ଗୀତସଂହିତା 56 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍-ଏଲମ୍ ରହୋକୀମ୍ ସ୍ଵରରେ ଦାଉଦଙ୍କର ଗୀତ; ମିକ୍ତାମ୍ । ପଲେଷ୍ଟୀୟମାନେ ତାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ । ହେ ପରମେଶ୍ଵର, ମୋତେ ଦୟା କର; କାରଣ ମନୁଷ୍ୟ ମୋତେ ଗ୍ରାସ କରିବାକୁ ଉଦ୍ୟତ;
ଗୀତସଂହିତା 56 : 2 (ORV)
ମୋହର ଶତ୍ରୁଗଣ ଦିନଯାକ ମୋତେ ଗ୍ରାସ କରିବାକୁ ଉଦ୍ୟତ; କାରଣ ଦର୍ପରେ ମୋʼ ବିରୁଦ୍ଧରେ ଯୁଦ୍ଧକାରୀ ଲୋକ ଅନେକ ।
ଗୀତସଂହିତା 56 : 3 (ORV)
ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି ।
ଗୀତସଂହିତା 56 : 4 (ORV)
ପରମେଶ୍ଵରଙ୍କ ଦ୍ଵାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି; ପରମେଶ୍ଵରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମାଂସପିଣ୍ତ ମୋର କଅଣ କରିପାରେ?
ଗୀତସଂହିତା 56 : 5 (ORV)
ସେମାନେ ଦିନଯାକ ମୋହର କଥାର ବିପରୀତ ଅର୍ଥ କରନ୍ତି; ମୋʼ ବିରୁଦ୍ଧରେ ସେମାନଙ୍କର କଳ୍ପନାସବୁ ଅମଙ୍ଗଳାର୍ଥକ ।
ଗୀତସଂହିତା 56 : 6 (ORV)
ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି, ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି, ଏହିରୂପେ ସେମାନେ ମୋʼ ପ୍ରାଣର ଅପେକ୍ଷା କରିଅଛନ୍ତି ।
ଗୀତସଂହିତା 56 : 7 (ORV)
ସେମାନେ କʼଣ ଅଧର୍ମ ଦ୍ଵାରା ରକ୍ଷା ପାଇବେ? ହେ ପରମେଶ୍ଵର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର ।
ଗୀତସଂହିତା 56 : 8 (ORV)
ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ । ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ନେତ୍ରଜଳ ରଖିଥାଅ; ତାହାସବୁ କʼଣ ତୁମ୍ଭ ପୁସ୍ତକରେ ନାହିଁ?
ଗୀତସଂହିତା 56 : 9 (ORV)
ତେବେ ମୁଁ ପ୍ରାର୍ଥନା କରିବା ବେଳେ ମୋʼ ଶତ୍ରୁଗଣ ଫେରିଯିବେ; ମୁଁ ଏହା ଜାଣେ ଯେ, ପରମେଶ୍ଵର ମୋହର ସପକ୍ଷ ।
ଗୀତସଂହିତା 56 : 10 (ORV)
ପରମେଶ୍ଵରଙ୍କ ଦ୍ଵାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି । ସଦାପ୍ରଭୁଙ୍କ ଦ୍ଵାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି ।
ଗୀତସଂହିତା 56 : 11 (ORV)
ପରମେଶ୍ଵରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋହର କʼଣ କରିପାରେ?
ଗୀତସଂହିତା 56 : 12 (ORV)
ହେ ପରମେଶ୍ଵର, ତୁମ୍ଭ ନିକଟରେ ମୋହର ମାନତ ଅଛି; ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି ।
ଗୀତସଂହିତା 56 : 13 (ORV)
କାରଣ ତୁମ୍ଭେ ମୃତ୍ୟୁରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ; ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ଵରଙ୍କ ସମ୍ମୁଖରେ ଗମନା-ଗମନ କରିବି; ଏଥିପାଇଁ ତୁମ୍ଭେ କʼଣ ପତନରୁ ମୋʼ ଚରଣକୁ ଉଦ୍ଧାର କରିନାହଁ?
❮
❯
1
2
3
4
5
6
7
8
9
10
11
12
13