ଗଣନା ପୁସ୍ତକ 26 : 1 (ORV)
ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
ଗଣନା ପୁସ୍ତକ 26 : 2 (ORV)
ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ସମସ୍ତ ମଣ୍ତଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର ।
ଗଣନା ପୁସ୍ତକ 26 : 3 (ORV)
ତହିଁରେ ମୋଶା ଓ ଇଲୀୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ,
ଗଣନା ପୁସ୍ତକ 26 : 4 (ORV)
ମୋଶା ପ୍ରତି ଓ ମିସର ଦେଶରୁ ବହିର୍ଗତ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, କୋଡ଼ିଏ ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର ।
ଗଣନା ପୁସ୍ତକ 26 : 5 (ORV)
ରୁବେନ୍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୂଠାରୁ ପଲ୍ଲୂୟୀୟ ବଂଶ;
ଗଣନା ପୁସ୍ତକ 26 : 6 (ORV)
ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; କର୍ମ୍ମିଠାରୁ କର୍ମ୍ମୀୟ ବଂଶ ।
ଗଣନା ପୁସ୍ତକ 26 : 7 (ORV)
ଏମାନେ ରୁବେନର ବଂଶ; ପୁଣି ଏମାନେ ଗଣାଯାʼନ୍ତେ, ତେୟାଳିଶ ହଜାର ସାତ ଶହ ତିରିଶ ଲୋକ ହେଲେ ।
ଗଣନା ପୁସ୍ତକ 26 : 8 (ORV)
ପଲ୍ଲୂର ସନ୍ତାନ ଇଲୀୟାବ ।
ଗଣନା ପୁସ୍ତକ 26 : 9 (ORV)
ସେହି ଇଲୀୟାବର ସନ୍ତାନ ନମୂୟେଲ ଓ ଦାଥନ୍ ଓ ଅବୀରାମ୍; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ତଳୀର ଆହୂତ ଲୋକ ଯେ ଦାଥନ୍ ଓ ଅବୀରାମ୍ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ ।
ଗଣନା ପୁସ୍ତକ 26 : 10 (ORV)
ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା,ସେମାନେ ଚିହ୍ନ ସ୍ଵରୂପ ହେଲେ ।
ଗଣନା ପୁସ୍ତକ 26 : 11 (ORV)
ତଥାପି କୋରହର ସନ୍ତାନମାନେ ମଲେ ନାହିଁ ।
ଗଣନା ପୁସ୍ତକ 26 : 12 (ORV)
ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନଠାରୁ ଯାମୀନୀୟ ବଂଶ; ଯାଖୀନଠାରୁ ଯାଖୀନୀୟ ବଂଶ;
ଗଣନା ପୁସ୍ତକ 26 : 13 (ORV)
ସେରହଠାରୁ ସେରହୀୟ ବଂଶ; ଶୌଲଠାରୁ ଶୌଲୀୟ ବଂଶ ।
ଗଣନା ପୁସ୍ତକ 26 : 14 (ORV)
ଶିମୀୟୋନୀୟ ଏହି ସକଳ ବଂଶ ବାଇଶ ହଜାର ଦୁଇ ଶହ ଲୋକ ଥିଲେ ।
ଗଣନା ପୁସ୍ତକ 26 : 15 (ORV)
ଆପଣା ଆପଣା ବଂଶାନୁସାରେ ଗାଦର ସନ୍ତାନ; ସିଫୋନଠାରୁ ସିଫୋନୀୟ ବଂଶ; ହଗିଠାରୁ ହଗୀୟ ବଂଶ; ଶୂନିଠାରୁ ଶୂନୀୟ ବଂଶ;
ଗଣନା ପୁସ୍ତକ 26 : 16 (ORV)
ଓଷ୍ଣିଠାରୁ ଓଷ୍ଣୀୟ ବଂଶ, ଏରିଠାରୁ ଏରୀୟ ବଂଶ;
ଗଣନା ପୁସ୍ତକ 26 : 17 (ORV)
ଅରୋଦିଠାରୁ ଅରୋଦୀୟ ବଂଶ, ଅରେଲିଠାରୁ ଅରେଲୀୟ ବଂଶ ।
ଗଣନା ପୁସ୍ତକ 26 : 18 (ORV)
ଗାଦ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାʼନ୍ତେ, ଚାଳିଶ ହଜାର ପାଞ୍ଚ ଶହ ଲୋକ ହେଲେ ।
ଗଣନା ପୁସ୍ତକ 26 : 19 (ORV)
ଯିହୁଦାର ପୁତ୍ର ଏର ଓ ଓନନ୍; ସେହି ଏର ଓ ଓନନ୍ କିଣାନ ଦେଶରେ ମରିଥିଲେ ।
ଗଣନା ପୁସ୍ତକ 26 : 20 (ORV)
ଆପଣା ଆପଣା ବଂଶାନୁସାରେ ଯିହୁଦାର ସନ୍ତାନ; ଶେଲାଠାରୁ ଶେଲାୟୀୟ ବଂଶ; ପେରସଠାରୁ ପେରସୀୟ ବଂଶ; ସେରହଠାରୁ ସେରହୀୟ ବଂଶ ।
ଗଣନା ପୁସ୍ତକ 26 : 21 (ORV)
ପୁଣି ପେରସର ଏହି ସକଳ ସନ୍ତାନ; ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ ।
ଗଣନା ପୁସ୍ତକ 26 : 22 (ORV)
ଯିହୁଦାର ଏହିସବୁ ବଂଶ ଗଣାଯାʼନ୍ତେ, ଛସ୍ତରି ହଜାର ପାଞ୍ଚ ଶହ ଲୋକ ହେଲେ ।
ଗଣନା ପୁସ୍ତକ 26 : 23 (ORV)
ଆପଣା ଆପଣା ବଂଶାନୁସାରେ ଇଷାଖରର ସନ୍ତାନ; ତୋଲୟଠାରୁ ତୋଲୟୀୟ ବଂଶ; ପୂୟଠାରୁ ପୂୟୀୟ ବଂଶ;
ଗଣନା ପୁସ୍ତକ 26 : 24 (ORV)
ଯାଶୂବଠାରୁ ଯାଶୂବୀୟ ବଂଶ; ଶିମ୍ରୋଣଠାରୁ ଶିମ୍ରୋଣୀୟ ବଂଶ ।
ଗଣନା ପୁସ୍ତକ 26 : 25 (ORV)
ଇଷାଖରର ଏହି ସକଳ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ତିନି ଶହ ଲୋକ ହେଲେ ।
ଗଣନା ପୁସ୍ତକ 26 : 26 (ORV)
ଆପଣା ଆପଣା ବଂଶାନୁସାରେ ସବୂଲୂନର ସନ୍ତାନ; ସେରଦଠାରୁ ସେରଦୀୟ ବଂଶନ୍ତଏଲୋନଠାରୁ ଏଲୋନୀୟ ବଂଶ; ଯହଲେଲଠାରୁ ଯହଲେଲୀୟ ବଂଶ ।
ଗଣନା ପୁସ୍ତକ 26 : 27 (ORV)
ସବୂଲୂନର ଏହି ସକଳ ବଂଶ ଗଣାଯାʼନ୍ତେ, ଷାଠିଏ ହଜାର ପାଞ୍ଚ ଶହ ଲୋକ ହେଲେ ।
ଗଣନା ପୁସ୍ତକ 26 : 28 (ORV)
ଆପଣା ଆପଣା ବଂଶାନୁସାରେ ଯୋଷେଫଙ୍କ ପୁତ୍ର ମନଃଶି ଓ ଇଫ୍ରୟିମ ।
ଗଣନା ପୁସ୍ତକ 26 : 29 (ORV)
ମନଃଶିର ସନ୍ତାନ; ମାଖୀରଠାରୁ ମାଖରୀୟ ବଂଶ; ସେହି ମାଖୀରର ପୁତ୍ର ଗିଲୀୟଦ; ସେହି ଗିଲୀୟଦଠାରୁ ଗିଲୀୟଦୀୟ ବଂଶ ।
ଗଣନା ପୁସ୍ତକ 26 : 30 (ORV)
ଗିଲୀୟଦର ସନ୍ତାନ ଏମାନେ; ଈୟେଷରଠାରୁ ଈୟେଷ୍ରୀୟ ବଂଶ; ହେଲକଠାରୁ ହେଲକୀୟ ବଂଶ
ଗଣନା ପୁସ୍ତକ 26 : 31 (ORV)
ଓ ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ବଂଶ ଓ ଶେଖମଠାରୁ ଶେଖମୀୟ ବଂଶ
ଗଣନା ପୁସ୍ତକ 26 : 32 (ORV)
ଓ ଶମୀଦାଠାରୁ ଶମୀଦାୟୀୟ ବଂଶ ଓ ହେଫରଠାରୁ ହେଫରୀୟ ବଂଶ ।
ଗଣନା ପୁସ୍ତକ 26 : 33 (ORV)
ସେହି ହେଫରର ପୁତ୍ର ଯେ ସଲଫାଦ, ତାହାର ପୁତ୍ର ନ ଥିଲା, କେବଳ କନ୍ୟା ଥିଲା; ସେହି ସଲଫାଦର କନ୍ୟାମାନଙ୍କ ନାମ ମହଲା, ନୋୟା, ହଗ୍ଲା, ମିଲ୍‍କା ଓ ତିର୍ସା ।
ଗଣନା ପୁସ୍ତକ 26 : 34 (ORV)
ଏମାନେ ମନଃଶିର ବଂଶ, ଏମାନଙ୍କର ଗଣିତ ଲୋକ ବାଆନ ହଜାର ସାତ ଶହ ଜଣ ।
ଗଣନା ପୁସ୍ତକ 26 : 35 (ORV)
ଆପଣା ଆପଣା ବଂଶାନୁସାରେ ଇଫ୍ରୟିମର ସନ୍ତାନ; ଶୂଥଲହଠାରୁ ଶୂଥଲହୀୟ ବଂଶ; ବେଖରଠାରୁ ବେଖ୍ରୀୟ ବଂଶ; ତହନଠାରୁ ତହନୀୟ ବଂଶ ।
ଗଣନା ପୁସ୍ତକ 26 : 36 (ORV)
ପୁଣି ଶୂଥଲହର ସନ୍ତାନ ଏମାନେ; ଏରଣଠାରୁ ଏରଣୀୟ ବଂଶ ।
ଗଣନା ପୁସ୍ତକ 26 : 37 (ORV)
ଇଫ୍ରୟିମର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ, ବତିଶ ହଜାର ପାଞ୍ଚ ଶହ ଲୋକ ହେଲେ; ଆପଣା ଆପଣା ବଂଶାନୁସାରେ ଏମାନେ ଯୋଷଫର ସନ୍ତାନ ।
ଗଣନା ପୁସ୍ତକ 26 : 38 (ORV)
ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନର ସନ୍ତାନ; ବେଲାଠାରୁ ବେଲାୟୀୟ ବଂଶ; ଅସ୍ବେଲଠାରୁ ଅସ୍ବେଲୀୟ ବଂଶ; ଅହୀରାମଠାରୁ ଅହୀରାମୀୟ ବଂଶ;
ଗଣନା ପୁସ୍ତକ 26 : 39 (ORV)
ଶୂଫମଠାରୁ ଶୂଫମୀୟ ବଂଶ; ହୂଫମଠାରୁ ହୂଫମୀୟ ବଂଶ ।
ଗଣନା ପୁସ୍ତକ 26 : 40 (ORV)
ପୁଣି ବେଲାର ସନ୍ତାନ ଅର୍ଦ ଓ ନାମାନ; ଅର୍ଦଠାରୁ ଅର୍ଦୀୟ ବଂଶ; ନାମାନଠାରୁ ନାମାନୀୟ ବଂଶ ।
ଗଣନା ପୁସ୍ତକ 26 : 41 (ORV)
ଆପଣା ଆପଣା ବଂଶାନୁସାରେ ଏମାନେ ବିନ୍ୟାମୀନର ସନ୍ତାନ । ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଛଅ ଶହ ଜଣ ।
ଗଣନା ପୁସ୍ତକ 26 : 42 (ORV)
ଆପଣା ଆପଣା ବଂଶାନୁସାରେ ଏମାନେ ଦାନର ସନ୍ତାନ; ଶୂହମଠାରୁ ଶୂହମୀୟ ବଂଶ । ଏମାନେ ଆପଣା ଆପଣା ବଂଶାନୁସାରେ ଦାନର ବଂଶ ।
ଗଣନା ପୁସ୍ତକ 26 : 43 (ORV)
ଶୂହମୀୟ ସମସ୍ତ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ଚାରି ଶହ ଲୋକ ହେଲେ ।
ଗଣନା ପୁସ୍ତକ 26 : 44 (ORV)
ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନିଠାରୁ ଯିମ୍ନୀୟ ବଂଶ; ଯିସ୍ବିଠାରୁ ଯିସ୍ବୀୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ ।
ଗଣନା ପୁସ୍ତକ 26 : 45 (ORV)
ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲକୀୟେଲଠାରୁ ମଲକୀୟେଲୀୟ ବଂଶ ।
ଗଣନା ପୁସ୍ତକ 26 : 46 (ORV)
ଆଶେରର କନ୍ୟାର ନାମ ସାରହ ।
ଗଣନା ପୁସ୍ତକ 26 : 47 (ORV)
ଆଶେରର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ; ତେପନ ହଜାର ଚାରି ଶହ ଲୋକ ହେଲେ ।
ଗଣନା ପୁସ୍ତକ 26 : 48 (ORV)
ଆପଣା ଆପଣା ବଂଶାନୁସାରେ ନପ୍ତାଲିର ସନ୍ତାନ; ଯହସୀୟେଲଠାରୁ ଯହସୀୟେଲୀୟ ବଂଶ; ଗୂନିଠାରୁ ଗୂନୀୟ ବଂଶ;
ଗଣନା ପୁସ୍ତକ 26 : 49 (ORV)
ଯେତ୍ସରଠାରୁ ଯେତ୍ସରୀୟ ବଂଶ; ଶିଲ୍ଲେମଠାରୁ ଶିଲ୍ଲେମୀୟ ବଂଶ ।
ଗଣନା ପୁସ୍ତକ 26 : 50 (ORV)
ଆପଣା ଆପଣା ବଂଶାନୁସାରେ ଏହି ସକଳ ନପ୍ତାଲିର ବଂଶ । ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଚାରି ଶହ ଜଣ ।
ଗଣନା ପୁସ୍ତକ 26 : 51 (ORV)
ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା ଛଅ ଲକ୍ଷ ଏକ ହଜାର ସାତ ଶହ ତିରିଶ ଥିଲା ।
ଗଣନା ପୁସ୍ତକ 26 : 52 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 26 : 53 (ORV)
ନାମସଂଖ୍ୟାନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ ।
ଗଣନା ପୁସ୍ତକ 26 : 54 (ORV)
ଯାହାର ଲୋକ ବହୁତ, ତୁମ୍ଭେ ତାହାକୁ ବହୁତ ଅଧିକାର ଦେବ, ପୁଣି ଯାହାର ଲୋକ ଅଳ୍ପ, ତୁମ୍ଭେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ, ତାହାକୁ ସେତେ ଅଧିକାର ଦିଆଯିବ ।
ଗଣନା ପୁସ୍ତକ 26 : 55 (ORV)
ତଥାପି ଗୁଲିବାଣ୍ଟ ଦ୍ଵାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ ।
ଗଣନା ପୁସ୍ତକ 26 : 56 (ORV)
ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ ।
ଗଣନା ପୁସ୍ତକ 26 : 57 (ORV)
ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତ୍ଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ ।
ଗଣନା ପୁସ୍ତକ 26 : 58 (ORV)
ଲେବୀୟ ବଂଶ ଏହି; ଲିବ୍ନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୂଶୀୟ ବଂଶ, କୋରହୀ ବଂଶ ।
ଗଣନା ପୁସ୍ତକ 26 : 59 (ORV)
ସେହି କହାତର ପୁତ୍ର ଅମ୍ରମ୍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା । ସେ ଅମ୍ରମର ଔରସରେ ହାରୋଣ ଓ ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା ।
ଗଣନା ପୁସ୍ତକ 26 : 60 (ORV)
ହାରୋଣଠାରୁ ନାଦବ ଓ ଅବୀହୂ, ପୁଣି ଇଲୀୟାସର ଓ ଈଥାମର ଜନ୍ମିଲେ ।
ଗଣନା ପୁସ୍ତକ 26 : 61 (ORV)
ମାତ୍ର ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ ।
ଗଣନା ପୁସ୍ତକ 26 : 62 (ORV)
ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାʼନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ ।
ଗଣନା ପୁସ୍ତକ 26 : 63 (ORV)
ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଇସ୍ରାଏଲ-ସନ୍ତାନଗଣର ଗଣନାକାରୀ ମୋଶା ଓ ଇଲୀୟାସର ଯାଜକ ଦ୍ଵାରା ଏସମସ୍ତେ ଗଣାଗଲେ ।
ଗଣନା ପୁସ୍ତକ 26 : 64 (ORV)
ମାତ୍ର ସୀନୟ-ପ୍ରାନ୍ତରରେ ଇସ୍ରାଏଲ-ସନ୍ତାନଗଣର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ଵାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନ ଥିଲା ।
ଗଣନା ପୁସ୍ତକ 26 : 65 (ORV)
କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ଛଡ଼ା ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65