତ୍ର, ଯାହା ବାହାରକୁ ଯାଉଅଛି; ସେ ଆହୁରି କହିଲେ, ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପ୍ରତିରୂପ ଅଟେ ।
ଯିଖରିୟ 5 : 7 (ORV)
ଆଉ ଦେଖ, ଏକ ମହଣ ପରିମିତ ସୀସା ଉପରକୁ ଉଠାଗଲା; ଆଉ, ସେହି ଐଫା ମଧ୍ୟରେ ଏକ ସ୍ତ୍ରୀ ବସୁଅଛି ।
ଯିଖରିୟ 5 : 8 (ORV)
ପୁଣି, ସେ ମୋତେ କହିଲେ, ଏହା ଦୁଷ୍ଟତା ସ୍ଵରୂପା; ଆଉ, ସେ ସେହି ସ୍ତ୍ରୀକି ଐଫା ମଧ୍ୟରେ ପକାଇ ଦେଲେ ଓ ତହିଁର ର୍ମୁଁହରେ ସେହି ସୀସାର ଓଜନ ଦେଲେ ।
ଯିଖରିୟ 5 : 9 (ORV)
ସେତେବେଳେ ମୁଁ ଆପଣା ଚକ୍ଷୁ ଟେକି ଦେଖିଲି, ଆଉ ଦେଖ, ଦୁଇ ସ୍ତ୍ରୀ ବାହାରି ଆସିଲେ, ଆଉ ସେମାନଙ୍କ ପକ୍ଷପୁଟରେ ବାୟୁ ଥିଲା; ସେମାନଙ୍କର ପକ୍ଷ ଚରଳର ପକ୍ଷ ପରି ଥିଲା, ପୁଣି ସେମାନେ ପୃଥିବୀ ଓ ଆକାଶ ମଧ୍ୟରେ ସେ ଐଫାକୁ ଉଠାଇଲେ ।
ଯିଖରିୟ 5 : 10 (ORV)
ତହିଁରେ ଯେଉଁ ଦୂତ ମୋʼ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ କହିଲି, ଏମାନେ କେଉଁ ସ୍ଥାନକୁ ଐଫା ବହି ନେଉଅଛନ୍ତି?
ଯିଖରିୟ 5 : 11 (ORV)
ଏଥିରେ ସେ ମୋତେ କହିଲେ, ଶିନୀୟର ଦେଶରେ ସେହି ସ୍ତ୍ରୀ ପାଇଁ ଏକ ଗୃହ ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେ ସ୍ତ୍ରୀ ଆପଣା ସ୍ଥାନରେ ସ୍ଥାପନ କରାଯିବ ।

1 2 3 4 5 6 7 8 9 10 11

BG:

Opacity:

Color:


Size:


Font: