ହିତୋପଦେଶ 18 : 1 (ORV)
ଯେ ଆପଣାକୁ ପୃଥକ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ଵଜ୍ଞାନ ବିରୁଦ୍ଧରେ କନ୍ଦଳ କରେ ।
ହିତୋପଦେଶ 18 : 2 (ORV)
ମୂର୍ଖ ଲୋକ ବୁଦ୍ଧିରେ ସନ୍ତୋଷ ପାଏ ନାହିଁ, କେବଳ ଆପଣା ମନର କଥା ପ୍ରକାଶ କରିବାରେ ସନ୍ତୋଷ ପାଏ ।
ହିତୋପଦେଶ 18 : 3 (ORV)
ଦୁଷ୍ଟ ଆସିଲେ ଅବଜ୍ଞା ଆସେ, ପୁଣି ଅପମାନ ସଙ୍ଗେ ଦୁର୍ନାମ ଆସେ ।
ହିତୋପଦେଶ 18 : 4 (ORV)
ମନୁଷ୍ୟର ମୁଖର ବାକ୍ୟ ଗଭୀର ଜଳ ତୁଲ୍ୟ, ପୁଣି ଜ୍ଞାନର ଉତ୍ପତ୍ତି ସ୍ଥାନ ଜଳସ୍ରୋତ ସଦୃଶ ।
ହିତୋପଦେଶ 18 : 5 (ORV)
ଦୁଷ୍ଟର ମୁଖାପେକ୍ଷା କରିବାର ଅବା ବିଚାରରେ ଧାର୍ମିକ ପ୍ରତି ଅନ୍ୟାୟ କରିବାର ଭଲ ନୁହେଁ ।
ହିତୋପଦେଶ 18 : 6 (ORV)
ମୂର୍ଖର ଓଷ୍ଠ ବିବାଦରେ ପ୍ରବର୍ତ୍ତେ, ପୁଣି ତାହାର ମୁଖ ମାଡ଼ ଖାଇବାକୁ ଡାକେ ।
ହିତୋପଦେଶ 18 : 7 (ORV)
ମୂର୍ଖର ମୁଖ ତାହାର ବିନାଶର କାରଣ, ପୁଣି ତାହାର ଓଷ୍ଠ ଆପଣା ପ୍ରାଣର ଫାନ୍ଦ ସ୍ଵରୂପ ।
ହିତୋପଦେଶ 18 : 8 (ORV)
କାନେ କାନେ କହିବା ଲୋକର ବାକ୍ୟ ଅମୃତ ତୁଲ୍ୟ, ତାହା ଉଦରର ଅନ୍ତରାଳୟକୁ ଚାଲିଯାଏ ।
ହିତୋପଦେଶ 18 : 9 (ORV)
ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶକର ଭାଇ ।
ହିତୋପଦେଶ 18 : 10 (ORV)
ସଦାପ୍ରଭୁଙ୍କ ନାମ ଦୃଢ଼ ଗଡ଼; ଧାର୍ମିକ ଲୋକ ତହିଁକି ପଳାଇ ରକ୍ଷା ପାଏ ।
ହିତୋପଦେଶ 18 : 11 (ORV)
ଧନବାନର ଧନ ତାହାର ଦୃଢ଼ ନଗର, ପୁଣି ତାହାର ବୋଧରେ ଉଚ୍ଚ ପ୍ରାଚୀର ସ୍ଵରୂପ ।
ହିତୋପଦେଶ 18 : 12 (ORV)
ବିନାଶ ସମ୍ମୁଖରେ ମନୁଷ୍ୟର ମନ ଗର୍ବିତ ହୁଏ, ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ ।
ହିତୋପଦେଶ 18 : 13 (ORV)
ଯେ ଶୁଣିବା ପୂର୍ବେ ଉତ୍ତର କରେ, ତାହା ତାହାର ପ୍ରତି ଅଜ୍ଞାନତା ଓ ଲଜ୍ଜା ।
ହିତୋପଦେଶ 18 : 14 (ORV)
ମନୁଷ୍ୟର ଆତ୍ମା ତାହାର ବ୍ୟଥା ସମ୍ଭାଳି ପାରେ; ମାତ୍ର ଭଗ୍ନ ଆତ୍ମାକୁ କିଏ ସହିପାରେ?
ହିତୋପଦେଶ 18 : 15 (ORV)
ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜ୍ଜନ କରେ; ପୁଣି, ଜ୍ଞାନୀର କର୍ଣ୍ଣ ଜ୍ଞାନ ଖୋଜେ ।
ହିତୋପଦେଶ 18 : 16 (ORV)
ମନୁଷ୍ୟର ଭେଟୀ ତାହା ପାଇଁ ପଥ ପରିଷ୍କାର କରେ, ପୁଣି ବଡ଼ ଲୋକମାନଙ୍କ ଛାମୁକୁ ତାହାକୁ ଆଣେ ।
ହିତୋପଦେଶ 18 : 17 (ORV)
ଯେଉଁ ଲୋକ ପ୍ରଥମେ ଆପଣା ବିବାଦ ଜଣାଏ, ସେ ଧାର୍ମିକ ଦେଖାଯାଏ, ମାତ୍ର ତାହାର ପ୍ରତିବାସୀ ଆସି ତାହାକୁ ପରୀକ୍ଷା କରେ ।
ହିତୋପଦେଶ 18 : 18 (ORV)
ଗୁଲିବାଣ୍ଟ ବିରୋଧ ମେଣ୍ଟଣ କରେ ଓ ବଳବାନ-ମାନଙ୍କୁ ପୃଥକ କରେ ।
ହିତୋପଦେଶ 18 : 19 (ORV)
ବିରକ୍ତ ଭ୍ରାତା ଦୃଢ଼ ନଗର ଅପେକ୍ଷା ଦୁର୍ଜେୟ; ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ଵରୂପ ।
ହିତୋପଦେଶ 18 : 20 (ORV)
ମନୁଷ୍ୟର ଉଦର ତାହାର ମୁଖର ଫଳରେ ପୂର୍ଣ୍ଣ ହୁଏ, ପୁଣି ସେ ଆପଣା ଓଷ୍ଠର ଉପାର୍ଜ୍ଜନରେ ତୃପ୍ତ ହୁଏ ।
ହିତୋପଦେଶ 18 : 21 (ORV)
ମରଣ ଓ ଜୀବନ ଜିହ୍ଵାର ଅଧୀନ; ଯେଉଁମାନେ ତାକୁ ଭଲ ଜାଣନ୍ତି, ସେମାନେ ତାହାର ଫଳ ଭୋଗିବେ ।
ହିତୋପଦେଶ 18 : 22 (ORV)
ଯେଉଁ ଲୋକ ଭାର୍ଯ୍ୟା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ ।
ହିତୋପଦେଶ 18 : 23 (ORV)
ଦରିଦ୍ର ଲୋକ ବିନୟ କରେ; ମାତ୍ର ଧନବାନ କଠିନ ଉତ୍ତର ଦିଏ ।
ହିତୋପଦେଶ 18 : 24 (ORV)
ଯେ ଅନେକ ମିତ୍ର କରେ, ସେ ଆପଣା ବିନାଶ ନିମନ୍ତେ ତାହା କରେ; ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24

BG:

Opacity:

Color:


Size:


Font: