ଗୀତସଂହିତା 116 : 1 (ORV)
ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, କାରଣ ସେ ମୋʼ ରବ ଓ ବିନତି ଶୁଣିଅଛନ୍ତି ।
ଗୀତସଂହିତା 116 : 2 (ORV)
ସେ ମୋʼ ପ୍ରତି କର୍ଣ୍ଣପାତ କରିଅଛନ୍ତି, ଏଥିପାଇଁ ମୁଁ ବଞ୍ଚିଥିବାଯାଏ ତାହାଙ୍କ ନିକଟରେ ପ୍ରାର୍ଥନା କରିବି ।
ଗୀତସଂହିତା 116 : 3 (ORV)
ମୃତ୍ୟୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା ମୋତେ ଧରିଲା; ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି ।
ଗୀତସଂହିତା 116 : 4 (ORV)
ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି; ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋʼ ପ୍ରାଣକୁ ଉଦ୍ଧାର କର ।
ଗୀତସଂହିତା 116 : 5 (ORV)
ସଦାପ୍ରଭୁ କୃପାବାନ ଓ ଧର୍ମମୟ; ହଁ, ଆମ୍ଭମାନଙ୍କ ପରମେଶ୍ଵର ସ୍ନେହଶୀଳ ଅଟନ୍ତି ।
ଗୀତସଂହିତା 116 : 6 (ORV)
ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ ।
ଗୀତସଂହିତା 116 : 7 (ORV)
ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ; କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି ।
ଗୀତସଂହିତା 116 : 8 (ORV)
ତୁମ୍ଭେ ମୃତ୍ୟୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ ।
ଗୀତସଂହିତା 116 : 9 (ORV)
ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କରିବି ।
ଗୀତସଂହିତା 116 : 10 (ORV)
ମୁଁ ବିଶ୍ଵାସ କରୁଅଛି, ଏଣୁ ମୁଁ କହିବି; ମୁଁ ନିତା; ଦୁଃଖଗ୍ରସ୍ତ ଥିଲି;
ଗୀତସଂହିତା 116 : 11 (ORV)
ମୁଁ ଚଞ୍ଚଳ ଭାବରେ କହିଲି, ମନୁଷ୍ୟମାତ୍ରେ ହିଁ ମିଥ୍ୟା ।
ଗୀତସଂହିତା 116 : 12 (ORV)
ମୋʼ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି?
ଗୀତସଂହିତା 116 : 13 (ORV)
ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି ।
ଗୀତସଂହିତା 116 : 14 (ORV)
ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି ।
ଗୀତସଂହିତା 116 : 15 (ORV)
ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ ।
ଗୀତସଂହିତା 116 : 16 (ORV)
ହେ ସଦାପ୍ରଭୋ, ମୁଁ ନିତା; ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ ।
ଗୀତସଂହିତା 116 : 17 (ORV)
ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି ।
ଗୀତସଂହିତା 116 : 18 (ORV)
ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,
ଗୀତସଂହିତା 116 : 19 (ORV)
ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।

1 2 3 4 5 6 7 8 9 10 11 12 13 14 15 16 17 18 19

BG:

Opacity:

Color:


Size:


Font: