ଗୀତସଂହିତା 123 : 1 (ORV)
ଆରୋହଣ-ଗୀତ । ହେ ସ୍ଵର୍ଗୋପବିଷ୍ଟ, ମୁଁ ତୁମ୍ଭ ଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରେ ।
ଗୀତସଂହିତା 123 : 2 (ORV)
ଦେଖ, ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କ କର୍ତ୍ତାର ହସ୍ତକୁ ଓ ଦାସୀର ଚକ୍ଷୁ ଆପଣା କର୍ତ୍ତ୍ରୀର ହସ୍ତକୁ ଅନାଏ; ସେପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଦୟା କରିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଚକ୍ଷୁ ତାହାଙ୍କୁ ଅନାଇଥାଏ ।
ଗୀତସଂହିତା 123 : 3 (ORV)
ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ଦୟା କର, ଆମ୍ଭମାନଙ୍କୁ ଦୟା କର; କାରଣ ଆମ୍ଭେମାନେ ଅବଜ୍ଞାରେ ଅତିଶୟ ପୂର୍ଣ୍ଣ ହୋଇଅଛୁ ।
ଗୀତସଂହିତା 123 : 4 (ORV)
ସୁଖଶାଳୀମାନଙ୍କ ଉପହାସରେ ଓ ଅହଙ୍କାରୀ-ମାନଙ୍କ ଅବଜ୍ଞାରେ ଆମ୍ଭମାନଙ୍କ ପ୍ରାଣ ଅତିଶୟ ପୂର୍ଣ୍ଣ ହୋଇଅଛି ।
❮
❯