ଗୀତସଂହିତା 129 : 1 (ORV)
ଆରୋହଣ-ଗୀତ ମୋʼ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି, ଇସ୍ରାଏଲ ଏବେ କହୁନ୍ତୁ;
ଗୀତସଂହିତା 129 : 2 (ORV)
ମୋʼ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି; ତଥାପି ସେମାନେ ମୋʼ ଉପରେ ଜୟୀ ହୋଇ ନାହାନ୍ତି ।
ଗୀତସଂହିତା 129 : 3 (ORV)
କୃଷକମାନେ ମୋʼ ପୃଷ୍ଠଦେଶରେ ହଳ ବୁଲାଇଲେ; ସେମାନେ ଲମ୍ଵ ଲମ୍ଵ ଶିଆର କଲେ ।
ଗୀତସଂହିତା 129 : 4 (ORV)
ସଦାପ୍ରଭୁ ଧର୍ମମୟ; ସେ ଦୁଷ୍ଟମାନଙ୍କ ରଜ୍ଜୁ ଛେଦନ କରିଅଛନ୍ତି ।
ଗୀତସଂହିତା 129 : 5 (ORV)
ସିୟୋନକୁ ଘୃଣା କରିବା ଲୋକସମସ୍ତେ ଲଜ୍ଜିତ ହୋଇ ହଟି ଯାଉନ୍ତୁ ।
ଗୀତସଂହିତା 129 : 6 (ORV)
ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ, ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ;
ଗୀତସଂହିତା 129 : 7 (ORV)
ଯଦ୍ଦ୍ଵାରା କଟାଳୀ ଆପଣା ହସ୍ତ, ଅବା ବିଡ଼ାବନ୍ଧନ-କାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ ।
ଗୀତସଂହିତା 129 : 8 (ORV)
କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ, ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ, ଏହା ପଥିକମାନେ କହନ୍ତି ନାହିଁ ।

1 2 3 4 5 6 7 8

BG:

Opacity:

Color:


Size:


Font: