ଗୀତସଂହିତା 141 : 1 (ORV)
ଦାଉଦଙ୍କର ଗୀତ । ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋʼ ପକ୍ଷରେ ସତ୍ଵର ହୁଅ; ମୁଁ ଡାକିବା ବେଳେ ମୋʼ ରବରେ କର୍ଣ୍ଣ ଦିଅ ।
ଗୀତସଂହିତା 141 : 2 (ORV)
ସୁଗନ୍ଧି ଧୂପ ପରି ମୋʼ ପ୍ରାର୍ଥନା, ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର କୃତାଞ୍ଜଳି ତୁମ୍ଭ ଛାମୁରେ ଉପସ୍ଥିତ ହେଉ ।
ଗୀତସଂହିତା 141 : 3 (ORV)
ହେ ସଦାପ୍ରଭୋ, ମୋʼ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର; ମୋʼଓଷ୍ଠାଧରର କବାଟ ରକ୍ଷା କର ।
ଗୀତସଂହିତା 141 : 4 (ORV)
ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋʼ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ ଓ ସେମାନଙ୍କ ସୁସ୍ଵାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ ।
ଗୀତସଂହିତା 141 : 5 (ORV)
ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋʼ ପ୍ରତି ଦୟା ହେବ ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ଵରୂପ ହେବ; ମୋʼ ମସ୍ତକ ତାହା ଅଗ୍ରାହ୍ୟ ନ କରୁ; ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ ।
ଗୀତସଂହିତା 141 : 6 (ORV)
ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ଵରେ ନିକ୍ଷିପ୍ତ ହୋଇଅଛନ୍ତି; ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ ।
ଗୀତସଂହିତା 141 : 7 (ORV)
କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି, ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି ।
ଗୀତସଂହିତା 141 : 8 (ORV)
କାରଣ ହେ ପ୍ରଭୋ, ସଦାପ୍ରଭୋ, ମୋʼ ଦୃଷ୍ଟି ତୁମ୍ଭ ଆଡ଼େ ଅଛି; ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋʼ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ ।
ଗୀତସଂହିତା 141 : 9 (ORV)
ମୋʼ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର ।
ଗୀତସଂହିତା 141 : 10 (ORV)
ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ, ସେହି ଅବସରରେ ମୁଁ ରକ୍ଷା ପାଏ ।

1 2 3 4 5 6 7 8 9 10

BG:

Opacity:

Color:


Size:


Font: