ଗୀତସଂହିତା 82 : 1 (ORV)
ଆସଫର ଗୀତ । ପରମେଶ୍ଵର ପରମେଶ୍ଵରଙ୍କ ମଣ୍ତଳୀ ମଧ୍ୟରେ ଠିଆ ହୁଅନ୍ତି; ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି ।
ଗୀତସଂହିତା 82 : 2 (ORV)
ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ? ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ? [ସେଲା
ଗୀତସଂହିତା 82 : 3 (ORV)
ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର ।
ଗୀତସଂହିତା 82 : 4 (ORV)
ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର; ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର ।
ଗୀତସଂହିତା 82 : 5 (ORV)
ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ ।
ଗୀତସଂହିତା 82 : 6 (ORV)
ମୁଁ କହିଲି, ତୁମ୍ଭେମାନେ ଈଶ୍ଵରଗଣ ଓ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ ।
ଗୀତସଂହିତା 82 : 7 (ORV)
ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ ।
ଗୀତସଂହିତା 82 : 8 (ORV)
ହେ ପରମେଶ୍ଵର, ଉଠ, ପୃଥିବୀର ବିଚାର କର; କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ ।

1 2 3 4 5 6 7 8

BG:

Opacity:

Color:


Size:


Font: