ଗଣନା ପୁସ୍ତକ 32 : 1 (ORV)
ରୁବେନ-ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନେକ ପଶୁପଲ ଥିଲା; ଏଣୁ ସେମାନେ ଯାସେର ଦେଶକୁ ଓ ଗିଲୀୟଦ ଦେଶକୁ ଦେଖିଲେ ଯେ, ଦେଖ, ସେ ସ୍ଥାନ ପଶୁପଲ ନିମନ୍ତେ ସ୍ଥାନ ଅଟେ ।
ଗଣନା ପୁସ୍ତକ 32 : 2 (ORV)
ଏଥିରେ ଗାଦର ସନ୍ତାନଗଣ ଓ ରୁବେନର ସନ୍ତାନଗଣ ଆସି ମୋଶାଙ୍କୁ ଓ ଇଲୀୟାସର ଯାଜକକୁ ଓ ମଣ୍ତଳୀର ଅଧ୍ୟକ୍ଷଗଣକୁ କହିଲେ;
ଗଣନା ପୁସ୍ତକ 32 : 3 (ORV)
ଅଟାରୋତ୍ ଓ ଦୀବୋନ ଓ ଯାସେର ଓ ନିମ୍ରା ଓ ହିଷ୍ବୋନ୍ ଓ ଇଲୀୟାଲୀ ଓ ସିବମା ଓ ନବୋ ଓ ବିୟୋନ,
ଗଣନା ପୁସ୍ତକ 32 : 4 (ORV)
ଏହି ଯେସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ-ମଣ୍ତଳୀ ସମ୍ମୁଖରେ ପରାସ୍ତ କରିଅଛନ୍ତି, ତାହା ପଶୁପଲ ନିମନ୍ତେ ସ୍ଥାନ ଅଟେ । ପୁଣି ତୁମ୍ଭର ଏହି ଦାସମାନଙ୍କର ପଶୁପଲ ଅଛି ।
ଗଣନା ପୁସ୍ତକ 32 : 5 (ORV)
ସେମାନେ ଆହୁରି କହିଲେ, ଆମ୍ଭେମାନେ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ; ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକି ନେଇ ଯାଅ ନାହିଁ ।
ଗଣନା ପୁସ୍ତକ 32 : 6 (ORV)
ଏଥିରେ ମୋଶା ଗାଦର ସନ୍ତାନଗଣକୁ ଓ ରୁବେନର ସନ୍ତାନଗଣକୁ କହିଲେ, ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯିବେ, ଆଉ ତୁମ୍ଭେମାନେ କି ଏଠାରେ ବସି ରହିବ?
ଗଣନା ପୁସ୍ତକ 32 : 7 (ORV)
ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛନ୍ତି, ପାର ହୋଇ ସେହି ଦେଶକୁ ଯିବା ପାଇଁ କିହେତୁ ସେମାନଙ୍କ ମନକୁ ସାହସହୀନ କରୁଅଛ?
ଗଣନା ପୁସ୍ତକ 32 : 8 (ORV)
ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ-ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହିରୂପେ କରିଥିଲେ ।
ଗଣନା ପୁସ୍ତକ 32 : 9 (ORV)
କାରଣ ସେମାନେ ଇଷ୍କୋଲ-ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ମନକୁ ସାହସହୀନ କଲେ ।
ଗଣନା ପୁସ୍ତକ 32 : 10 (ORV)
ଏନିମନ୍ତେ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ଵଳିତ ହେଲା, ପୁଣି ସେ ଶପଥ କରି ଏହି କଥା କହିଲେ,
ଗଣନା ପୁସ୍ତକ 32 : 11 (ORV)
ଆମ୍ଭେ ଅବ୍ରହାମକୁ ଓ ଇସହାକ୍କୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି ।
ଗଣନା ପୁସ୍ତକ 32 : 12 (ORV)
କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ତାହା ଦେଖିବେ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ଅନୁଗତ ହୋଇଅଛନ୍ତି ।
ଗଣନା ପୁସ୍ତକ 32 : 13 (ORV)
ଏହିରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ଵଳିତ ହେଲା, ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଃଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ ଚାଳିଶ ବର୍ଷଯାଏ ପ୍ରାନ୍ତରରେ ଭ୍ରମଣ କରାଇଲେ ।
ଗଣନା ପୁସ୍ତକ 32 : 14 (ORV)
ଏବେ ଦେଖ, ପାପିଷ୍ଠ ଲୋକମାନଙ୍କର ବଂଶ, ତୁମ୍ଭେମାନେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ପ୍ରଚଣ୍ତ କ୍ରୋଧ ଆହୁରି ବଢ଼ାଇବାର ନିମନ୍ତେ ଆପଣା ଆପଣା ପିତୃଗଣର ସ୍ଥାନରେ ଉଠିଅଛ ।
ଗଣନା ପୁସ୍ତକ 32 : 15 (ORV)
କାରଣ ଯେବେ ତୁମ୍ଭେମାନେ ଏହିରୂପେ ତାହାଙ୍କ ପଶ୍ଚାଦ୍ଗମନରୁ ବିମୁଖ ହେବ, ତେବେ ସେ ପୁନର୍ବାର ଇସ୍ରାଏଲକୁ ପ୍ରାନ୍ତରରେ ପରିତ୍ୟାଗ କରିବେ, ତହିଁରେ ତୁମ୍ଭେମାନେ ଏହି ସକଳ ଲୋକଙ୍କୁ ବିନଷ୍ଟ କରାଇବ ।
ଗଣନା ପୁସ୍ତକ 32 : 16 (ORV)
ଏଥିରେ ସେମାନେ ତାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ପଶୁମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ବାଳକମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା ।
ଗଣନା ପୁସ୍ତକ 32 : 17 (ORV)
ମାତ୍ର ଆମ୍ଭେମାନେ ନିଜେ ଇସ୍ରାଏଲ-ସନ୍ତାନଗଣକୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ; କେବଳ ଆମ୍ଭମାନଙ୍କର ବାଳକମାନେ ଦେଶନିବାସୀମାନଙ୍କ ସକାଶୁ ପ୍ରାଚୀରବେଷ୍ଟିତ ନଗରରେ ବାସ କରିବେ ।
ଗଣନା ପୁସ୍ତକ 32 : 18 (ORV)
ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରି ଆସିବୁ ନାହିଁ ।
ଗଣନା ପୁସ୍ତକ 32 : 19 (ORV)
ମାତ୍ର ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ; କାରଣ ଯର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କ ଅଧିକାର ପଡ଼ିଅଛି ।
ଗଣନା ପୁସ୍ତକ 32 : 20 (ORV)
ଏଥିରେ ମୋଶା ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେବେ ଏହି କର୍ମ କର, ଯେବେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଗମନ କର,
ଗଣନା ପୁସ୍ତକ 32 : 21 (ORV)
ପୁଣି ସେ ଯେପର୍ଯ୍ୟନ୍ତ ଆପଣା ଶତ୍ରୁଗଣକୁ ଆପଣା ଆଗରୁ ତଡ଼ି ନ ଦିଅନ୍ତି
ଗଣନା ପୁସ୍ତକ 32 : 22 (ORV)
ଓ ଦେଶ ସଦାପ୍ରଭୁଙ୍କ ଆଗରେ ବଶୀଭୂତ ନ ହୁଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯେବେ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୁଅ; ତେବେ ତହିଁ ଉତ୍ତାରେ ତୁମ୍ଭେମାନେ ଫେରି ଆସିଲେ, ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ; ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବକ ।
ଗଣନା ପୁସ୍ତକ 32 : 23 (ORV)
ମାତ୍ର ତୁମ୍ଭେମାନେ ଯେବେ ସେରୂପ ନ କର, ତେବେ ଦେଖ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ; ପୁଣି ତୁମ୍ଭମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ, ଏହା ନିଶ୍ଚିତ ଜାଣ ।
ଗଣନା ପୁସ୍ତକ 32 : 24 (ORV)
ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ଶାଳା ନିର୍ମାଣ କର, ଆଉ ଆପଣାମାନଙ୍କ ମୁଖରୁ ନିର୍ଗତ ବାକ୍ୟ ପ୍ରମାଣେ କର୍ମ କର ।
ଗଣନା ପୁସ୍ତକ 32 : 25 (ORV)
ତେବେ ଗାଦ-ସନ୍ତାନଗଣ ଓ ରୁବେନ-ସନ୍ତାନଗଣ ମୋଶାଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଯାହା ଆଜ୍ଞା କଲେ, ତଦନୁସାରେ ତୁମ୍ଭର ଦାସମାନେ କର୍ମ କରିବେ ।
ଗଣନା ପୁସ୍ତକ 32 : 26 (ORV)
ଆମ୍ଭମାନଙ୍କର ବାଳକ, ସ୍ତ୍ରୀ, ପଲ ଓ ପଶୁସକଳ ଗିଲୀୟଦର ନଗରମାନଙ୍କରେ ରହିବେ ।
ଗଣନା ପୁସ୍ତକ 32 : 27 (ORV)
ମାତ୍ର ଆମ୍ଭମାନଙ୍କ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭର ଦାସମାନେ ପ୍ରତ୍ୟେକେ ସସଜ୍ଜ ହୋଇ ଯୁଦ୍ଧ କରିବାକୁ ପାର ହୋଇଯିବେ।
ଗଣନା ପୁସ୍ତକ 32 : 28 (ORV)
ତହୁଁ ମୋଶା ସେମାନଙ୍କ ବିଷୟରେ ଇଲୀୟାସର ଯାଜକକୁ ଓ ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ-ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ ।
ଗଣନା ପୁସ୍ତକ 32 : 29 (ORV)
ପୁଣି ମୋଶା ସେମାନଙ୍କୁ କହିଲେ, ଗାଦ୍-ସନ୍ତାନଗଣର ଓ ରୁବେନ-ସନ୍ତାନଗଣର, ଯୁଦ୍ଧାର୍ଥେ ସସଜ୍ଜ ପ୍ରତ୍ୟେକ ଲୋକ ଯେବେ ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହେବେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ହେବ; ତେବେ ତୁମ୍ଭେମାନେ ଅଧିକାରାର୍ଥେ ସେମାନଙ୍କୁ ଗିଲୀୟଦ ଦେଶ ଦେବ ।
ଗଣନା ପୁସ୍ତକ 32 : 30 (ORV)
ମାତ୍ର ଯେବେ ସେମାନେ ସସଜ୍ଜ ହୋଇ ତୁମ୍ଭମାନଙ୍କ ସହିତ ପାର ନ ହେବେ, ତେବେ ସେମାନେ ତୁମ୍ଭମାନଙ୍କ ମଧ୍ୟରେ କିଣାନ ଦେଶରେ ଅଧିକାର ପାଇବେ ।
ଗଣନା ପୁସ୍ତକ 32 : 31 (ORV)
ତହିଁରେ ଗାଦ-ସନ୍ତାନଗଣ ଓ ରୁବେନ-ସନ୍ତାନଗଣ ଉତ୍ତର ଦେଇ କହିଲେ, ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି, ତଦନୁସାରେ ଆମ୍ଭେମାନେ କର୍ମ କରିବୁ ।
ଗଣନା ପୁସ୍ତକ 32 : 32 (ORV)
ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ; ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ଵତ୍ଵ ରହିବ ।
ଗଣନା ପୁସ୍ତକ 32 : 33 (ORV)
ଏଉତ୍ତାରେ ମୋଶା ସେମାନଙ୍କୁ, ଅର୍ଥାତ୍, ଗାଦ-ସନ୍ତାନଗଣକୁ ଓ ରୁବେନ-ସନ୍ତାନଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ ଓ ବାଶନର ରାଜା ଓଗର ରାଜ୍ୟ, ଅର୍ଥାତ୍, ସ୍ଵ ସ୍ଵ ସୀମା ସହିତ ନାନା ନଗରବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ ।
ଗଣନା ପୁସ୍ତକ 32 : 34 (ORV)
ତହିଁରେ ଗାଦ-ସନ୍ତାନଗଣ ଦୀବୋନ୍ ଓ ଅଟାରୋତ୍ ଓ ଅରୋୟେର;
ଗଣନା ପୁସ୍ତକ 32 : 35 (ORV)
ଅଟ୍ରୋତ୍-ଶୋଫନ ଓ ଯାସେର ଓ ଜଗ୍ବିହ ଗଣ.୩୨:୧,୩
ଗଣନା ପୁସ୍ତକ 32 : 36 (ORV)
ଓ ବୈତ୍ନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀରବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ ।
ଗଣନା ପୁସ୍ତକ 32 : 37 (ORV)
ପୁଣି ରୁବେନ-ସନ୍ତାନଗଣ ହିଷ୍ବୋନ୍ ଓ ଇଲୀୟାଲୀ ଓ କିରୀୟାଥୟିମ୍;
ଗଣନା ପୁସ୍ତକ 32 : 38 (ORV)
ପୁଣି ନାମାନ୍ତରରେ ନବୋ ଓ ବାଲ୍ମିୟୋଲ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି ସେମାନେ ଯେ ଯେ ନଗର ନିର୍ମାଣ କଲେ, ସେସମସ୍ତକୁ ଅନ୍ୟ ନାମ ଦେଲେ ।
ଗଣନା ପୁସ୍ତକ 32 : 39 (ORV)
ପୁଣି ମନଃଶିର ପୁତ୍ର ମାଖୀରର ସନ୍ତାନଗଣ ଗିଲୀୟଦକୁ ଯାଇ ତାହା ଆକ୍ରମଣ କଲେ ଓ ତନ୍ନିବାସୀ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କଲେ ।
ଗଣନା ପୁସ୍ତକ 32 : 40 (ORV)
ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲୀୟଦ ଦେଲେ; ଆଉ ସେ ସେଠାରେ ବାସ କଲା ।
ଗଣନା ପୁସ୍ତକ 32 : 41 (ORV)
ପୁଣି ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କ ଗ୍ରାମସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍-ଯାୟୀର (ଯାୟୀରର ଗ୍ରାମ) ରଖିଲା ।
ଗଣନା ପୁସ୍ତକ 32 : 42 (ORV)
ଆଉ ନୋବହ ଯାଇ କାନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42