ଗୀତସଂହିତା 86 : 1 (ORV)
ଦାଉଦଙ୍କର ପ୍ରାର୍ଥନା । ହେ ସଦାପ୍ରଭୋ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ; କାରଣ ମୁଁ ଦରିଦ୍ର ଓ ଦୀନହୀନ ।
ଗୀତସଂହିତା 86 : 2 (ORV)
ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ ଈଶ୍ଵରପରାୟଣ; ହେ ମୋହର ପରମେଶ୍ଵର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର ।
ଗୀତସଂହିତା 86 : 3 (ORV)
ହେ ପ୍ରଭୋ, ମୋʼ ପ୍ରତି ଦୟାଳୁ ହୁଅ; କାରଣ ମୁଁ ଦିନଯାକ ତୁମ୍ଭ ନିକଟରେ ଡାକ ପକାଏ ।
ଗୀତସଂହିତା 86 : 4 (ORV)
ଆପଣା ଦାସର ପ୍ରାଣ ଆନନ୍ଦିତ କର; କାରଣ ହେ ପ୍ରଭୋ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ ।
ଗୀତସଂହିତା 86 : 5 (ORV)
ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ ।
ଗୀତସଂହିତା 86 : 6 (ORV)
ହେ ସଦାପ୍ରଭୋ, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋʼ ନିବେଦନର ରବରେ ମନୋଯୋଗ କର ।
ଗୀତସଂହିତା 86 : 7 (ORV)
ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; କାରଣ ତୁମ୍ଭେ ମୋତେ ଉତ୍ତର ଦେବ ।
ଗୀତସଂହିତା 86 : 8 (ORV)
ହେ ପ୍ରଭୋ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ; କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ ।
ଗୀତସଂହିତା 86 : 9 (ORV)
ହେ ପ୍ରଭୋ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ ।
ଗୀତସଂହିତା 86 : 10 (ORV)
କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ । ତୁମ୍ଭେ ଏକମାତ୍ର ପରମେଶ୍ଵର ଅଟ ।
ଗୀତସଂହିତା 86 : 11 (ORV)
ହେ ସଦାପ୍ରଭୋ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର ।
ଗୀତସଂହିତା 86 : 12 (ORV)
ହେ ପ୍ରଭୋ, ମୋʼ ପରମେଶ୍ଵର, ମୁଁ ସର୍ବାନ୍ତଃ-କରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି ।
ଗୀତସଂହିତା 86 : 13 (ORV)
କାରଣ ମୋʼ ପ୍ରତି ତୁମ୍ଭର ଦୟା ମହତ୍; ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ ।
ଗୀତସଂହିତା 86 : 14 (ORV)
ହେ ପରମେଶ୍ଵର, ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ଦୁର; ଲୋକଙ୍କ ମଣ୍ତଳୀ ମୋʼ ପ୍ରାଣ ଚାହିଁଅଛନ୍ତି, ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି ନାହାନ୍ତି ।
ଗୀତସଂହିତା 86 : 15 (ORV)
ମାତ୍ର ହେ ପ୍ରଭୋ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ଵର, କ୍ରୋଧରେ ଧୀର, ପୁଣି ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ ।
ଗୀତସଂହିତା 86 : 16 (ORV)
ଆହେ, ମୋʼ ପ୍ରତି ଫେର ଓ ମୋତେ ଦୟା କର; ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, ପୁଣି ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର ।
ଗୀତସଂହିତା 86 : 17 (ORV)
ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; ତହିଁରେ ମୋʼ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, ଯେହେତୁ ହେ ପ୍ରଭୋ, ତୁମ୍ଭେ ମୋହର ସାହାଯ୍ୟ ଓ ସାନ୍ତ୍ଵନା କରିଅଛ ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: