ଗୀତସଂହିତା 114 : 1 (ORV)
ଯେତେବେଳେ ଇସ୍ରାଏଲ ମିସରରୁ ଓ ଯାକୁବ-ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ;
ଗୀତସଂହିତା 114 : 2 (ORV)
ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା,
ଗୀତସଂହିତା 114 : 3 (ORV)
ସମୁଦ୍ର ତାହା ଦେଖି ପଳାଇଲାନ୍ତ ଯର୍ଦ୍ଦନ ଉଜାଣି ବହିଲା ।
ଗୀତସଂହିତା 114 : 4 (ORV)
ପର୍ବତଗଣ ମେଷ ପରି ଓ ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ ।
ଗୀତସଂହିତା 114 : 5 (ORV)
ତୁମ୍ଭର କʼଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ? ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ?
ଗୀତସଂହିତା 114 : 6 (ORV)
ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ?
ଗୀତସଂହିତା 114 : 7 (ORV)
ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, ଯାକୁବର ପରମେଶ୍ଵରଙ୍କ ଛାମୁରେ କମ୍ପିତ ହୁଅ;
ଗୀତସଂହିତା 114 : 8 (ORV)
ସେ ଶୈଳକୁ ଜଳାଶୟ, ଚକ୍ମକି ପ୍ରସ୍ତରକୁ ନିର୍ଝର କଲେ ।

1 2 3 4 5 6 7 8

BG:

Opacity:

Color:


Size:


Font: