ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 1 (ORV)
ତେବେ ଯିହୁଦୀ ଲୋକର ବିଶେଷ କଅଣ? ସୁନ୍ନତର ବା ଉପକାର କଅଣ? ସବୁ ପ୍ରକାରେ ବହୁତ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 2 (ORV)
ସର୍ବପ୍ରଥମେ, ଈଶ୍ଵରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 3 (ORV)
ତେବେ କଅଣ? ଯଦି କେହି କେହି ଅବିଶ୍ଵସ୍ତ ହେଲେ, ସେମାନଙ୍କର ଅବିଶ୍ଵସ୍ତତା କଅଣ ଈଶ୍ଵରଙ୍କ ବିଶ୍ଵସ୍ତତାକୁ ନିଷ୍ଫଳ କରିବ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 4 (ORV)
ତାହା କେବେ ହେଁ ନ ହେଉ, ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ, କିନ୍ତୁ ଈଶ୍ଵର ସତ୍ୟ ବୋଲି ସ୍ଵୀକାର କରାଯାଉ, ଯେପରି ଲେଖାଅଛି, “ତୁମ୍ଭେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି ବିଚାରିତ ହେବା ସମୟରେ ବିଜୟୀ ହେବ ।”
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 5 (ORV)
କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ଵରଙ୍କ ଧାର୍ମିକତା ସପ୍ରମାଣ କରେ, ତେବେ ଆମ୍ଭେମାନେ କଅଣ କହିବା? ଯେଉଁ ଈଶ୍ଵର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ? ମୁଁ ମନୁଷ୍ୟ ଭାବରେ କହୁଅଛି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 6 (ORV)
ତାହା କେବେ ହେଁ ନ ହେଉ; କାରଣ ତାହାହେଲେ ଈଶ୍ଵର କିପରି ଜଗତର ବିଚାର କରିବେ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 7 (ORV)
କିନ୍ତୁ ଯଦି ମୋହର ମିଥ୍ୟା ଦ୍ଵାରା ଈଶ୍ଵରଙ୍କ ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୁଦ୍ଧି ପାଇଲା, ତାହାହେଲେ ମୁଁ ମଧ୍ୟ ଆଉ କାହିଁକି ପାପୀ ବୋଲି ବିଚାରିତ ହେଉଅଛି?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 8 (ORV)
ଆଉ, ଭଲ ଫଳ ଫଳିବା ନିମନ୍ତେ ଆସ, ମନ୍ଦ କର୍ମ କରୁ, ଏହା ଆମ୍ଭେମାନେ କହୁଅଛୁ ବୋଲି ଯେପରି କେହି କେହି ଆମ୍ଭମାନଙ୍କର ଗ୍ଳାନି କରି କହନ୍ତି, ସେପରି ବା କାହିଁକି ନ କରିବା? ଏମାନଙ୍କର ଦଣ୍ତ ଯଥାର୍ଥ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 9 (ORV)
ତେବେ କଅଣ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ; କାରଣ ଯିହୁଦୀ ଓ ଗ୍ରୀକ୍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 10 (ORV)
ଯେପରି ଲେଖାଅଛି, ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 11 (ORV)
ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ଵରଙ୍କ ଅନ୍ଵେଷଣ କରେ, ଏପରି ଜଣେ ନାହିଁ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 12 (ORV)
ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକ ସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି; ଯେ ସତ୍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 13 (ORV)
ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ଵାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 14 (ORV)
ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣନ୍ତ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 15 (ORV)
ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 16 (ORV)
ସେମାନଙ୍କ ପଥରେ ବିନାଶ ଓ କ୍ଳେଶ,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 17 (ORV)
ପୁଣି ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 18 (ORV)
ଈଶ୍ଵରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 19 (ORV)
ଆଉ, ଆମ୍ଭେମାନେ ତ ଜାଣୁ ଯେ, ବ୍ୟବସ୍ଥା ଯାହା ଯାହା କୁହେ, ସେହିସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ଵରଙ୍କ ବିଚାରରେ ଦଣ୍ତନୀୟ ହେବ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 20 (ORV)
କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ଵାରା ପାପର ଜ୍ଞାନ ଜନ୍ମେ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 21 (ORV)
କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ଵରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 22 (ORV)
ଅର୍ଥାତ୍, ଈଶ୍ଵରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ସମସ୍ତ ବିଶ୍ଵାସୀଙ୍କ ପ୍ରତି ବର୍ତ୍ତେ; କାରଣ କୌଣସି ପ୍ରଭେଦ ନାହିଁ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 23 (ORV)
ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ଵରଙ୍କ ଗୌରବରହିତ ହୋଇଅଛନ୍ତି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 24 (ORV)
ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ଦ୍ଵାରା ଧାର୍ମିକ ଗଣିତ ହୁଅନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 25 (ORV)
ଈଶ୍ଵର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ, ତାହାଙ୍କ ରକ୍ତରେ ବିଶ୍ଵାସ ଦ୍ଵାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 26 (ORV)
ପୁଣି ବର୍ତ୍ତମାନ କାଳରେ ଆପଣା ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି, ଯେପରି ସେ ସ୍ଵୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ଵାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 27 (ORV)
ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା । କିପ୍ରକାର ବ୍ୟବସ୍ଥା ଦ୍ଵାରା? କଅଣ କ୍ରିୟାକର୍ମର ବ୍ୟବସ୍ଥା ଦ୍ଵାରା? ନା, ବିଶ୍ଵାସର ବ୍ୟବସ୍ଥା ଦ୍ଵାରା ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 28 (ORV)
ତେବେ ଆମ୍ଭମାନଙ୍କ ମୀମାଂସା ଏହି, ମନୁଷ୍ୟ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହୁଏ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 29 (ORV)
କିମ୍ଵା ଈଶ୍ଵର କି କେବଳ ଯିହୁଦୀମାନଙ୍କର ଈଶ୍ଵର? ସେ କି ବିଜାତିମାନଙ୍କର ମଧ୍ୟ ଈଶ୍ଵର ନୁହନ୍ତି? ହଁ, ବିଜାତିମାନଙ୍କର ମଧ୍ୟ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 30 (ORV)
କାରଣ ଈଶ୍ଵର ତ ଏକ, ଆଉ ସେ ବିଶ୍ଵାସ ହେତୁ ସୁନ୍ନତିକୁ ଓ ବିଶ୍ଵାସ ଦ୍ଵାରା ଅସୁନ୍ନତିକୁ ଧାର୍ମିକ ଗଣିବେ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 : 31 (ORV)
ତେବେ, ଆମ୍ଭେମାନେ କି ବିଶ୍ଵାସ ଦ୍ଵାରା ବ୍ୟବସ୍ଥାକୁ ଲୋପ କରୁଅଛୁ? ତାହା କେବେ ହେଁ ନ ହେଉ, ବରଂ ଆମ୍ଭେମାନେ ବ୍ୟବସ୍ଥାକୁ ସଂସ୍ଥାପନ କରୁଅଛୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: