ହିତୋପଦେଶ 13 : 1 (ORV)
ଜ୍ଞାନବାନ ପୁତ୍ର ଆପଣା ପିତାର ଉପଦେଶ ଶୁଣେ; ମାତ୍ର ନିନ୍ଦକ ଅନୁଯୋଗ ଶୁଣେ ନାହିଁ ।
ହିତୋପଦେଶ 13 : 2 (ORV)
ମନୁଷ୍ୟ ଆପଣା ମୁଖର ଫଳ ଦ୍ଵାରା ମଙ୍ଗଳ ଭୋଗ କରେ; ମାତ୍ର ବିଶ୍ଵାସଘାତକର ପ୍ରାଣ ଦୌରାତ୍ମ୍ୟ ଭୋଗ କରେ ।
ହିତୋପଦେଶ 13 : 3 (ORV)
ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଯେକେହି ଆପଣା ଓଷ୍ଠାଧର ବଡ଼ କରି ଫିଟାଏ, ତାହାର ବିନାଶ ହେବ ।
ହିତୋପଦେଶ 13 : 4 (ORV)
ଅଳସୁଆ ମନରେ ବାଞ୍ଛା କଲେ ହେଁ କିଛି ପାଏ ନାହିଁ, ମାତ୍ର କର୍ମଶୀଳ ପ୍ରାଣ ହୃଷ୍ଟପୁଷ୍ଟ ହେବ ।
ହିତୋପଦେଶ 13 : 5 (ORV)
ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ; ମାତ୍ର ଦୁଷ୍ଟ ଲୋକ ଦୁର୍ଗନ୍ଧ ସ୍ଵରୂପ, ଆଉ ସେ ଲଜ୍ଜା ଭୋଗ କରେ ।
ହିତୋପଦେଶ 13 : 6 (ORV)
ଧାର୍ମିକତା ସରଳ-ପଥଗାମୀକି ରକ୍ଷା କରେ; ମାତ୍ର ଦୁଷ୍ଟତା ପାପୀକି ଓଲ୍ଟାଇ ପକାଏ ।
ହିତୋପଦେଶ 13 : 7 (ORV)
କେହି ଆପଣାକୁ ଧନୀ ଦେଖାଏ, କିନ୍ତୁ ତାହାର କିଛି ହିଁ ନାହିଁ; କେହି ବା ଆପଣାକୁ ଦରିଦ୍ର ଦେଖାଏ, କିନ୍ତୁ ତାହାର ମହାଧନ ଅଛି ।
ହିତୋପଦେଶ 13 : 8 (ORV)
ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ୍ତ ସ୍ଵରୂପ; ମାତ୍ର ଦରିଦ୍ର ଲୋକ ଧମକ ଶୁଣେ ନାହିଁ ।
ହିତୋପଦେଶ 13 : 9 (ORV)
ଧାର୍ମିକର ଦୀପ୍ତି ଆନନ୍ଦ କରେ; ମାତ୍ର ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ ।
ହିତୋପଦେଶ 13 : 10 (ORV)
ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ; ମାତ୍ର ସୁପରାମର୍ଶ-ଗ୍ରାହକଠାରେ ଜ୍ଞାନ ଅଛି ।
ହିତୋପଦେଶ 13 : 11 (ORV)
ମିଥ୍ୟାରେ ପ୍ରାପ୍ତ ଧନ କ୍ଷୟ ପାଇବ, ମାତ୍ର ହସ୍ତରେ ଅର୍ଜିତ ଧନ ବଢ଼ିଯିବ ।
ହିତୋପଦେଶ 13 : 12 (ORV)
ଆଶାସିଦ୍ଧିର ବିଳମ୍ଵ ମନର ପୀଡ଼ାଜନକ; ମାତ୍ର ବାଞ୍ଛାର ସିଦ୍ଧି ଜୀବନ-ବୃକ୍ଷ ସ୍ଵରୂପ ।
ହିତୋପଦେଶ 13 : 13 (ORV)
ଯେଉଁ ଲୋକ (ପରମେଶ୍ଵରଙ୍କ) ବାକ୍ୟ ତୁଚ୍ଛ କରେ, ସେ ଆପଣା ଉପରକୁ ବିନାଶ ଆଣେନ୍ତ ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହେବ ।
ହିତୋପଦେଶ 13 : 14 (ORV)
ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ ଜ୍ଞାନବାନର ବ୍ୟବସ୍ଥା ଜୀବନ-ଝର ସ୍ଵରୂପ ଅଟେ।
ହିତୋପଦେଶ 13 : 15 (ORV)
ସୁବୁଦ୍ଧିର ଫଳ ଅନୁଗ୍ରହ, ମାତ୍ର ବିଶ୍ଵାସଘାତକର ପଥ ରଗଡ଼ା ।
ହିତୋପଦେଶ 13 : 16 (ORV)
ପ୍ରତ୍ୟେକ ଚତୁର ଲୋକ ବୁଦ୍ଧିରେ କର୍ମ କରେ; ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ ।
ହିତୋପଦେଶ 13 : 17 (ORV)
ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ; ମାତ୍ର ବିଶ୍ଵସ୍ତ ଦୂତ ସ୍ଵାସ୍ଥ୍ୟଜନକ ।
ହିତୋପଦେଶ 13 : 18 (ORV)
ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ; ମାତ୍ର ଯେ ଅନୁଯୋଗ ଘେନେ, ସେ ମର୍ଯ୍ୟାଦା ପାଇବ ।
ହିତୋପଦେଶ 13 : 19 (ORV)
ବାଞ୍ଛାସିଦ୍ଧି ପ୍ରାଣକୁ ମିଷ୍ଟ ଲାଗେ; ପୁଣି, ମନ୍ଦ ତ୍ୟାଗ କରିବାର ମୂର୍ଖ ଲୋକର ଘୃଣା ବିଷୟ ।
ହିତୋପଦେଶ 13 : 20 (ORV)
ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ; ମାତ୍ର ମୂର୍ଖମାନଙ୍କର ସଙ୍ଗୀ କ୍ଳେଶ ପାଇବ ।
ହିତୋପଦେଶ 13 : 21 (ORV)
ପାପୀମାନଙ୍କ ପଛେ ମନ୍ଦ ଗୋଡ଼ାଏ; ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହେବ ।
ହିତୋପଦେଶ 13 : 22 (ORV)
ଉତ୍ତମ ଲୋକ ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ; ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ ।
ହିତୋପଦେଶ 13 : 23 (ORV)
ଦରିଦ୍ରର ଚାଷ ଦ୍ଵାରା ଖାଦ୍ୟର ବାହୁଲ୍ୟ ହୁଏନ୍ତ ମାତ୍ର ଅନ୍ୟାୟ ସକାଶୁ କାହାର କାହାର ବିନାଶ ହୁଏ ।
ହିତୋପଦେଶ 13 : 24 (ORV)
ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ; ପୁଣି ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ ।
ହିତୋପଦେଶ 13 : 25 (ORV)
ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ, ମାତ୍ର ପାପୀର ଉଦର ଅତୃପ୍ତ ଥାଏ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: