ହିତୋପଦେଶ 16 : 1 (ORV)
ଅନ୍ତଃକରଣର କଳ୍ପନା ମନୁଷ୍ୟର ଅଟେ; ମାତ୍ର ଜିହ୍ଵାର ଉତ୍ତର ସଦାପ୍ରଭୁଙ୍କଠାରୁ ହୁଏ ।
ହିତୋପଦେଶ 16 : 2 (ORV)
ମନୁଷ୍ୟର ସମସ୍ତ ଗତି ଆପଣା ଦୃଷ୍ଟିରେ ନିର୍ମଳ; ମାତ୍ର ସଦାପ୍ରଭୁ ଆତ୍ମାମାନଙ୍କୁ ତୌଲନ୍ତି ।
ହିତୋପଦେଶ 16 : 3 (ORV)
ସଦାପ୍ରଭୁଙ୍କୁ ତୁମ୍ଭର କାର୍ଯ୍ୟ ସମର୍ପଣ କର, ତହିଁରେ ତୁମ୍ଭର ସଙ୍କଳ୍ପ ସ୍ଥିରୀକୃତ ହେବ ।
ହିତୋପଦେଶ 16 : 4 (ORV)
ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି; ଦୁଷ୍ଟକୁ ହିଁ ଦୁର୍ଦ୍ଦିନ ନିମନ୍ତେ।
ହିତୋପଦେଶ 16 : 5 (ORV)
ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କଠାରେ ଘୃଣିତ, ହାତ ଧରାଧରି ହେଲେ ହେଁ ସେ ଅଦଣ୍ତିତ ନୋହିବ ।
ହିତୋପଦେଶ 16 : 6 (ORV)
ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ୍ତ ହୁଏ, ପୁଣି ସଦାପ୍ରଭୁ ବିଷୟକ ଭୟ ଦ୍ଵାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି ।
ହିତୋପଦେଶ 16 : 7 (ORV)
ମନୁଷ୍ୟର ଗତି ସଦାପ୍ରଭୁଙ୍କର ତୁଷ୍ଟିକର ହେଲେ, ସେ ତାହାର ଶତ୍ରୁମାନଙ୍କୁ ହିଁ ତାହା ସହିତ ଶାନ୍ତିରେ ବାସ କରାନ୍ତି ।
ହିତୋପଦେଶ 16 : 8 (ORV)
ଅନ୍ୟାୟ ସହିତ ପ୍ରଚୁର ଆୟରୁ ଧାର୍ମିକତା ସହିତ ଅଳ୍ପ ଭଲ ।
ହିତୋପଦେଶ 16 : 9 (ORV)
ମନୁଷ୍ୟର ମନ ଆପଣା ପଥ ବିଷୟ କଳ୍ପନା କରେ; ମାତ୍ର ସଦାପ୍ରଭୁ ତାହାର ଗତି ନିରୂପଣ କରନ୍ତି ।
ହିତୋପଦେଶ 16 : 10 (ORV)
ରାଜାର ଓଷ୍ଠରେ ଦିବ୍ୟ-ବାକ୍ୟ ଥାଏ, ତାହାର ମୁଖ ବିଚାରରେ ସତ୍ୟ ଲଙ୍ଘନ କରିବ ନାହିଁ ।
ହିତୋପଦେଶ 16 : 11 (ORV)
ଯଥାର୍ଥ ବିଶା ଓ ଦଣ୍ତି ସଦାପ୍ରଭୁଙ୍କର ଓ ଥଳୀରେ ଥିବା ବଟଖରାସବୁ ତାହାଙ୍କର କର୍ମ ।
ହିତୋପଦେଶ 16 : 12 (ORV)
କୁକର୍ମ କରିବାର ରାଜାମାନଙ୍କର ଘୃଣା ବିଷୟ; ଯେହେତୁ ଧାର୍ମିକତାରେ ସିଂହାସନ ସ୍ଥିରୀକୃତ ହୁଏ ।
ହିତୋପଦେଶ 16 : 13 (ORV)
ଧର୍ମଯୁକ୍ତ ଓଷ୍ଠ ରାଜାମାନଙ୍କର ତୁଷ୍ଟିକର, ପୁଣି ଯଥାର୍ଥବାଦୀକି ସେମାନେ ପ୍ରେମ କରନ୍ତି ।
ହିତୋପଦେଶ 16 : 14 (ORV)
ରାଜାର କ୍ରୋଧ ମୃତ୍ୟୁର ଦୂତ ପରି; ମାତ୍ର ଜ୍ଞାନୀ ଲୋକ ତାହା ଶା; କରେ ।
ହିତୋପଦେଶ 16 : 15 (ORV)
ରାଜାର ପ୍ରସନ୍ନ ବଦନରେ ଜୀବନ ଥାଏ, ପୁଣି ତାହାର ଅନୁଗ୍ରହ ଶେଷ ବର୍ଷାର ମେଘ ସ୍ଵରୂପ ।
ହିତୋପଦେଶ 16 : 16 (ORV)
ସୁନା ଅପେକ୍ଷା ଜ୍ଞାନ ଲାଭ କରିବା, ପୁଣି ରୂପା ଅପେକ୍ଷା ବରଞ୍ଚ ସୁବିବେଚନା ଲାଭ ମନୋନୀତ କରିବାର କିପରି ଉତ୍ତମ!
ହିତୋପଦେଶ 16 : 17 (ORV)
ମନ୍ଦତା ତ୍ୟାଗ କରିବାର ସରଳ ଲୋକମାନଙ୍କର ରାଜଦାଣ୍ତ, ଯେଉଁ ଲୋକ ଆପଣା ପଥ ଜଗି ଚାଲେ, ସେ ଆପଣା ପ୍ରାଣ ରକ୍ଷା କରେ ।
ହିତୋପଦେଶ 16 : 18 (ORV)
ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ ।
ହିତୋପଦେଶ 16 : 19 (ORV)
ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ୟ ଭାଗ କରିବା ଅପେକ୍ଷା ଦୀନାତ୍ମା ସହିତ ନମ୍ର ହେବାର ଭଲ ।
ହିତୋପଦେଶ 16 : 20 (ORV)
ଯେଉଁ ଲୋକ (ପରମେଶ୍ଵରଙ୍କ) ବାକ୍ୟରେ ମନୋଯୋଗ କରେ, ସେ ମଙ୍ଗଳ ପାଏ, ପୁଣି ସଦାପ୍ରଭୁଙ୍କ-ଠାରେ ଯେ ନିର୍ଭର କରେ, ସେ ଧନ୍ୟ ।
ହିତୋପଦେଶ 16 : 21 (ORV)
ମନରେ ଜ୍ଞାନୀ ଲୋକ ବୁଦ୍ଧିମାନ ବିଖ୍ୟାତ ହୁଏ, ପୁଣି ଓଷ୍ଠାଧରର ମିଷ୍ଟତା ପାଣ୍ତିତ୍ୟ ବଢ଼ାଏ ।
ହିତୋପଦେଶ 16 : 22 (ORV)
ସଦ୍ବୁଦ୍ଧି, ତାହା ପାଇଥିବା ଲୋକ ପ୍ରତି ଜୀବନର ଝର ସ୍ଵରୂପ ଅଟେ; ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି ।
ହିତୋପଦେଶ 16 : 23 (ORV)
ଜ୍ଞାନବାନର ହୃଦୟ ଆପଣା ମୁଖକୁ ଶିକ୍ଷା ଦିଏ, ପୁଣି ତାହାର ଓଷ୍ଠାଧର ପାଣ୍ତିତ୍ୟ ବଢ଼ାଏ ।
ହିତୋପଦେଶ 16 : 24 (ORV)
ମନୋହର ଭାଷା ମଧୁଚାକ ସଦୃଶ, ତାହା ମନକୁ ସୁମିଷ୍ଟ, ଅସ୍ଥିକି ସ୍ଵାସ୍ଥ୍ୟ ।
ହିତୋପଦେଶ 16 : 25 (ORV)
ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ ।
ହିତୋପଦେଶ 16 : 26 (ORV)
ପରିଶ୍ରମକାରୀର କ୍ଷୁଧା ତାହା ନିମନ୍ତେ ପରିଶ୍ରମ କରେ, ଯେହେତୁ ତାହାର ମୁଖ ତହିଁ ପାଇଁ ତାହାକୁ ତମ୍ଵି କରେ ।
ହିତୋପଦେଶ 16 : 27 (ORV)
ପାପାଧମ ଲୋକ ଅନିଷ୍ଟ କଳ୍ପନା କରେ, ପୁଣି ତାହାର ଓଷ୍ଠରେ ଜ୍ଵଳନ୍ତା ଅଗ୍ନି ପରି ଥାଏ ।
ହିତୋପଦେଶ 16 : 28 (ORV)
କୁଟିଳ ମନୁଷ୍ୟ କଳି ବୁଣେ, ପୁଣି କର୍ଣ୍ଣେଜପ ବିଶେଷ ମିତ୍ରଗଣକୁ ବିଭିନ୍ନ କରେ ।
ହିତୋପଦେଶ 16 : 29 (ORV)
ଅତ୍ୟାଚାରୀ ଆପଣା ପ୍ରତିବାସୀକି ଭୁଲାଏ, ପୁଣି ତାହାକୁ କୁପଥରେ କଢ଼ାଇ ନିଏ ।
ହିତୋପଦେଶ 16 : 30 (ORV)
ଯେଉଁ ଲୋକ ଆପଣା ଚକ୍ଷୁ ମୁଦେ, ସେ କୁଟିଳ ବିଷୟ କଳ୍ପନା କରିବାକୁ ତାହା କରେ; ଯେ ଆପଣା ଓଷ୍ଠାଧରକୁ ଚିପେ, ସେ ମନ୍ଦକର୍ମ ସିଦ୍ଧ କରେ ।
ହିତୋପଦେଶ 16 : 31 (ORV)
ପକ୍ଵକେଶ ଶୋଭାଜନକ ମୁକୁଟ, ତାହା ଧର୍ମ-ପଥରେ ପ୍ରାପ୍ତ ହୁଏ ।
ହିତୋପଦେଶ 16 : 32 (ORV)
ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ; ପୁଣି, ଯେ ନିଜ ଆତ୍ମା ଉପରେ କର୍ତ୍ତୃତ୍ଵ କରେ, ସେ ନଗର ଜୟକାରୀ ଅପେକ୍ଷା ଭଲ ।
ହିତୋପଦେଶ 16 : 33 (ORV)
ଗୁଲିବାଣ୍ଟ କୋଳରେ ପକାଯାଏ, ମାତ୍ର ତହିଁର ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ହୁଏ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: