ଗୀତସଂହିତା 64 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ହେ ପରମେଶ୍ଵର, ମୋʼ କାକୂକ୍ତିର ରବ ଶ୍ରବଣ କର; ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର ।
ଗୀତସଂହିତା 64 : 2 (ORV)
କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀ-ମାନଙ୍କ କଳହରୁ ମୋତେ ଲୁଚାଇ ରଖ;
ଗୀତସଂହିତା 64 : 3 (ORV)
ସେମାନେ ଖଡ଼୍‍ଗ ପରି ଆପଣା ଜିହ୍ଵା ଶାଣିତ କରିଅଛନ୍ତି
ଗୀତସଂହିତା 64 : 4 (ORV)
ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ ।
ଗୀତସଂହିତା 64 : 5 (ORV)
ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, ଆମ୍ଭମାନଙ୍କୁ କିଏ ଦେଖିବ?
ଗୀତସଂହିତା 64 : 6 (ORV)
ସେମାନେ ଅଧର୍ମ କଳ୍ପନା କରନ୍ତି; ଆମ୍ଭେମାନେ ଯନିପୂର୍ବକ କଳ୍ପନା ସିଦ୍ଧ କରିଅଛୁ ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର ।
ଗୀତସଂହିତା 64 : 7 (ORV)
ମାତ୍ର ପରମେଶ୍ଵର ସେମାନଙ୍କ ପ୍ରତି ନିକ୍ଷେପ କରିବେ; ସେମାନେ ତୀରରେ ହଠାତ୍ ଆହତ ହେବେ ।
ଗୀତସଂହିତା 64 : 8 (ORV)
ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ଵା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ତ ହଲାଇବେ;
ଗୀତସଂହିତା 64 : 9 (ORV)
ପୁଣି, ସକଳ ମନୁଷ୍ୟ ଭୟ କରିବେ ଓ ସେମାନେ ପରମେଶ୍ଵରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ ।
ଗୀତସଂହିତା 64 : 10 (ORV)
ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ । ପୁଣି, ସରଳାନ୍ତଃକରଣ ସମସ୍ତେ ଦର୍ପ କରିବେ ।

1 2 3 4 5 6 7 8 9 10

BG:

Opacity:

Color:


Size:


Font: