ଗୀତସଂହିତା 47 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ । ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦ-ସ୍ଵରରେ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଜୟଧ୍ଵନି କର ।
ଗୀତସଂହିତା 47 : 2 (ORV)
କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା ।
ଗୀତସଂହିତା 47 : 3 (ORV)
ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ ।
ଗୀତସଂହିତା 47 : 4 (ORV)
ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ, ତାହା ହିଁ ତାହାଙ୍କ ପ୍ରିୟ ପାତ୍ର ଯାକୁବର ଗୌରବ ସ୍ଵରୂପ । ଣ [ସେଲା
ଗୀତସଂହିତା 47 : 5 (ORV)
ପରମେଶ୍ଵର ଜୟଧ୍ଵନିରେ, ସଦାପ୍ରଭୁ ତୂରୀଧ୍ଵନିରେ ଊର୍ଦ୍ଧ୍ଵକୁ ବିଜେ କରିଅଛନ୍ତି ।
ଗୀତସଂହିତା 47 : 6 (ORV)
ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, ପ୍ରଶଂସାଗାନ କର; ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, ପ୍ରଶଂସାଗାନ କର ।
ଗୀତସଂହିତା 47 : 7 (ORV)
କାରଣ ପରମେଶ୍ଵର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସାଗାନ କର ।
ଗୀତସଂହିତା 47 : 8 (ORV)
ପରମେଶ୍ଵର ଗୋଷ୍ଠୀବର୍ଗ ଉପରେ ରାଜତ୍ଵ କରନ୍ତି; ପରମେଶ୍ଵର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ ।
ଗୀତସଂହିତା 47 : 9 (ORV)
ଅବ୍ରହାମର ପରମେଶ୍ଵରଙ୍କ ଲୋକ ହେବା ନିମନ୍ତେ ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି । କାରଣ ପୃଥିବୀର ଢାଲସବୁ ପରମେଶ୍ଵରଙ୍କର; ସେ ଅତିଶୟ ଉନ୍ନତ ଅଟନ୍ତି ।

1 2 3 4 5 6 7 8 9

BG:

Opacity:

Color:


Size:


Font: