ଗୀତସଂହିତା 24 : 1 (ORV)
ଦାଉଦଙ୍କର ଗୀତ । ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର ।
ଗୀତସଂହିତା 24 : 2 (ORV)
କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି ।
ଗୀତସଂହିତା 24 : 3 (ORV)
କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ? ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ?
ଗୀତସଂହିତା 24 : 4 (ORV)
ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ; ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି ଯେ ଛଳ ଭାବରେ ଶପଥ କରି ନାହିଁ, ସେ ।
ଗୀତସଂହିତା 24 : 5 (ORV)
ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ ସ୍ଵରୂପ ପରମେଶ୍ଵରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ ।
ଗୀତସଂହିତା 24 : 6 (ORV)
ଯେଉଁମାନେ ପରମେଶ୍ଵରଙ୍କୁ ଅନ୍ଵେଷଣ କରନ୍ତି, ସେମାନଙ୍କର ବଂଶ ଏହି, ହେ ଯାକୁବର ପରମେଶ୍ଵର, ଏମାନେ ତୁମ୍ଭର ମୁଖ ଅନ୍ଵେଷଣ କରନ୍ତି । [ସେଲା
ଗୀତସଂହିତା 24 : 7 (ORV)
ହେ ନଗରଦ୍ଵାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ ।
ଗୀତସଂହିତା 24 : 8 (ORV)
ଗୌରବମୟ ରାଜା କିଏ? ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ ।
ଗୀତସଂହିତା 24 : 9 (ORV)
ହେ ନଗରଦ୍ଵାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ ।
ଗୀତସଂହିତା 24 : 10 (ORV)
ଏହି ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି । [ସେଲା

1 2 3 4 5 6 7 8 9 10

BG:

Opacity:

Color:


Size:


Font: