ଗୀତସଂହିତା 54 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍ । ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ? ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ । ହେ ପରମେଶ୍ଵର, ତୁମ୍ଭ ନାମ ଦ୍ଵାରା ମୋତେ ପରିତ୍ରାଣ କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର ।
ଗୀତସଂହିତା 54 : 2 (ORV)
ହେ ପରମେଶ୍ଵର, ମୋହର ପ୍ରାର୍ଥନା ଶୁଣ; ମୋʼ ମୁଖର କଥାରେ କର୍ଣ୍ଣପାତ କର ।
ଗୀତସଂହିତା 54 : 3 (ORV)
କାରଣ ଅପରିଚିତ ଲୋକମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ପୁଣି ଦୁର; ଲୋକମାନେ ମୋʼ ପ୍ରାଣ ଖୋଜି ଅଛନ୍ତି । ସେମାନେ ପରମେଶ୍ଵରଙ୍କୁ ଆପଣା ସମ୍ମୁଖରେ ରଖି ନାହାନ୍ତି । [ସେଲା
ଗୀତସଂହିତା 54 : 4 (ORV)
ଦେଖ, ପରମେଶ୍ଵର ମୋହର ସାହାଯ୍ୟକାରୀ; ପ୍ରଭୁ ମୋʼ ପ୍ରାଣରକ୍ଷକମାନଙ୍କର ମଧ୍ୟବର୍ତ୍ତୀ ।
ଗୀତସଂହିତା 54 : 5 (ORV)
ସେ ମୋʼ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ; ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର ।
ଗୀତସଂହିତା 54 : 6 (ORV)
ମୁଁ ସ୍ଵେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ହେ ସଦାପ୍ରଭୋ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତାହା ଉତ୍ତମ ।
ଗୀତସଂହିତା 54 : 7 (ORV)
ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି; ଆଉ, ମୋʼ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି ।

1 2 3 4 5 6 7