ଗୀତସଂହିତା 20 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; ଯାକୁବର ପରମେଶ୍ଵରଙ୍କ ନାମ ତୁମ୍ଭକୁ ଉଚ୍ଚରେ ସ୍ଥାପନ କରୁ;
ଗୀତସଂହିତା 20 : 2 (ORV)
ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ, ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ;
ଗୀତସଂହିତା 20 : 3 (ORV)
ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ, ପୁଣି ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ; [ସେଲା
ଗୀତସଂହିତା 20 : 4 (ORV)
ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ ଓ ତୁମ୍ଭର ମନ୍ତ୍ରଣାସବୁ ସିଦ୍ଧ କରନ୍ତୁ ।
ଗୀତସଂହିତା 20 : 5 (ORV)
ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ଵନି କରିବୁ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମରେ ଆମ୍ଭେମାନେ ଧ୍ଵଜା ସ୍ଥାପନ କରିବୁ; ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ ।
ଗୀତସଂହିତା 20 : 6 (ORV)
ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି, ସେ ଆପଣା ଦକ୍ଷିଣ ହସ୍ତର ତ୍ରାଣଶକ୍ତିରେ ନିଜ ପବିତ୍ର ସ୍ଵର୍ଗରୁ ତାହାକୁ ଉତ୍ତର ଦେବେ ।
ଗୀତସଂହିତା 20 : 7 (ORV)
କେହି କେହି ରଥରେ ଓ କେହି କେହି ଅଶ୍ଵରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମ କୀର୍ତ୍ତନ କରିବା ।
ଗୀତସଂହିତା 20 : 8 (ORV)
ସେମାନେ ନତ ହୋଇ ପତିତ ହୋଇଅଛନ୍ତି; ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ ।
ଗୀତସଂହିତା 20 : 9 (ORV)
ହେ ସଦାପ୍ରଭୋ, ପରିତ୍ରାଣ କର; ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ ।

1 2 3 4 5 6 7 8 9

BG:

Opacity:

Color:


Size:


Font: