ଗୀତସଂହିତା 39 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ ପାଇଁ ଦାଉଦଙ୍କର ଗୀତ । ମୁଁ କହିଲି, ମୁଁ ଜିହ୍ଵାରେ ପାପ ନ କରିବା ପାଇଁ ଆପଣା ପଥ ବିଷୟରେ ସାବଧାନ ହେବି; ଦୁଷ୍ଟ ମୋʼ ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି ।
ଗୀତସଂହିତା 39 : 2 (ORV)
ମୁଁ ମୌନ ଭାବରେ ନୀରବ ରହିଲି, ସତ୍କଥାରୁ ହିଁ ନିବୃତ୍ତ ରହିଲି; ତହିଁରେ ମୋହର ଦୁଃଖ ପ୍ରବଳ ହେଲା;
ଗୀତସଂହିତା 39 : 3 (ORV)
ଅନ୍ତରରେ ମୋହର ହୃଦୟ ଉତ୍ତପ୍ତ ହେଲା; ଭାବୁ ଭାବୁ ଅଗ୍ନି ପ୍ରଜ୍ଵଳିତ ହେଲା; ତେବେ ମୁଁ ଆପଣା ଜିହ୍ଵାରେ କଥା କହିଲି;
ଗୀତସଂହିତା 39 : 4 (ORV)
ହେ ସଦାପ୍ରଭୋ, ମୋହର ଅନ୍ତିମକାଳ ଓ ମୋʼ ଦିନର ପରିମାଣ କଅଣ, ମୋତେ ଜଣାଅ; ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ ।
ଗୀତସଂହିତା 39 : 5 (ORV)
ଦେଖ, ତୁମ୍ଭେ ମୋହର ଦିନକେତେକ ମୁଷ୍ଟିପରିମିତ କରିଅଛ; ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତା; ଅସାର । [ସେଲା
ଗୀତସଂହିତା 39 : 6 (ORV)
ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନା-ଗମନ କରେ; ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ; ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, ଜାଣେ ନାହିଁ ।
ଗୀତସଂହିତା 39 : 7 (ORV)
ହେ ପ୍ରଭୋ, ଏବେ ମୁଁ କାହିଁର ଅପେକ୍ଷା କରିବି? ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି ।
ଗୀତସଂହିତା 39 : 8 (ORV)
ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର; ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ ।
ଗୀତସଂହିତା 39 : 9 (ORV)
ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି ନାହିଁ; କାରଣ ତୁମ୍ଭେ ତାହା କଲ ।
ଗୀତସଂହିତା 39 : 10 (ORV)
ମୋʼଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି ।
ଗୀତସଂହିତା 39 : 11 (ORV)
ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ଵାରା ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ କରିଥାଅ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର । [ସେଲା
ଗୀତସଂହିତା 39 : 12 (ORV)
ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ ଆର୍ତ୍ତସ୍ଵରରେ କର୍ଣ୍ଣ ଦିଅ; ମୋʼ ଅଶ୍ରୁପାତରେ ନୀରବ ହୁଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ, ମୋହର ସମସ୍ତ ପିତୃଲୋକଙ୍କ ତୁଲ୍ୟ ପ୍ରବାସୀ ।
ଗୀତସଂହିତା 39 : 13 (ORV)
ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋʼଠାରୁ ଦୃଷ୍ଟି ଫେରାଅ ।

1 2 3 4 5 6 7 8 9 10 11 12 13

BG:

Opacity:

Color:


Size:


Font: