ହିତୋପଦେଶ 6 : 1 (ORV)
ହେ ମୋହର ପୁତ୍ର, ଯେବେ ତୁମ୍ଭେ ଆପଣା ପ୍ରତିବାସୀର ଲଗା ହୋଇଥାଅ, ଯେବେ ପର ପାଇଁ ହାତ ଦେଇଥାଅ,
ହିତୋପଦେଶ 6 : 2 (ORV)
ତେବେ ତୁମ୍ଭେ ଆପଣା ମୁଖର ବାକ୍ୟରୂପ ଫାନ୍ଦରେ ପଡ଼ିଅଛ ଓ ଆପଣା ମୁଖର କଥାରେ ଧରା ଯାଇଅଛ ।
ହିତୋପଦେଶ 6 : 3 (ORV)
ହେ ମୋହର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର; ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ; ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀକି ବାରମ୍ଵାର ବିନତି କର ।
ହିତୋପଦେଶ 6 : 4 (ORV)
ତୁମ୍ଭେ ଆପଣା ଚକ୍ଷୁକୁ ନିଦ୍ରା ଯିବାକୁ ଦିଅ ନାହିଁ, କିଅବା ଆପଣା ଚକ୍ଷୁର ପତାକୁ ଢୁଳାଇବାକୁ ଦିଅ ନାହିଁ ।
ହିତୋପଦେଶ 6 : 5 (ORV)
ଆପଣାକୁ ହରିଣ ପରି ବ୍ୟାଧର ହାତରୁ, ପକ୍ଷୀ ପରି ଜାଲିଆର ହାତରୁ ଉଦ୍ଧାର କର ।
ହିତୋପଦେଶ 6 : 6 (ORV)
ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ ।
ହିତୋପଦେଶ 6 : 7 (ORV)
ତାହାର ବିଚାରକର୍ତ୍ତା କି ଅଧ୍ୟକ୍ଷ କି ପ୍ରଭୁ କେହି ନ ଥିଲେ ହେଁ ସେ ଗ୍ରୀଷ୍ମକାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ,
ହିତୋପଦେଶ 6 : 8 (ORV)
ପୁଣି ଫସଲ ସମୟରେ ଆହାର ସଞ୍ଚୟ କରେ ।
ହିତୋପଦେଶ 6 : 9 (ORV)
ହେ ଅଳସୁଆ, ତୁମ୍ଭେ କେତେ କାଳ ଶୋଇ ରହିଥିବ? ତୁମ୍ଭେ କେତେବେଳେ ନିଦ୍ରା ଭାଙ୍ଗି ଉଠିବ?
ହିତୋପଦେଶ 6 : 10 (ORV)
ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରାଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ,
ହିତୋପଦେଶ 6 : 11 (ORV)
ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି ତୁମ୍ଭର ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ ।
ହିତୋପଦେଶ 6 : 12 (ORV)
ପାପାଧମ ବ୍ୟକ୍ତି, ଅପରାଧୀ ମନୁଷ୍ୟ; ସେ ଏକଗୁୟାଁ ମୁଖ କରି ଚାଲେ;
ହିତୋପଦେଶ 6 : 13 (ORV)
ସେ ଆକ୍ଷିରେ ଠାରଇ, ସେ ଗୋଡ଼ରେ କଥା କହଇ, ସେ ଅଙ୍ଗୁଳି ଦ୍ଵାରା ସଙ୍କେତ କରେ;
ହିତୋପଦେଶ 6 : 14 (ORV)
ତାହାର ଅନ୍ତଃକରଣରେ କୁଟିଳତା ଥାଏ, ସେ ସର୍ବଦା ଅନିଷ୍ଟଚିନ୍ତା କରେ; ସେ କଳିର ବୀଜ ବୁଣେ ।
ହିତୋପଦେଶ 6 : 15 (ORV)
ଏଣୁ ତାହାର ବିପଦ ହଠାତ୍ ଉପସ୍ଥିତ ହେବ, ପୁଣି ସେ ପ୍ରତିକାର ବିନା ଅକସ୍ମାତ୍ ଭଗ୍ନ ହେବ ।
ହିତୋପଦେଶ 6 : 16 (ORV)
ଛଅଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି; ସପ୍ତବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ ।
ହିତୋପଦେଶ 6 : 17 (ORV)
ଅହଙ୍କାର-ଦୃଷ୍ଟି, ମିଥ୍ୟାବାଦୀ-ଜିହ୍ଵା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ;
ହିତୋପଦେଶ 6 : 18 (ORV)
ଅନିଷ୍ଟଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣ;
ହିତୋପଦେଶ 6 : 19 (ORV)
ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
ହିତୋପଦେଶ 6 : 20 (ORV)
ହେ ମୋହର ପୁତ୍ର, ତୁମ୍ଭେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ ।
ହିତୋପଦେଶ 6 : 21 (ORV)
ତାହା ସର୍ବଦା ତୁମ୍ଭ ହୃଦୟରେ ବାନ୍ଧି ରଖ, ଆପଣା ଗଳଦେଶରେ ବାନ୍ଧ ।
ହିତୋପଦେଶ 6 : 22 (ORV)
ତୁମ୍ଭେ ଚାଲିବା ବେଳେ ତାହା ତୁମ୍ଭକୁ ପଥ ଦେଖାଇବ, ଆଉ ଶୋଇବା ବେଳେ ତାହା ତୁମ୍ଭର ପ୍ରହରୀ ହେବ; ତୁମ୍ଭେ ଜାଗିବା ବେଳେ ତାହା ତୁମ୍ଭ ସଙ୍ଗେ ଆଳାପ କରିବ ।
ହିତୋପଦେଶ 6 : 23 (ORV)
ଯେହେତୁ ସେହି ଆଜ୍ଞା ପ୍ରଦୀପ; ଓ ସେହି ଆଦେଶ ଆଲୁଅ; ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ;
ହିତୋପଦେଶ 6 : 24 (ORV)
ସେ ତୁମ୍ଭକୁ ଦୁଷ୍ଟା ସ୍ତ୍ରୀଠାରୁ ଓ ପରସ୍ତ୍ରୀର ଜିହ୍ଵାର ଚାଟୁବାଦରୁ ରକ୍ଷା କରିବ ।
ହିତୋପଦେଶ 6 : 25 (ORV)
ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ; ଅବା ତାହାର କଟାକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ ।
ହିତୋପଦେଶ 6 : 26 (ORV)
ଯେହେତୁ ବେଶ୍ୟା ସକାଶୁ ଅନ୍ନ-ଅଭାବ ଘଟେ, ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ମହାମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗୟା କରେ ।
ହିତୋପଦେଶ 6 : 27 (ORV)
କେହି ଯେବେ ଆପଣା ବକ୍ଷଃସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କʼଣ ପୋଡ଼ି ଯିବ ନାହିଁ?
ହିତୋପଦେଶ 6 : 28 (ORV)
ଅବା କେହି ଯେବେ ଜ୍ଵଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କʼଣ ଫୋଟକା ହେବ ନାହିଁ?
ହିତୋପଦେଶ 6 : 29 (ORV)
ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ; ଯେ ତାହାକୁ ଛୁଏଁ, ସେ ଅଦଣ୍ତିତ ନୋହିବ ।
ହିତୋପଦେଶ 6 : 30 (ORV)
ଚୋର କ୍ଷୁଧିତ ହୋଇ ପ୍ରାଣରକ୍ଷାର୍ଥେ ଯେବେ ଚୋରି କରେ, ତେବେ ଲୋକେ ତାହାକୁ ତୁଚ୍ଛ କରନ୍ତି ନାହିଁ ।
ହିତୋପଦେଶ 6 : 31 (ORV)
ମାତ୍ର ସେ ଧରା ପଡ଼ିଲେ, ତାକୁ ସାତ ଗୁଣ ଫେରାଇ ଦେବାକୁ ହେବ; ଆପଣା ଗୃହର ସର୍ବସ୍ଵ ତାକୁ ଦେବାକୁ ପଡ଼ିବ ।
ହିତୋପଦେଶ 6 : 32 (ORV)
ପରଦାରଗାମୀ ପୁରୁଷ ନିତା; ନିର୍ବୋଧ; ଯେ ନିଜ ପ୍ରାଣ ନାଶ କରିବ, ସେହିଁ ତାହା କରେ ।
ହିତୋପଦେଶ 6 : 33 (ORV)
ସେ ଆଘାତ ଓ ଅପମାନ ପାଇବ; ପୁଣି, ତାହାର କଳଙ୍କ ମାର୍ଜିତ ହେବ ନାହିଁ ।
ହିତୋପଦେଶ 6 : 34 (ORV)
ଯେହେତୁ (ସ୍ତ୍ରୀବିଷୟକ) ଈର୍ଷା ମନୁଷ୍ୟର ପ୍ରଚଣ୍ତ କ୍ରୋଧର (ବିଷୟ); ପ୍ରତିହିଂସା କରିବା ବେଳେ ସେ କିଛି କ୍ଷମା କରିବ ନାହିଁ ।
ହିତୋପଦେଶ 6 : 35 (ORV)
ସେ କୌଣସି ପ୍ରାୟଶ୍ଚିତ୍ତକୁ ଗ୍ରାହ୍ୟ କରିବ ନାହିଁ; କିଅବା ତୁମ୍ଭେ ବହୁତ ଲାଞ୍ଚ ଦେଲେ ହେଁ ସେ ମାନିବ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: