ଗୀତସଂହିତା 87 : 1 (ORV)
ଗୀତ; କୋରହ-ସନ୍ତାନଗଣର ଗୀତ । ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ- ଶ୍ରେଣୀରେ ସ୍ଥାପିତ ।
ଗୀତସଂହିତା 87 : 2 (ORV)
ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ଵାରସମୂହକୁ ଅଧିକ ସ୍ନେହ କରନ୍ତି ।
ଗୀତସଂହିତା 87 : 3 (ORV)
ହେ ପରମେଶ୍ଵରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି । [ସେଲା
ଗୀତସଂହିତା 87 : 4 (ORV)
ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା ଓ ସୋର ଓ କୂଶକୁ ଦେଖ; ଏହି ଜଣ ସେଠାରେ ଜାତ ହେଲା ।
ଗୀତସଂହିତା 87 : 5 (ORV)
ଆହୁରି, ସିୟୋନ ବିଷୟରେ କୁହାଯିବ, ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ଵୟଂ ତାହା ସୁସ୍ଥିର କରିବେ ।
ଗୀତସଂହିତା 87 : 6 (ORV)
ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ । [ସେଲା
ଗୀତସଂହିତା 87 : 7 (ORV)
ଗାୟକ ଓ ନର୍ତ୍ତକମାନେ କହିବେ, ମୋହର ସବୁ ଝର ତୁମ୍ଭଠାରେ ଅଛି ।

1 2 3 4 5 6 7

BG:

Opacity:

Color:


Size:


Font: