ଗୀତସଂହିତା 7 : 1 (ORV)
ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ । ହେ ସଦାପ୍ରଭୋ ମୋʼ ପରମେଶ୍ଵର, ମୁଁ ତୁମ୍ଭଠାରେ ଶରଣ ନେଉଅଛି; ମୋʼ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର;
ଗୀତସଂହିତା 7 : 2 (ORV)
ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି ଖଣ୍ତ ଖଣ୍ତ କରିବ, ଉଦ୍ଧାର କରିବାକୁ କେହି ନ ଥିବ ।
ଗୀତସଂହିତା 7 : 3 (ORV)
ହେ ସଦାପ୍ରଭୋ ମୋହର ପରମେଶ୍ଵର, ଯେବେ ମୁଁ ଏହା କରିଥାଏ, ଯେବେ ମୋʼ ହସ୍ତରେ ଅଧର୍ମ ଥାଏ;
ଗୀତସଂହିତା 7 : 4 (ORV)
ଯେବେ ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି; )
ଗୀତସଂହିତା 7 : 5 (ORV)
ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ, ପୁଣି ମୋʼ ଗୌରବକୁ ଧୂଳିସାତ୍ କରୁ । [ସେଲା
ଗୀତସଂହିତା 7 : 6 (ORV)
ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ, ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ବିଚାରର ଆଜ୍ଞା କରିଅଛ ।
ଗୀତସଂହିତା 7 : 7 (ORV)
ଗୋଷ୍ଠୀୟମାନଙ୍କ ମଣ୍ତଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ; ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ଵକୁ ପ୍ରତ୍ୟାଗମନ କର ।
ଗୀତସଂହିତା 7 : 8 (ORV)
ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି; ହେ ସଦାପ୍ରଭୋ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର ।
ଗୀତସଂହିତା 7 : 9 (ORV)
ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; କାରଣ ଧର୍ମମୟ ପରମେଶ୍ଵର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି ।
ଗୀତସଂହିତା 7 : 10 (ORV)
ପରମେଶ୍ଵରଙ୍କଠାରେ ମୋହର ଢାଲ ଅଛି, ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି ।
ଗୀତସଂହିତା 7 : 11 (ORV)
ପରମେଶ୍ଵର ଧର୍ମମୟ ବିଚାରକର୍ତ୍ତା, ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ଵର ।
ଗୀତସଂହିତା 7 : 12 (ORV)
ଯେବେ କୌଣସି ମନୁଷ୍ୟ ନ ଫେରିବ, ତେବେ ସେ ଆପଣା ଖଡ଼୍‍ଗ ଶାଣିତ କରିବେ; ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି ।
ଗୀତସଂହିତା 7 : 13 (ORV)
ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି; ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି ।
ଗୀତସଂହିତା 7 : 14 (ORV)
ଦେଖ, ସେ ଅଧର୍ମରୂପ ପ୍ରସବ-ବେଦନାରେ ଆକ୍ରା; ହେଉଅଛି; ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା ।
ଗୀତସଂହିତା 7 : 15 (ORV)
ସେ କୂପ ଖୋଳି ଗଭୀର କରିଅଛି, ପୁଣି ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛ ।
ଗୀତସଂହିତା 7 : 16 (ORV)
ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ତରେ ପଡ଼ିବ ।
ଗୀତସଂହିତା 7 : 17 (ORV)
ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: