ଗଣନା ପୁସ୍ତକ 23 : 1 (ORV)
ଅନନ୍ତର ବିଲୀୟମ ବାଲାକଙ୍କୁ କହିଲା, ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ପାଇଁ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର ।
ଗଣନା ପୁସ୍ତକ 23 : 2 (ORV)
ତହିଁରେ ବାଲାକ ବିଲୀୟମର କଥାନୁସାରେ କଲେ; ପୁଣି ବାଲାକ ଓ ବିଲୀୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ ।
ଗଣନା ପୁସ୍ତକ 23 : 3 (ORV)
ତହୁଁ ବିଲୀୟମ ବାଲାକଙ୍କୁ କହିଲା, ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି; କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି। ପୁଣି ସେ ଏକ ଉଚ୍ଚ ସ୍ଥାନକୁ ଗଲା ।
ଗଣନା ପୁସ୍ତକ 23 : 4 (ORV)
ସେତେବେଳେ ପରମେଶ୍ଵର ବିଲିୟମକୁ ସାକ୍ଷାତ କଲେ; ତହିଁରେ ସେ ତାହାଙ୍କୁ କହିଲା, ମୁଁ ସାତ ଯଜ୍ଞବେଦି ପ୍ରସ୍ତୁତ କରିଅଛି ଓ ମୁଁ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଗୋବତ୍ସ ଓ ଏକ ମେଷ ଉତ୍ସର୍ଗ କରିଅଛି ।
ଗଣନା ପୁସ୍ତକ 23 : 5 (ORV)
ସେତେବେଳେ ସଦାପ୍ରଭୁ ବିଲୀୟମର ମୁଖରେ ଏକ ବାକ୍ୟ ଦେଇ ତାହାକୁ କହିଲେ, ତୁମ୍ଭେ ବାଲାକ ନିକଟକୁ ଫେରି ଯାଅ, ପୁଣି ତାହାକୁ ଏରୂପ କୁହ ।
ଗଣନା ପୁସ୍ତକ 23 : 6 (ORV)
ତହିଁରେ ସେ ତାଙ୍କ ନିକଟକୁ ଫେରିଗଲା, ସେ ସମୟରେ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ସେ ଓ ମୋୟାବର ଅଧିପତି ସମସ୍ତେ (ଠିଆ ହୋଇଥିଲେ) ।
ଗଣନା ପୁସ୍ତକ 23 : 7 (ORV)
ତହୁଁ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବାଲାକ ଅରାମଠାରୁ, ମୋୟାବର ରାଜା ପୂର୍ବ ଦିଗସ୍ଥିତ ପର୍ବତ-ଶ୍ରେଣୀରୁ ମୋତେ ଆଣିଅଛି; ଆସ, ଆମ୍ଭ ନିମନ୍ତେ ଯାକୁବକୁ ଶାପ ଦିଅ; ପୁଣି ଆସ, ଇସ୍ରାଏଲକୁ ଅଭିଶପ୍ତ କରସ ।
ଗଣନା ପୁସ୍ତକ 23 : 8 (ORV)
ପରମେଶ୍ଵର ଯାହାକୁ ଶାପ ଦେଇ ନାହାନ୍ତି, ମୁଁ କିରୂପେ ତାହାକୁ ଶାପ ଦେବି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି, ମୁଁ କିରୂପେ ତାହାକୁ ଅଭିଶପ୍ତ କରିବି?
ଗଣନା ପୁସ୍ତକ 23 : 9 (ORV)
କାରଣ ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି ଓ ଗିରିଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି । ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି, ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ ।
ଗଣନା ପୁସ୍ତକ 23 : 10 (ORV)
ଯାକୁବର ଧୂଳି କିଏ ଗଣିପାରେ? ଅବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ; ଧାର୍ମିକର ମରଣ ମୁଁ ମରେ, ମୋହର ଶେଷାବସ୍ଥା ତାହାର ତୁଲ୍ୟ ହେଉ ।
ଗଣନା ପୁସ୍ତକ 23 : 11 (ORV)
ଏଥିରେ ବାଲାକ ବିଲୀୟମକୁ କହିଲେ, ତୁମ୍ଭେ ଆମ୍ଭ ପ୍ରତି ଏ କି କଲ? ଆମ୍ଭର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ଆମ୍ଭେ ତୁମ୍ଭକୁ ନେଇଗଲୁ, ଆଉ ଦେଖ, ତୁମ୍ଭେ ସେମାନଙ୍କୁ ସର୍ବୋତୋଭାବେ ଆଶୀର୍ବାଦ କଲ ।
ଗଣନା ପୁସ୍ତକ 23 : 12 (ORV)
ତହିଁରେ ସେ ଉତ୍ତର ଦେଇ କହିଲା, ସଦାପ୍ରଭୁ ମୋʼ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ୍ ନୁହେଁ?
ଗଣନା ପୁସ୍ତକ 23 : 13 (ORV)
ଏଉତ୍ତାରେ ବାଲାକ କହିଲେ, ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ, ଏପରି ଅନ୍ୟ ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ; ତୁମ୍ଭେ କେବଳ ସେମାନଙ୍କର ଶେଷସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖି ପାରିବ ନାହିଁ; ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦିଅ ।
ଗଣନା ପୁସ୍ତକ 23 : 14 (ORV)
ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇ ଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ ।
ଗଣନା ପୁସ୍ତକ 23 : 15 (ORV)
ତହୁଁ ସେ ବାଲାକଙ୍କୁ କହିଲା, ମୁଁ ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ଵରଙ୍କ ସହିତ ସାକ୍ଷାତ୍ କରିବି, ସେପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ ।
ଗଣନା ପୁସ୍ତକ 23 : 16 (ORV)
ଏଥିରେ ସଦାପ୍ରଭୁ ବିଲୀୟମ ସହିତ ସାକ୍ଷାତ କଲେ, ପୁଣି ତାହାର ମୁଖରେ ଗୋଟିଏ, ବାକ୍ୟ ଦେଇ ତାହାକୁ କହିଲେ, ତୁମ୍ଭେ ବାଲାକ ନିକଟକୁ ଫେରି ଯାଇ ତାହାକୁ ଏହି କଥା କହିବ ।
ଗଣନା ପୁସ୍ତକ 23 : 17 (ORV)
ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ । ତେବେ ବାଲାକ ତାକୁ ପଚାରିଲେ, ସଦାପ୍ରଭୁ କଅଣ କହିଅଛନ୍ତି?
ଗଣନା ପୁସ୍ତକ 23 : 18 (ORV)
ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ହେ ବାଲାକ, ଉଠ, ଶ୍ରବଣ କର; ହେ ସିପ୍ପୋରର ପୁତ୍ର, ମୋʼ କଥାରେ କର୍ଣ୍ଣପାତ କର।
ଗଣନା ପୁସ୍ତକ 23 : 19 (ORV)
ପରମେଶ୍ଵର ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହଁନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?
ଗଣନା ପୁସ୍ତକ 23 : 20 (ORV)
ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି; ପୁଣି ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ ।
ଗଣନା ପୁସ୍ତକ 23 : 21 (ORV)
ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରି ନାହାନ୍ତି, କିଅବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖି ନାହାନ୍ତି; ସେମାନଙ୍କର ପରମେଶ୍ଵର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି ରାଜାର ଜୟଧ୍ଵନି ସେମାନଙ୍କ ମଧ୍ୟରେ ଅଛି ।
ଗଣନା ପୁସ୍ତକ 23 : 22 (ORV)
ପରମେଶ୍ଵର ସେମାନଙ୍କୁ ମିସରରୁ ବାହାର କରି ଆଣୁଅଛନ୍ତି; ଅରଣା ତୁଲ୍ୟ ସେମାନଙ୍କର ବଳ ।
ଗଣନା ପୁସ୍ତକ 23 : 23 (ORV)
ନିତା; ଯାକୁବ ପାଇଁ କୌଣସି ଗଣକତା ନାହିଁ, କିଅବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ; ଏହିକ୍ଷଣି ଯାକୁବ ବିଷୟରେ ଓ ଇସ୍ରାଏଲ ବିଷୟରେ କୁହାଯିବ, ପରମେଶ୍ଵର କି କର୍ମ କରିଅଛନ୍ତି! ଣଗୀତ. ୩୧:୧୯; ୪୪:୧
ଗଣନା ପୁସ୍ତକ 23 : 24 (ORV)
ଦେଖ, ସେହି ଲୋକସମୂହ ସିଂହୀ ପରି ଉଠୁଅଛନ୍ତି; ପୁଣି ସେ ସିଂହ ପରି ଆପଣାକୁ ଉଠାଉଅଛି; ଯେପର୍ଯ୍ୟନ୍ତ ସେ ଶିକାର ଭୋଜନ ନ କରେ ଓ ହତ ଲୋକମାନଙ୍କର ରକ୍ତ ପାନ ନ କରେ, ସେପର୍ଯ୍ୟନ୍ତ ଶୟନ କରିବ ନାହିଁ ।
ଗଣନା ପୁସ୍ତକ 23 : 25 (ORV)
ଅନନ୍ତର ବାଲାକବିଲୀୟମକୁ କହିଲେ, ତୁମ୍ଭେ ସେମାନଙ୍କୁ କିଛି ଶାପ ଦିଅ ନାହିଁ, କିଅବା ସେମାନଙ୍କୁ କିଛି ଆଶୀର୍ବାଦ କର ନାହିଁ ।
ଗଣନା ପୁସ୍ତକ 23 : 26 (ORV)
ତହିଁରେ ବିଲୀୟମ ଉତ୍ତର ଦେଇ ବାଲାକଙ୍କୁ କହିଲା, ସଦାପ୍ରଭୁ ମୋତେ ଯାହା କିଛି କହିବେ, ତାହା ହିଁ ମୁଁ କରିବି; ଏହା କି ମୁଁ ତୁମ୍ଭକୁ କହି ନାହିଁ?
ଗଣନା ପୁସ୍ତକ 23 : 27 (ORV)
ତହୁଁ ବାଲାକ ବିଲୀୟମକୁ କହିଲେ, ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବା; ହୋଇପାରେ, ସେସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦେବାର ପରମେଶ୍ଵରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ ।
ଗଣନା ପୁସ୍ତକ 23 : 28 (ORV)
ଏଣୁ ବାଲାକ ବିଲୀୟମକୁ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ ।
ଗଣନା ପୁସ୍ତକ 23 : 29 (ORV)
ତହିଁରେ ବିଲୀୟମ ବାଲାକଙ୍କୁ କହିଲା, ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ନିମନ୍ତେ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର ।
ଗଣନା ପୁସ୍ତକ 23 : 30 (ORV)
ତହୁଁ ବାଲାକ ବିଲୀୟମର କଥାନୁସାରେ କଲେ ଓ ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ ।
❮
❯