ଗୀତସଂହିତା 126 : 1 (ORV)
ଆରୋହଣ-ଗୀତ । ସଦାପ୍ରଭୁ ସିୟୋନର ଦାସତ୍ଵାବସ୍ଥା ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ଵପ୍ନଦର୍ଶକ-ମାନଙ୍କ ପରି ଥିଲୁ ।
ଗୀତସଂହିତା 126 : 2 (ORV)
ସେତେବେଳେ ଆମ୍ଭମାନଙ୍କ ମୁଖ ହାସ୍ୟରେ ଓ ଜିହ୍ଵା ଗାୟନରେ ପରିପୂର୍ଣ୍ଣ ହେଲା;
ଗୀତସଂହିତା 126 : 3 (ORV)
ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି; ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ ।
ଗୀତସଂହିତା 126 : 4 (ORV)
ହେ ସଦାପ୍ରଭୋ, ଦକ୍ଷିଣ ଦିଗର ସ୍ରୋତ ପରି ଆମ୍ଭମାନଙ୍କ ଦାସତ୍ଵାବସ୍ଥା ପରିବର୍ତ୍ତନ କର ।
ଗୀତସଂହିତା 126 : 5 (ORV)
ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ ।
ଗୀତସଂହିତା 126 : 6 (ORV)
ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ ।

1 2 3 4 5 6