ଗୀତସଂହିତା 53 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ଵରରେ ଦାଉଦଙ୍କର ମସ୍କୀଲ୍ । ପରମେଶ୍ଵର ନାହାନ୍ତି ବୋଲି ମୂର୍ଖ ଆପଣା ମନେ ମନେ କହିଅଛି । ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ କରିଅଛନ୍ତି, କେହି ସତ୍କର୍ମ କରେ ନାହିଁ ।
ଗୀତସଂହିତା 53 : 2 (ORV)
ବିବେଚକ କେହି ଅଛି କି ନାହିଁ, ପରମେଶ୍ଵରଙ୍କର ଅନ୍ଵେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ପରମେଶ୍ଵର ସ୍ଵର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କଲେ ।
ଗୀତସଂହିତା 53 : 3 (ORV)
ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି; ସେସମସ୍ତେ ଅଶୁଚି ହୋଇଅଛନ୍ତି; ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ ହେଁ ନାହିଁ ।
ଗୀତସଂହିତା 53 : 4 (ORV)
ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ?
ଗୀତସଂହିତା 53 : 5 (ORV)
ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ; କାରଣ ପରମେଶ୍ଵର ତୁମ୍ଭ ବିରୁଦ୍ଧରେ ଛାଉଣିକାରୀର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି; ପରମେଶ୍ଵର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ ସେମାନଙ୍କୁ ଲଜ୍ଜା ଦେଇଅଛ ।
ଗୀତସଂହିତା 53 : 6 (ORV)
ଆଃ, ଯେବେ ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତାଣ!

1 2 3 4 5 6

BG:

Opacity:

Color:


Size:


Font: