ଗୀତସଂହିତା 83 : 1 (ORV)
ଗୀତ, ଆସଫର ଗୀତ । ହେ ପରମେଶ୍ଵର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ; ହେ ପରମେଶ୍ଵର, ନୀରବ ଓ ନିରସ୍ତ ହୁଅ ନାହିଁ ।
ଗୀତସଂହିତା 83 : 2 (ORV)
କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ତଗୋଳ କରନ୍ତି ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇ ଅଛନ୍ତି ।
ଗୀତସଂହିତା 83 : 3 (ORV)
ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି ।
ଗୀତସଂହିତା 83 : 4 (ORV)
ସେମାନେ କହିଅଛନ୍ତି, ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ ।
ଗୀତସଂହିତା 83 : 5 (ORV)
କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି;
ଗୀତସଂହିତା 83 : 6 (ORV)
ଇଦୋମର ତମ୍ଵୁ-ନିବାସୀମାନେ ଓ ଇଶ୍ମାଏଲୀୟ-ମାନେ, ମୋୟାବ ଓ ହାଗରୀୟମାନେ,
ଗୀତସଂହିତା 83 : 7 (ORV)
ଗବାଲ ଓ ଅମ୍ମୋନ୍ ଓ ଅମାଲେକ୍ ଓ ସୋର-ନିବାସୀମାନଙ୍କ ସହିତ ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି ।
ଗୀତସଂହିତା 83 : 8 (ORV)
ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି; ସେମାନେ ଲୋଟ-ସନ୍ତାନଗଣର ସାହାଯ୍ୟ କରିଅଛନ୍ତି । [ସେଲା
ଗୀତସଂହିତା 83 : 9 (ORV)
ମିଦୀୟନ ପ୍ରତି, କିଶୋନ୍ ନଦୀ ନିକଟରେ ସୀଷରା ପ୍ରତି, ଯାବୀନ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର ।
ଗୀତସଂହିତା 83 : 10 (ORV)
ସେମାନେ ଐନ୍ଦୋର୍ ନିକଟରେ ବିନଷ୍ଟ ହେଲେ; ସେମାନେ ଭୂମି ପାଇଁ ଖତ ସ୍ଵରୂପ ହେଲେ ।
ଗୀତସଂହିତା 83 : 11 (ORV)
ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ ଓ ସେବର ସମାନ, ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲ୍ମୁନ୍ନର ସମାନ କର;
ଗୀତସଂହିତା 83 : 12 (ORV)
ସେମାନେ କହିଲେ, ଆସ, ଆମ୍ଭେମାନେ ପରମେଶ୍ଵରଙ୍କ ନିବାସସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ ।
ଗୀତସଂହିତା 83 : 13 (ORV)
ହେ ମୋହର ପରମେଶ୍ଵର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର ।
ଗୀତସଂହିତା 83 : 14 (ORV)
ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଓ ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ଵଳିତ କରେ;
ଗୀତସଂହିତା 83 : 15 (ORV)
ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ଵାରା ସେମାନଙ୍କ ପଛେ ପଛେ ଗୋଡ଼ାଅ ଓ ଆପଣା ପ୍ରଚଣ୍ତ ବତାସ ଦ୍ଵାରା ସେମାନଙ୍କୁ ଭୟଗ୍ରସ୍ତ କର ।
ଗୀତସଂହିତା 83 : 16 (ORV)
ହେ ସଦାପ୍ରଭୋ, ସେମାନେ ଯେପରି ତୁମ୍ଭ ନାମ ଅନ୍ଵେଷଣ କରିବେ, ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର;
ଗୀତସଂହିତା 83 : 17 (ORV)
ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ଵଳ ହେଉନ୍ତୁ; ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ;
ଗୀତସଂହିତା 83 : 18 (ORV)
ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ତଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ ।

1 2 3 4 5 6 7 8 9 10 11 12 13 14 15 16 17 18

BG:

Opacity:

Color:


Size:


Font: