ଗୀତସଂହିତା 100 : 1 (ORV)
ଧନ୍ୟବାଦାର୍ଥକ ଗୀତ ହେ ସକଳ ଦେଶ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ଵନି କର ।
ଗୀତସଂହିତା 100 : 2 (ORV)
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର; ଗାନ କରି ତାହାଙ୍କ ଛାମୁକୁ ଆସ ।
ଗୀତସଂହିତା 100 : 3 (ORV)
ସଦାପ୍ରଭୁ ଯେ ପରମେଶ୍ଵର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ; ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ; ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ ।
ଗୀତସଂହିତା 100 : 4 (ORV)
ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ଵାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର; ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର ।
ଗୀତସଂହିତା 100 : 5 (ORV)
କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; ଆଉ, ତାହାଙ୍କର ବିଶ୍ଵସ୍ତତା ପୁରୁଷାନୁକ୍ରମରେ ଥାଏ ।

1 2 3 4 5

BG:

Opacity:

Color:


Size:


Font: