ଗୀତସଂହିତା 29 : 1 (ORV)
ଦାଉଦଙ୍କର ଗୀତ । ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର ।
ଗୀତସଂହିତା 29 : 2 (ORV)
ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର ।
ଗୀତସଂହିତା 29 : 3 (ORV)
ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; ଗୌରବମୟ ପରମେଶ୍ଵର ବଜ୍ରନାଦ କରନ୍ତି, ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ ।
ଗୀତସଂହିତା 29 : 4 (ORV)
ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ ।
ଗୀତସଂହିତା 29 : 5 (ORV)
ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ; ହଁ, ସଦାପ୍ରଭୁ ଲିବାନୋନ୍ର ଏରସ ବୃକ୍ଷସବୁ ଖଣ୍ତ ଖଣ୍ତ କରି ଭାଙ୍ଗି ପକାନ୍ତି ।
ଗୀତସଂହିତା 29 : 6 (ORV)
ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି; ଲିବାନୋନ୍ ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି ।
ଗୀତସଂହିତା 29 : 7 (ORV)
ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ ।
ଗୀତସଂହିତା 29 : 8 (ORV)
ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ; ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି ।
ଗୀତସଂହିତା 29 : 9 (ORV)
ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ ଓ ବନସମୂହକୁ ବିବସ୍ତ୍ର କରେ; ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ ଗୌରବ, ଗୌରବ ବୋଲି କହନ୍ତି ।
ଗୀତସଂହିତା 29 : 10 (ORV)
ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ; ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି ।
ଗୀତସଂହିତା 29 : 11 (ORV)
ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ; ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ ।

1 2 3 4 5 6 7 8 9 10 11

BG:

Opacity:

Color:


Size:


Font: