ରୂତର ବିବରଣ 1 : 1 (ORV)
ବିଚାରକର୍ତ୍ତୃଗଣ ବିଚାର କରିବା କାଳେ ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା । ତହିଁରେ ବେଥ୍ଲିହିମ-ଯିହୁଦାର ଜଣେ ଲୋକ ଆପଣା ଭାର୍ଯ୍ୟା ଓ ଦୁଇ ପୁତ୍ର ଘେନି ମୋୟାବ ଦେଶରେ ପ୍ରବାସ କରିବାକୁ ଗଲା ।
ରୂତର ବିବରଣ 1 : 2 (ORV)
ସେ ଲୋକର ନାମ ଏଲିମେଲକ ଓ ତାହାର ଭାର୍ଯ୍ୟାର ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କର ନାମ ମହଲୋନ ଓ କିଲୀୟୋନ; ଏମାନେ ବେଥ୍ଲିହିମ-ଯିହୁଦାର ଏଫ୍ରାଥୀୟ ଲୋକ; ପୁଣି ଏମାନେ ମୋୟାବ ଦେଶକୁ ଆସି ସେଠାରେ ରହିଲେ ।
ରୂତର ବିବରଣ 1 : 3 (ORV)
ଏଉତ୍ତାରୁ ନୟମୀର ସ୍ଵାମୀ ଏଲିମେଲକର ମୃତ୍ୟୁ ହୁଅନ୍ତେ, ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ ।
ରୂତର ବିବରଣ 1 : 4 (ORV)
ଏହି ପୁତ୍ରମାନେ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କଲେ, ଜଣକର ଭାର୍ଯ୍ୟାର ନାମ ଅର୍ପା, ଆନର ନାମ ରୂତ; ପୁଣି ସେମାନେ ଊଣାଧିକ ଦଶ ବର୍ଷ ଯାଏ ସେଠାରେ ବାସ କଲେ ।
ରୂତର ବିବରଣ 1 : 5 (ORV)
ତହୁଁ ମହଲୋନ ଓ କିଲୀୟୋନ ଦୁଇ ଜଣଙ୍କର ମୃତ୍ୟୁ ହୁଅନ୍ତେ, ସେ ସ୍ତ୍ରୀ, ଦୁଇ ପୁତ୍ର ଓ ସ୍ଵାମୀବିହୀନା ହୋଇ ରହିଲା ।
ରୂତର ବିବରଣ 1 : 6 (ORV)
ଅନନ୍ତର ସେ ସ୍ତ୍ରୀ ଆପଣା ପୁତ୍ରବଧୂମାନଙ୍କୁ ଘେନି ମୋୟାବ ଦେଶରୁ ପ୍ରସ୍ଥାନ କରିବା ପାଇଁ ଉଠିଲା, ଯେହେତୁ ସଦାପ୍ରଭୁ ଯେ ଆପଣା ଲୋକଙ୍କର ତତ୍ତ୍ଵାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ସେ ସ୍ତ୍ରୀ ମୋୟାବ ଦେଶରେ ଥାଇ ଶୁଣିଲା ।
ରୂତର ବିବରଣ 1 : 7 (ORV)
ଏଣୁ ଆପଣା ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଯିହୁଦା ଦେଶକୁ ଫେରି ଯିବା ପାଇଁ ପଥରେ ଗମନ କଲେ ।
ରୂତର ବିବରଣ 1 : 8 (ORV)
ଏଥିରେ ନୟମୀ ଆପଣା ଦୁଇ ପୁତ୍ରବଧୂଙ୍କୁ କହିଲା, ତୁମ୍ଭେମାନେ ଆପଣା ଆପଣା ମାତାର ଗୃହକୁ ଫେରି ଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ତଦ୍ରୂପ ଦୟା କରନ୍ତୁ ।
ରୂତର ବିବରଣ 1 : 9 (ORV)
ତୁମ୍ଭେ ଦୁଇ ଜଣ ଆପଣା ଆପଣା ସ୍ଵାମୀ ଗୃହରେ ଯେପରି ଆଶ୍ରୟ ପାଅ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଏପରି କୃପା କରନ୍ତୁ; ଅନନ୍ତର ସେ ସେମାନଙ୍କୁ ଚୁମ୍ଵନ କଲା; ତହିଁରେ ସେମାନେ ଉଚ୍ଚୈଃସ୍ଵରରେ ରୋଦନ କଲେ ।
ରୂତର ବିବରଣ 1 : 10 (ORV)
ପୁଣି ସେମାନେ ତାହାକୁ କହିଲେ, ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରି ଯିବା ।
ରୂତର ବିବରଣ 1 : 11 (ORV)
ନୟମୀ ଉତ୍ତର କଲା, ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଆମ୍ଭ ସଙ୍ଗରେ କାହିଁକି ଯିବ? ତୁମ୍ଭମାନଙ୍କ ସ୍ଵାମୀ ହେବା ପାଇଁ ଏବେ ହେଁ କି ଆମ୍ଭ ଗର୍ଭରେ ପୁତ୍ର ଅଛି?
ରୂତର ବିବରଣ 1 : 12 (ORV)
ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ; ଆଉ ମୋହର ଭରସା ଅଛି, ଏହା ବୋଲି ଯଦ୍ୟପି ଆଜି ରାତ୍ରିରେ ସ୍ଵାମୀ ଗ୍ରହଣ କରେ ଓ ସନ୍ତାନ ମଧ୍ୟ ପ୍ରସବ କରେ,
ରୂତର ବିବରଣ 1 : 13 (ORV)
ତେବେ ତୁମ୍ଭେମାନେ କି ସେମାନଙ୍କର ବୟଃପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥି ନିମନ୍ତେ ଆନ ସ୍ଵାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି; କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ନିର୍ଗତ ହୋଇଅଛି ।
ରୂତର ବିବରଣ 1 : 14 (ORV)
ଏଥିରେ ସେମାନେ ପୁନର୍ବାର ଉଚ୍ଚୈଃସ୍ଵରରେ ରୋଦନ କଲେ, ପୁଣି ଅର୍ପା ଆପଣା ଶାଶୁକୁ ଚୁମ୍ଵନ କଲା, ମାତ୍ର ରୂତ ତାକୁ ଧରି ରହିଲା ।
ରୂତର ବିବରଣ 1 : 15 (ORV)
ସେ ତାକୁ କହିଲା, ଦେଖ, ତୁମ୍ଭର ଜାଆ ଆପଣା ଲୋକମାନଙ୍କ ଓ ଆପଣା ଦେବତା ନିକଟକୁ ଫେରି ଗଲା, ତୁମ୍ଭେ ହିଁ ଆପଣା ଜାଆ ପଛେ ଫେରି ଯାଅ ।
ରୂତର ବିବରଣ 1 : 16 (ORV)
ରୂତ କହିଲା, ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍ଗମନ କରିବାରୁ ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ଵର ହିଁ ମୋହର ପରମେଶ୍ଵର ହେବେ।
ରୂତର ବିବରଣ 1 : 17 (ORV)
ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ତ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ ।
ରୂତର ବିବରଣ 1 : 18 (ORV)
ଏରୂପେ ତାହା ସହିତ ଯିବା ପାଇଁ ରୂତ ଦୃଢ଼-ମନସ୍କ ଅଟେ, ଏହା ଦେଖି ସେ ତାହାକୁ କଥା କହିବାରୁ କ୍ଷା; ହେଲା ।
ରୂତର ବିବରଣ 1 : 19 (ORV)
ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥ୍ଲିହିମରେ ଉପସ୍ଥିତ ହେଲେ । ପୁଣି ଯେତେବେଳେ ସେମାନେ ବେଥ୍ଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀ ଲୋକମାନେ କହିଲେ, ଏ କି ନୟମୀ?
ରୂତର ବିବରଣ 1 : 20 (ORV)
ତେଣୁ ସେ ସେମାନଙ୍କୁ କହିଲା, ମୋତେ ନୟମୀ (ମଧୁର) ବୋଲି ନ ଡାକ, ପୁଣି ମାରା (ତିକ୍ତ) ବୋଲି ଡାକ; ଯେହେତୁ ସର୍ବଶକ୍ତିମାନ ମୋʼ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି ।
ରୂତର ବିବରଣ 1 : 21 (ORV)
ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି । ସଦାପ୍ରଭୁ ଯେବେ ମୋʼ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ?
ରୂତର ବିବରଣ 1 : 22 (ORV)
ଏହିରୂପେ ନୟମୀ ଓ ମୋୟାବ ଦେଶରୁ ଆଗତା ତାହାର ପୁତ୍ରବଧୂ ସେହି ମୋୟାବ ଦେଶୀୟା ରୂତ ଫେରି ଆସିଲେ; ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥ୍ଲିହିମରେ ଉପସ୍ଥିତ ହେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22