ଗୀତସଂହିତା 93 : 1 (ORV)
ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ଵିତ; ସଦାପ୍ରଭୁ ବସ୍ତ୍ରାନ୍ଵିତ ହୋଇ ବଳରେ ଆପଣା କଟି ବାନ୍ଧିଅଛନ୍ତି; ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ ।
ଗୀତସଂହିତା 93 : 2 (ORV)
ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ; ତୁମ୍ଭେ ଅନାଦି କାଳରୁ ବିଦ୍ୟମାନ ।
ଗୀତସଂହିତା 93 : 3 (ORV)
ହେ ସଦାପ୍ରଭୋ, ନଦୀସକଳ ବଢ଼ି ଉଠିଅଛନ୍ତି, ନଦୀସବୁ ଆପଣା ଆପଣା ଧ୍ଵନି ଉଠାଇ ଅଛନ୍ତି; ନଦୀସବୁ ଆପଣା ଆପଣା ତରଙ୍ଗ ଉଠାନ୍ତି ।
ଗୀତସଂହିତା 93 : 4 (ORV)
ଜଳରାଶିର ଧ୍ଵନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଊର୍ଦ୍ଧ୍ଵସ୍ଥ ସଦାପ୍ରଭୁ ବଳବାନ ।
ଗୀତସଂହିତା 93 : 5 (ORV)
ତୁମ୍ଭର ପ୍ରମାଣବାକ୍ୟ ଅତି ନିଶ୍ଚିତ; ହେ ସଦାପ୍ରଭୋ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା ।
❮
❯