ହିତୋପଦେଶ 9 : 1 (ORV)
ଜ୍ଞାନ ଆପଣା ଗୃହ ନିର୍ମାଣ କରିଅଛି, ସେ ତାହାର ସପ୍ତସ୍ତମ୍ଭ ଖୋଳିଅଛି;
ହିତୋପଦେଶ 9 : 2 (ORV)
ସେ ଆପଣା ପଶୁସବୁ ବଧ କରିଅଛି; ସେ ଆପଣା ଦ୍ରାକ୍ଷାରସ ମିଶ୍ରିତ କରିଅଛି; ସେ ଆପଣା ମେଜ ମଧ୍ୟ ସଜାଇଅଛି ।
ହିତୋପଦେଶ 9 : 3 (ORV)
ସେ ଆପଣା ଦାସୀମାନଙ୍କୁ ପଠାଇଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ,
ହିତୋପଦେଶ 9 : 4 (ORV)
ଯେଉଁ ଜଣ ଅବୋଧ, ସେ ଏଠାକୁ ଆସୁ; ପୁଣି, ଯେଉଁ ଜନ ନିର୍ବୋଧ, ତାହାକୁ ସେ କହେ,
ହିତୋପଦେଶ 9 : 5 (ORV)
ଆସ, ମୋହର ଭକ୍ଷ୍ୟ ଭୋଜନ କର ଓ ମୋହର ମିଶ୍ରିତ ଦ୍ରାକ୍ଷାରସ ପାନ କର ।
ହିତୋପଦେଶ 9 : 6 (ORV)
ହେ ଅବୋଧ ଲୋକମାନେ, (ଅବୋଧମାନଙ୍କର ସଙ୍ଗ) ପରିତ୍ୟାଗ କରି ଜୀବନ ରକ୍ଷା କର; ପୁଣି, ସୁବିବେଚନାର ପଥରେ ଚାଲ ।
ହିତୋପଦେଶ 9 : 7 (ORV)
ଯେ ନିନ୍ଦକକୁ ଶିକ୍ଷା ଦିଏ, ସେ ଆପେ ଲଜ୍ଜା ପାଏ; ପୁଣି, ଯେ ଦୁଷ୍ଟକୁ ଅନୁଯୋଗ କରେ, ସେ ନିଜେ କଳଙ୍କ ପାଏ ।
ହିତୋପଦେଶ 9 : 8 (ORV)
ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ, ସେ ତୁମ୍ଭକୁ ଘୃଣା କରିବ, ଜ୍ଞାନୀକି ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ।
ହିତୋପଦେଶ 9 : 9 (ORV)
ଜ୍ଞାନୀକି ଉପଦେଶ ଦେଲେ, ସେ ଆହୁରି ଜ୍ଞାନବାନ ହେବ, ପୁଣି ଧାର୍ମିକକୁ ଶିକ୍ଷା ଦେଲେ, ତାହାର ପାଣ୍ତିତ୍ୟ ବୃଦ୍ଧି ପାଇବ ।
ହିତୋପଦେଶ 9 : 10 (ORV)
ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି ଧର୍ମସ୍ଵରୂପଙ୍କ ବିଷୟକ ଜ୍ଞାନ ସୁବିବେଚନା ଅଟେ ।
ହିତୋପଦେଶ 9 : 11 (ORV)
ଯେହେତୁ ମୋʼ ଦ୍ଵାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି ତୁମ୍ଭ ଆୟୁର ବର୍ଷ ବଢ଼ିବ ।
ହିତୋପଦେଶ 9 : 12 (ORV)
ତୁମ୍ଭେ ଜ୍ଞାନୀ ହେଲେ, ଆପଣା ନିମନ୍ତେ ଜ୍ଞାନୀ ହେବ; ଯେବେ ନିନ୍ଦା କର, ଆପେ ତାହା ବହିବ ।
ହିତୋପଦେଶ 9 : 13 (ORV)
ଅଜ୍ଞାନା ସ୍ତ୍ରୀଲୋକ କଳିହୁଡ଼ୀ; ସେ ଅବୋଧ ଓ କିଛି ଜାଣେ ନାହିଁ ।
ହିତୋପଦେଶ 9 : 14 (ORV)
ସେ ଆପଣା ଗୃହଦ୍ଵାର ନିକଟରେ ଓ ନଗରର ଉଚ୍ଚ ସ୍ଥାନରେ ଆସନ ପାରି ବସେ ।
ହିତୋପଦେଶ 9 : 15 (ORV)
ସେ ନିକଟ ଦେଇ ନିଜ ନିଜ ପଥରେ ସଳଖେ ଯିବାର ପଥିକମାନଙ୍କୁ ଡାକି କହେ,
ହିତୋପଦେଶ 9 : 16 (ORV)
ଯେ ଅବୋଧ, ସେ ଏଠାକୁ ଆସୁ । ବୁଦ୍ଧିହୀନ ଲୋକକୁ ସେ ଏହି କଥା କହେ,
ହିତୋପଦେଶ 9 : 17 (ORV)
ଚୌର୍ଯ୍ୟଜଳ ମିଷ୍ଟ ଓ ଗୋପନ ଅନ୍ନ ସୁସ୍ଵାଦୁ ।
ହିତୋପଦେଶ 9 : 18 (ORV)
ମାତ୍ର ସେହି ଲୋକ ଜାଣେ ନାହିଁ ଯେ, ମୃତ ଲୋକମାନେ ସେଠାରେ ଥାʼନ୍ତି, ପୁଣି ତାହାର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନରେ ଅଛନ୍ତି ।
❮
❯