ଗୀତସଂହିତା 30 : 1 (ORV)
ଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ; ଦାଉଦଙ୍କର ଗୀତ । ହେ ସଦାପ୍ରଭୋ, ମୁଁ ତୁମ୍ଭର ଗୁଣ ଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ ଓ ମୋʼ ଶତ୍ରୁଗଣକୁ ମୋʼ ଉପରେ ଆନନ୍ଦ କରିବାକୁ ଦେଇ ନାହଁ ।
ଗୀତସଂହିତା 30 : 2 (ORV)
ହେ ସଦାପ୍ରଭୋ, ମୋହର ପରମେଶ୍ଵର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି ତୁମ୍ଭେ ମୋତେ ସୁସ୍ଥ କରିଅଛ ।
ଗୀତସଂହିତା 30 : 3 (ORV)
ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ ।
ଗୀତସଂହିତା 30 : 4 (ORV)
ହେ ସଦାପ୍ରଭୁଙ୍କର ସଦ୍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ ।
ଗୀତସଂହିତା 30 : 5 (ORV)
କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ରସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ; ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ ।
ଗୀତସଂହିତା 30 : 6 (ORV)
ମୁଁ ଆପଣା ସମୃଦ୍ଧି ସମୟରେ କହିଲି, ମୁଁ କେବେ ବିଚଳିତ ନୋହିବି ।
ଗୀତସଂହିତା 30 : 7 (ORV)
ହେ ସଦାପ୍ରଭୋ, ତୁମ୍ଭେ ଆପଣା ଅନୁଗ୍ରହ ସକାଶୁ ମୋହର ପର୍ବତ ଦୃଢ଼ କରି ସ୍ଥାପନ କରିଥିଲ; ତୁମ୍ଭେ ଆପଣା ମୁଖ ଲୁଚାଇଲ; ମୁଁ ବ୍ୟାକୁଳ ହେଲି ।
ଗୀତସଂହିତା 30 : 8 (ORV)
ହେ ସଦାପ୍ରଭୋ, ମୁଁ ତୁମ୍ଭକୁ ଡାକିଲି; ପୁଣି, ସଦାପ୍ରଭୁଙ୍କ ନିକଟରେ ନିବେଦନ କଲି ।
ଗୀତସଂହିତା 30 : 9 (ORV)
ମୁଁ ଗର୍ତ୍ତକୁ ଗମନ କଲେ, ମୋର ରକ୍ତରେ କି ଲାଭ? ଧୂଳି କି ତୁମ୍ଭର ପ୍ରଶଂସା କରିବ? ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ?
ଗୀତସଂହିତା 30 : 10 (ORV)
ହେ ସଦାପ୍ରଭୋ, ଶୁଣ ଓ ମୋʼ ପ୍ରତି ଦୟା କର; ସଦାପ୍ରଭୋ, ତୁମ୍ଭେ ମୋହର ସହାୟ ହୁଅ ।
ଗୀତସଂହିତା 30 : 11 (ORV)
ଯେପରି ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ,
ଗୀତସଂହିତା 30 : 12 (ORV)
ଏଥିପାଇଁ ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ; ହେ ସଦାପ୍ରଭୋ, ମୋହର ପରମେଶ୍ଵର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି ।

1 2 3 4 5 6 7 8 9 10 11 12

BG:

Opacity:

Color:


Size:


Font: