ଗୀତସଂହିତା 120 : 1 (ORV)
ଆରୋହଣ ଗୀତ । ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ ।
ଗୀତସଂହିତା 120 : 2 (ORV)
ହେ ସଦାପ୍ରଭୋ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିହ୍ଵାରୁ ମୋʼ ପ୍ରାଣକୁ ଉଦ୍ଧାର କର ।
ଗୀତସଂହିତା 120 : 3 (ORV)
ହେ ପ୍ରବଞ୍ଚକ ଜିହ୍ଵେ, ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ?
ଗୀତସଂହିତା 120 : 4 (ORV)
ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ।
ଗୀତସଂହିତା 120 : 5 (ORV)
ହାୟ, ହାୟ, ମୁଁ ମେଶକରେ ପ୍ରବାସ କରେ । ମୁଁ କେଦାରର ତମ୍ଵୁସମୂହ ମଧ୍ୟରେ ବାସ କରେ ।
ଗୀତସଂହିତା 120 : 6 (ORV)
ଶାନ୍ତି ଘୃଣାକାରୀ ଲୋକ ସହିତ ମୋʼ ପ୍ରାଣ ଦୀର୍ଘ କାଳ ବାସ କରିଅଛି ।
ଗୀତସଂହିତା 120 : 7 (ORV)
ମୁଁ ଶାନ୍ତି ଚାହେଁ; ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି ।

1 2 3 4 5 6 7

BG:

Opacity:

Color:


Size:


Font: