ଗୀତସଂହିତା 150 : 1 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । ପରମେଶ୍ଵରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ତଳରେ ତାହାଙ୍କର ପ୍ରଶଂସା କର;
ଗୀତସଂହିତା 150 : 2 (ORV)
ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର । ତାହାଙ୍କ ଶ୍ରେଷ୍ଠ ମହତ୍ତ୍ଵାନୁସାରେ ତାହାଙ୍କର ପ୍ରଶଂସା କର ।
ଗୀତସଂହିତା 150 : 3 (ORV)
ତୂରୀ ଧ୍ଵନିରେ ତାହାଙ୍କର ପ୍ରଶଂସା କର; ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର ।
ଗୀତସଂହିତା 150 : 4 (ORV)
ଦାରାବାଦ୍ୟ ଓ ନୃତ୍ୟ ଦ୍ଵାରା ତାହାଙ୍କର ପ୍ରଶଂସା କର । ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର ।
ଗୀତସଂହିତା 150 : 5 (ORV)
ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ଵନିରେ ତାହାଙ୍କର ପ୍ରଶଂସା କର;
ଗୀତସଂହିତା 150 : 6 (ORV)
ନିଃଶ୍ଵାସପ୍ରଶ୍ଵାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।

1 2 3 4 5 6