ଗୀତସଂହିତା 76 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ । ପରମେଶ୍ଵର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି; ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ ।
ଗୀତସଂହିତା 76 : 2 (ORV)
ମଧ୍ୟ ଶାଲେମ୍ରେ ତାହାଙ୍କର ଆବାସ ଓ ସିୟୋନରେ ତାହାଙ୍କର ବାସସ୍ଥାନ ।
ଗୀତସଂହିତା 76 : 3 (ORV)
ସେଠାରେ ସେ ଧନୁତୀରସବୁ, ଢାଲ ଓ ଖଡ଼୍‍ଗ ଓ ଯୁଦ୍ଧ ଭଙ୍ଗ କଲେ । [ସେଲା
ଗୀତସଂହିତା 76 : 4 (ORV)
ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ଵିତ ।
ଗୀତସଂହିତା 76 : 5 (ORV)
ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି, ସେମାନେ ନିଦ୍ରାରେ ନିଦ୍ରିତ ହୋଇଅଛନ୍ତି; ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ ।
ଗୀତସଂହିତା 76 : 6 (ORV)
ହେ ଯାକୁବର ପରମେଶ୍ଵର, ତୁମ୍ଭ ତର୍ଜ୍ଜନରେ ରଥ ଓ ଅଶ୍ଵ ମହାନିଦ୍ରିତ ହୋଇଅଛନ୍ତି ।
ଗୀତସଂହିତା 76 : 7 (ORV)
ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର ଓ ତୁମ୍ଭେ ଥରେ କ୍ରୁଦ୍ଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ?
ଗୀତସଂହିତା 76 : 8 (ORV)
ତୁମ୍ଭେ ସ୍ଵର୍ଗରୁ ବିଚାରାଜ୍ଞା ଶୁଣାଇଲ; ପରମେଶ୍ଵର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ
ଗୀତସଂହିତା 76 : 9 (ORV)
ବିଚାର କରିବାକୁ ଉଠିବା ବେଳେ ପୃଥିବୀ ଭୀତ ଓ ନୀରବ ହେଲା । [ସେଲା
ଗୀତସଂହିତା 76 : 10 (ORV)
ମନୁଷ୍ୟର କ୍ରୋଧ ନିତା; ତୁମ୍ଭର ପ୍ରଶଂସା କରିବ; ତୁମ୍ଭେ କ୍ରୋଧର ଅବଶେଷ ଦ୍ଵାରା ଆପଣା କଟିବନ୍ଧନ କରିବ ।
ଗୀତସଂହିତା 76 : 11 (ORV)
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର; ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ ।
ଗୀତସଂହିତା 76 : 12 (ORV)
ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି; ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି ।

1 2 3 4 5 6 7 8 9 10 11 12

BG:

Opacity:

Color:


Size:


Font: