ଗଣନା ପୁସ୍ତକ 2 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
ଗଣନା ପୁସ୍ତକ 2 : 2 (ORV)
ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ଵରୂପ ଧ୍ଵଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ଵୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ ।
ଗଣନା ପୁସ୍ତକ 2 : 3 (ORV)
ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ଵଜାର ପଶ୍ଚାଦ୍ଗାମୀ ଲୋକ; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 4 (ORV)
ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଚଉସ୍ତରି ହଜାର ଛଅ ଶହ ।
ଗଣନା ପୁସ୍ତକ 2 : 5 (ORV)
ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 6 (ORV)
ତାହାର ଗଣିତ ସୈନ୍ୟସଂଖ୍ୟା ଚଉବନ ହଜାର ଚାରି ଶହ ।
ଗଣନା ପୁସ୍ତକ 2 : 7 (ORV)
ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍ ସବୂଲୂନ ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 8 (ORV)
ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ସତାବନ ହଜାର ଚାରି ଶହ ।
ଗଣନା ପୁସ୍ତକ 2 : 9 (ORV)
ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ । ସେମାନେ ପ୍ରଥମେ ଅଗ୍ରସର ହେବେ ।
ଗଣନା ପୁସ୍ତକ 2 : 10 (ORV)
ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ଵଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 11 (ORV)
ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ ।
ଗଣନା ପୁସ୍ତକ 2 : 12 (ORV)
ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 13 (ORV)
ତାହାର ଗଣିତ ସୈନ୍ୟସଂଖ୍ୟା ଊଣଷଠି ହଜାର ତିନି ଶହ ।
ଗଣନା ପୁସ୍ତକ 2 : 14 (ORV)
ତହୁଁ ଗାଦର ବଂଶ ରୁୟେଲର ପୁତ୍ର ଇଲୀୟାସଫ୍ ଗାଦ ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 15 (ORV)
ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ ।
ଗଣନା ପୁସ୍ତକ 2 : 16 (ORV)
ରୁବେନ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ । ସେମାନେ ଦ୍ଵିତୀୟରେ ଅଗ୍ରସର ହେବେ ।
ଗଣନା ପୁସ୍ତକ 2 : 17 (ORV)
ଏଉତ୍ତାରେ ସମାଗମ-ତମ୍ଵୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ଵ ସ୍ଵ ସ୍ଥାନରେ ଧ୍ଵଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ ।
ଗଣନା ପୁସ୍ତକ 2 : 18 (ORV)
ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 19 (ORV)
ଆଉ ତାହାର ଗଣିତ ସୈନ୍ୟସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ ।
ଗଣନା ପୁସ୍ତକ 2 : 20 (ORV)
ତାହା ପାଖରେ ମନଃଶି ବଂଶ ରହିବେ, ପୁଣି ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;
ଗଣନା ପୁସ୍ତକ 2 : 21 (ORV)
ତାହାର ଗଣିତ ସୈନ୍ୟସଂଖ୍ୟା ବତିଶ ହଜାର ଦୁଇ ଶହ ।
ଗଣନା ପୁସ୍ତକ 2 : 22 (ORV)
ତହୁଁ ବିନ୍ୟାମିନ ବଂଶ; ପୁଣି ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 23 (ORV)
ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ ।
ଗଣନା ପୁସ୍ତକ 2 : 24 (ORV)
ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠହଜାର ଏକ ଶହ । ସେମାନେ ତୃତୀୟରେ ଅଗ୍ରସର ହେବେ ।
ଗଣନା ପୁସ୍ତକ 2 : 25 (ORV)
ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେସର ଦାନ-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 26 (ORV)
ତାହାର ଗଣିତ ସୈନ୍ୟସଂଖ୍ୟା ବାଷଠି ହଜାର ସାତ ଶହ ।
ଗଣନା ପୁସ୍ତକ 2 : 27 (ORV)
ତାହା ପାଖରେ ଆଶେର୍ ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 28 (ORV)
ତାହାର ଗଣିତ ସୈନ୍ୟସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ ।
ଗଣନା ପୁସ୍ତକ 2 : 29 (ORV)
ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 30 (ORV)
ତାହାର ଗଣିତ ସୈନ୍ୟସଂଖ୍ୟା ତେପନ ହଜାର ଚାରି ଶହ ।
ଗଣନା ପୁସ୍ତକ 2 : 31 (ORV)
ଦାନ-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ । ସେମାନେ ଆପଣାମାନଙ୍କ ଧ୍ଵଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ ।
ଗଣନା ପୁସ୍ତକ 2 : 32 (ORV)
ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା ।
ଗଣନା ପୁସ୍ତକ 2 : 33 (ORV)
ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ ।
ଗଣନା ପୁସ୍ତକ 2 : 34 (ORV)
ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ଵଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: