ରୂତର ବିବରଣ 3 : 1 (ORV)
ଏଥି ଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, ଆଗୋ ମୋହର କନ୍ୟେ, ଯହିଁରେ ତୁମ୍ଭର ମଙ୍ଗଳ ହେବ, ଏପରି ଆଶ୍ରୟସ୍ଥାନ ମୁଁ କି ତୁମ୍ଭ ପାଇଁ ଚେଷ୍ଟା କରିବି ନାହିଁ?
ରୂତର ବିବରଣ 3 : 2 (ORV)
ତୁମ୍ଭେ ଯେଉଁ ବୋୟଜର ଦାସୀଗଣ ସଙ୍ଗରେ ଥିଲ, ସେ କି ଆମ୍ଭମାନଙ୍କ ଜ୍ଞାତି ନୁହେଁ? ଦେଖ, ସେ ଆଜି ରାତ୍ରି ଆପଣା ଖଳାରେ ଯବ ଝାଡ଼ିବାକୁ ଉଦ୍ୟତ ଅଛି ।
ରୂତର ବିବରଣ 3 : 3 (ORV)
ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ଆପଣା (ଉତ୍ତମ) ବସ୍ତ୍ର ପରିଧାନ କରି ସେହି ଖଳାକୁ ଯାଅ; ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ଆପଣାର ପରିଚୟ ଦିଅ ନାହିଁ ।
ରୂତର ବିବରଣ 3 : 4 (ORV)
ସେ ଯେତେବେଳେ ଶୟନ କରିବ, ସେତେବେଳେ ତୁମ୍ଭେ ତାହାର ଶୟନସ୍ଥାନ ଦେଖି ନିର୍ଣ୍ଣୟ କର; ତହୁଁ ସେଠାକୁ ଯାଇ ତାହାର ଚରଣ-ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କର, ତହିଁରେ ତୁମ୍ଭକୁ କʼଣ କରିବାକୁ ହେବ, ତାହା ସେ ଜଣାଇବ ।
ରୂତର ବିବରଣ 3 : 5 (ORV)
ସେ ଉତ୍ତର କଲା, ତୁମ୍ଭେ ଯାହା କହୁଅଛ, ସେସମସ୍ତ ମୁଁ କରିବି ।
ରୂତର ବିବରଣ 3 : 6 (ORV)
ଏଣୁ ସେ ସେହି ଖଳାକୁ ଯାଇ ଆପଣା ଶାଶୁର ଆଦେଶାନୁସାରେ ସମସ୍ତ କର୍ମ କଲା ।
ରୂତର ବିବରଣ 3 : 7 (ORV)
ପୁଣି ଭୋଜନପାନ ସାରି ବୋୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ, ସେ ଶସ୍ୟରାଶିର ଏକ ପ୍ରାନ୍ତଭାଗରେ ଶୟନ କରିବାକୁ ଗଲା, ତହିଁରେ ରୂତ ଧୀରେ ଧୀରେ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ୍ତ କରି ଶୟନ କଲା ।
ରୂତର ବିବରଣ 3 : 8 (ORV)
ତହୁଁ ମଧ୍ୟରାତ୍ରି ସମୟରେ ସେ ପୁରୁଷ ଚମତ୍କୃତ ହୋଇ ଉଠି ଅନାଇଲା, ଆଉ ଦେଖ, ତାହାର ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛି । ତହିଁରେ ସେ ପଚାରିଲା, ତୁମ୍ଭେ କିଏ?
ରୂତର ବିବରଣ 3 : 9 (ORV)
ସେ ଉତ୍ତର କଲା, ମୁଁ ଆପଣଙ୍କର ଦାସୀ ରୂତ; ଏଣୁ ଆପଣା ପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ, କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି ।
ରୂତର ବିବରଣ 3 : 10 (ORV)
ସେ କହିଲା, ଆଗୋ ମୋହର କନ୍ୟେ, ତୁମ୍ଭେ ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ରୀ ହୁଅ, ଯେହେତୁ ତୁମ୍ଭେ ଧନବାନ କି ଦରିଦ୍ର କୌଣସି ଯୁବାପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମାପେକ୍ଷା ଶେଷରେ ଅଧିକ ସାଧୁତା ଦେଖାଇଅଛ ।
ରୂତର ବିବରଣ 3 : 11 (ORV)
ଏଣୁ ଆଗୋ ମୋହର କନ୍ୟେ, ଭୟ କର ନାହିଁ, ତୁମ୍ଭେ ଯାହା କହିଲ, ମୁଁ ତୁମ୍ଭ ପାଇଁ ସେସମସ୍ତ କରିବି;
ରୂତର ବିବରଣ 3 : 12 (ORV)
ଯେହେତୁ ତୁମ୍ଭେ ଯେ ସାଧ୍ଵୀ, ଏହା ମୋହର ନଗରସ୍ଥ ସମସ୍ତ ଲୋକ ଜାଣନ୍ତି । ମୁଁ ମୁକ୍ତିକର୍ତ୍ତା ଜ୍ଞାତି ଅଟେ, ଏହା ସତ୍ୟ, ମାତ୍ର ମୋʼଠାରୁ ନିକଟସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅର୍ଛି⇧ ।
ରୂତର ବିବରଣ 3 : 13 (ORV)
ଏହି ରାତ୍ରି ଥାଅ; ପ୍ରାତଃକାଳରେ ସେ ଯେବେ ତୁମ୍ଭକୁ ମୁକ୍ତ କରେ, ତେବେ ଭଲ, ସେ ମୁକ୍ତ କରୁ; ମାତ୍ର ଯେବେ ସେ ତୁମ୍ଭକୁ ମୁକ୍ତ ନ କରେ, ତେବେ ଜୀବିତ ସଦାପ୍ରଭୁଙ୍କ ନାମରେ ସତ୍ୟ କହୁଅଛି ଯେ, ମୁଁ ତୁମ୍ଭକୁ ମୁକ୍ତ କରିବି; ତୁମ୍ଭେ ପ୍ରାତଃକାଳ ପର୍ଯ୍ୟନ୍ତ ଶୟନ କର ।
ରୂତର ବିବରଣ 3 : 14 (ORV)
ତହିଁରେ ରୂତ ପ୍ରାତଃକାଳ ଯାଏ ତାହାର ପାଦ ନିକଟରେ ଶୋଇ ରହିଲା, ପୁଣି କେହି କାହାକୁ ଚିହ୍ନି ପାରିବା ସମୟ ପୂର୍ବେ ସେ ଉଠିଲା; କାରଣ ବୋୟଜ କହିଲା, ଖଳାକୁ ଏ ସ୍ତ୍ରୀ ଯେ ଆସିଥିଲା, ଏହା ଜଣା ନ ଯାଉ ।
ରୂତର ବିବରଣ 3 : 15 (ORV)
ସେ ଆହୁରି କହିଲା, ତୁମ୍ଭର ଆବରଣୀୟ ବସ୍ତ୍ର ବିଛାଇ ଧର; ତହିଁରେ ରୂତ ତାହା ବିଛାଇ ଧରନ୍ତେ, ସେ ଛଅ ପାତ୍ର ଯବ ମାପି ତାହାର ମସ୍ତକରେ ଦେଇ ନଗରକୁ ଚାଲିଗଲା ।
ରୂତର ବିବରଣ 3 : 16 (ORV)
ତହୁଁ ରୂତ ଆପଣା ଶାଶୁ ନିକଟକୁ ଆସନ୍ତେ, ସେ କହିଲା, ଆଗୋ ଆମ୍ଭର କନ୍ୟେ, କଅଣ ହେଲା? ତହିଁରେ ସେ ଆପଣା ପ୍ରତି ସେହି ପୁରୁଷର କୃତ ସମସ୍ତ କର୍ମ ତାହାକୁ ଜ୍ଞାତ କରାଇଲା ।
ରୂତର ବିବରଣ 3 : 17 (ORV)
ପୁଣି ଆହୁରି କହିଲା, ଶାଶୁ ନିକଟକୁ ରିକ୍ତ ହସ୍ତରେ ନ ଯାଅ ବୋଲି କହି ସେ ମୋତେ ଏହି ଛଅ ପାତ୍ର ଯବ ଦେଇଅଛନ୍ତି ।
ରୂତର ବିବରଣ 3 : 18 (ORV)
ତହୁଁ ତାହାର ଶାଶୁ ତାହାକୁ କହିଲା, ଆଗୋ ଆମ୍ଭର କନ୍ୟେ, ଏ ବିଷୟ କʼଣ ହେବ, ଏହା ତୁମ୍ଭକୁ ଜଣା ହେବା ପର୍ଯ୍ୟନ୍ତ ବସିଥାଅ; କାରଣ ସେ ମନୁଷ୍ୟ ଆଜି ଏ କର୍ମ ସାଙ୍ଗ ନ କରି ବିଶ୍ରାମ କରିବ ନାହିଁ ।
❮
❯