ଗୀତସଂହିତା 103 : 1 (ORV)
ଦାଉଦଙ୍କର ଗୀତ । ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର ।
ଗୀତସଂହିତା 103 : 2 (ORV)
ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;
ଗୀତସଂହିତା 103 : 3 (ORV)
ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି; ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି;
ଗୀତସଂହିତା 103 : 4 (ORV)
ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି; ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି;
ଗୀତସଂହିତା 103 : 5 (ORV)
ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି; ତହୁଁ ଉତ୍କ୍ରୋଶ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ ।
ଗୀତସଂହିତା 103 : 6 (ORV)
ସଦାପ୍ରଭୁ ଧର୍ମକର୍ମ ସାଧନ କରନ୍ତି ଓ ଉପଦ୍ରବଗ୍ରସ୍ତ ସମସ୍ତଙ୍କ ପକ୍ଷରେ ସୁବିଚାର ନିଷ୍ପତ୍ତି କରନ୍ତି ।
ଗୀତସଂହିତା 103 : 7 (ORV)
ସେ ମୋଶାଙ୍କୁ ଆପଣା ପଥ ଓ ଇସ୍ରାଏଲ-ସନ୍ତାନଗଣକୁ ଆପଣା କ୍ରିୟାସବୁ ଜଣାଇଲେ ।
ଗୀତସଂହିତା 103 : 8 (ORV)
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟ; ଦୟାଳୁ ।
ଗୀତସଂହିତା 103 : 9 (ORV)
ସେ ନିରନ୍ତର ଧମକାଇବେ ନାହିଁ; କିଅବା ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ ।
ଗୀତସଂହିତା 103 : 10 (ORV)
ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରି ନାହାନ୍ତି, କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇ ନାହାନ୍ତି ।
ଗୀତସଂହିତା 103 : 11 (ORV)
କାରଣ ପୃଥିବୀରୁ ଆକାଶମଣ୍ତଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ ।
ଗୀତସଂହିତା 103 : 12 (ORV)
ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କ-ଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି ।
ଗୀତସଂହିତା 103 : 13 (ORV)
ପିତା ଆପଣା ସନ୍ତାନଗଣ ପ୍ରତି ଯେରୂପ ସ୍ନେହ ବହଇ, ସଦାପ୍ରଭୁ ଆପଣା ଭୟକାରୀମାନଙ୍କ ପ୍ରତି ସେରୂପ ସ୍ନେହ ବହନ୍ତି ।
ଗୀତସଂହିତା 103 : 14 (ORV)
କାରଣ ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି; ଆମ୍ଭେମାନେ ସେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି ।
ଗୀତସଂହିତା 103 : 15 (ORV)
ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ; ଯେପରି କ୍ଷେତ୍ରର ଫୁଲ, ସେପରି ସେ ପ୍ରଫୁଲ୍ଲ ହୁଏ ।
ଗୀତସଂହିତା 103 : 16 (ORV)
ତହିଁ ଉପରେ ବାୟୁ ବହିଲେ, ତାହା ନ ଥାଏ, ପୁଣି ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ ।
ଗୀତସଂହିତା 103 : 17 (ORV)
ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି,
ଗୀତସଂହିତା 103 : 18 (ORV)
ପୁଣି ପାଳନାର୍ଥେ ତାହାଙ୍କ ବିଧିସବୁ ସ୍ମରଣ କରନ୍ତି, ସେମାନଙ୍କ ପ୍ରତି ତାହାଙ୍କର ଧର୍ମ ପୁତ୍ରପୌତ୍ରାଦିକ୍ରମେ ଥାଏ ।
ଗୀତସଂହିତା 103 : 19 (ORV)
ସଦାପ୍ରଭୁ ସ୍ଵର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି; ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ଵ କରେ ।
ଗୀତସଂହିତା 103 : 20 (ORV)
ହେ ସଦାପ୍ରଭୁଙ୍କ ବାକ୍ୟସାଧକ ଓ ତାହାଙ୍କ ବାକ୍ୟର ରବ ଶ୍ରବଣକାରୀ, ବଳରେ ପରାକ୍ରା; ଦୂତଗଣ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର ।
ଗୀତସଂହିତା 103 : 21 (ORV)
ହେ ସଦାପ୍ରଭୁଙ୍କର ପରିଚାରକ ଓ ତାହାଙ୍କ ଅଭିମତସାଧକ ସୈନ୍ୟସକଳ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର ।
ଗୀତସଂହିତା 103 : 22 (ORV)
ହେ ସଦାପ୍ରଭୁଙ୍କ ହସ୍ତକୃତ କର୍ମସକଳ, ତୁମ୍ଭେମାନେ ତାହାଙ୍କ ରାଜ୍ୟର ସର୍ବତ୍ର ତାହାଙ୍କର ଧନ୍ୟବାଦ କର; ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22