ନିହିମିୟା 10 : 1 (ORV)
ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;
ନିହିମିୟା 10 : 2 (ORV)
ସରାୟ, ଅସରୀୟ, ଯିରିମୀୟ;
ନିହିମିୟା 10 : 3 (ORV)
ପଶ୍ହୂର, ଅମରୀୟ, ମଲକୀୟ;
ନିହିମିୟା 10 : 4 (ORV)
ହଟୁଶ୍, ଶବନୀୟ, ମଲ୍ଲୂକ୍;
ନିହିମିୟା 10 : 5 (ORV)
ହାରିମ୍, ମରେମୋତ୍, ଓବଦୀୟ;
ନିହିମିୟା 10 : 6 (ORV)
ଦାନିୟେଲ, ଗିନ୍ନଥୋନ, ବାଋକ୍;
ନିହିମିୟା 10 : 7 (ORV)
ମଶୁଲ୍ଲମ୍, ଅବୀୟ, ମୀୟାମୀନ ।
ନିହିମିୟା 10 : 8 (ORV)
ମାସୀୟ, ବିଲ୍ଗୟ, ଶମୟୀୟ; ଏମାନେ ଯାଜକ ଥିଲେ ।
ନିହିମିୟା 10 : 9 (ORV)
ଆଉ, ଲେବୀୟଗଣ, ଯଥା, ଅସନୀୟର ପୁତ୍ର ଯେଶୂୟ; ହେନାଦଦର ସନ୍ତାନଗଣ ମଧ୍ୟରୁ ବିନ୍ନୁୟି ଓ କଦ୍ମିୟେଲ ।
ନିହିମିୟା 10 : 10 (ORV)
ପୁଣି, ସେମାନଙ୍କର ଭ୍ରାତୃଗଣ, ଶବନୀୟ, ହୋଦୀୟ, କଲିଟ, ପଲାୟ, ହାନନ୍;
ନିହିମିୟା 10 : 11 (ORV)
ମୀଖା, ରହୋବ, ହଶବୀୟ;
ନିହିମିୟା 10 : 12 (ORV)
ସକ୍କୁର, ଶେରେବୀୟ, ଶବନୀୟ;
ନିହିମିୟା 10 : 13 (ORV)
ହୋଦୀୟ, ବାନି, ବନୀନୁ ।
ନିହିମିୟା 10 : 14 (ORV)
ଲୋକମାନଙ୍କର ପ୍ରଧାନବର୍ଗ, ଯଥା, ପରିୟୋଶ୍, ପହତ୍-ମୋୟାବ, ଏଲମ୍; ସତ୍ତୂ, ବାନି;
ନିହିମିୟା 10 : 15 (ORV)
ବୁନ୍ନି, ଅସ୍ଗଦ୍, ବେବୟ;
ନିହିମିୟା 10 : 16 (ORV)
ଅଦୋନୀୟ, ବିଗ୍ବୟ, ଆଦୀନ;
ନିହିମିୟା 10 : 17 (ORV)
ଆଟେର, ହିଜିକୀୟ, ଅସୂର;
ନିହିମିୟା 10 : 18 (ORV)
ହୋଦୀୟ, ହଶୁମ, ବେତ୍ସୟ,
ନିହିମିୟା 10 : 19 (ORV)
ହାରୀଫ୍, ଅନାଥୋତ୍, ନୋବୟ;
ନିହିମିୟା 10 : 20 (ORV)
ମଗ୍ପୀୟସ୍, ମଶୁଲ୍ଲମ୍, ହେଷୀର;
ନିହିମିୟା 10 : 21 (ORV)
ମଶେଷବେଲ୍, ସାଦୋକ୍, ଯଦ୍ଦୁୟ;
ନିହିମିୟା 10 : 22 (ORV)
ପଲାଟୀୟ, ହାନ୍ନ, ଅନାୟ;
ନିହିମିୟା 10 : 23 (ORV)
ହୋଶେୟ, ହନାନୀୟ, ହଶୂବ;
ନିହିମିୟା 10 : 24 (ORV)
ହଲୋହେସ୍, ପିଲହ, ଶୋବେକ;
ନିହିମିୟା 10 : 25 (ORV)
ରହୂମ୍, ହଶବ୍ନା, ମାସେୟ,
ନିହିମିୟା 10 : 26 (ORV)
ପୁଣି, ଅହୀୟ, ହାନନ୍, ଅନାନ୍;
ନିହିମିୟା 10 : 27 (ORV)
ମଲ୍ଲୂକ୍, ହାରିମ୍, ବାନା ।
ନିହିମିୟା 10 : 28 (ORV)
ପୁଣି, ଲୋକମାନଙ୍କର ଅବଶିଷ୍ଟାଂଶ, ଯାଜକମାନେ, ଲେବୀୟମାନେ, ଦ୍ଵାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କରି ପରମେଶ୍ଵରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ, ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ;
ନିହିମିୟା 10 : 29 (ORV)
ସେମାନେ ଆପଣାମାନଙ୍କ ଭ୍ରାତୃଗଣ, ଆପଣା-ମାନଙ୍କ କୁଳୀନଗଣ ପ୍ରତି ଆସକ୍ତ ହୋଇ ପରମେଶ୍ଵରଙ୍କ ଦାସ ମୋଶାଙ୍କ ଦ୍ଵାରା ଦତ୍ତ ପରମେଶ୍ଵରଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପ୍ରଭୁ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ଶାସନ ଓ ବିଧି ମନୋଯୋଗପୂର୍ବକ ପାଳିବା ପାଇଁ ଶପଥ ଓ ପ୍ରତିଜ୍ଞା କଲେ;
ନିହିମିୟା 10 : 30 (ORV)
ଆଉ କହିଲେ, ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣାମାନଙ୍କ କନ୍ୟାଗଣ ଦେବୁ ନାହିଁ, କିଅବା ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ;
ନିହିମିୟା 10 : 31 (ORV)
ଆଉ, ଦେଶସ୍ଥ ଲୋକମାନେ ବିଶ୍ରାମବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମଦିନରେ କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ; ଆଉ, ସପ୍ତମ ବର୍ଷ ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ି ଦେବୁ ।
ନିହିମିୟା 10 : 32 (ORV)
ଆହୁରି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ସେବାକାର୍ଯ୍ୟ ନିମନ୍ତେ,
ନିହିମିୟା 10 : 33 (ORV)
ଅର୍ଥାତ୍, ଦର୍ଶନୀୟ ରୋଟୀର ଓ ନିତ୍ୟ ଭକ୍ଷ୍ୟ-ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମବାରର, ଅମାବାସ୍ୟାର ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହର ସମସ୍ତ କାର୍ଯ୍ୟ ନିମନ୍ତେ ପ୍ରତି ବର୍ଷ ଏକ ଏକ ଶେକଲର ତୃତୀୟାଂଶ ଦାନ କରିବା ଭାର⇧ ଆପଣାମାନଙ୍କ ଉପରେ ନେବାର ବିଧାନ କଲୁ ।
ନିହିମିୟା 10 : 34 (ORV)
ପୁଣି, ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଯଜ୍ଞବେଦି ଉପରେ ଜ୍ଵଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ ।
ନିହିମିୟା 10 : 35 (ORV)
ଆହୁରି, ଆମ୍ଭମାନଙ୍କ ଭୂମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ,
ନିହିମିୟା 10 : 36 (ORV)
ମଧ୍ୟ ବ୍ୟବସ୍ଥାର ଲିଖନାନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଓ ଆମ୍ଭମାନଙ୍କ ଗୋପଲ ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ,
ନିହିମିୟା 10 : 37 (ORV)
ପୁଣି, ଆମ୍ଭମାନଙ୍କ ଚକ୍ଟା ମଇଦାର ଅଗ୍ରୀମାଂଶ ଓ ଆମ୍ଭମାନଙ୍କ ଉତ୍ତୋଳନୀୟ ଉପହାର ଓ ସର୍ବପ୍ରକାର ବୃକ୍ଷର ଫଳ, ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହର କୋଠରିକି ଆଣିବା ପାଇଁ, ଆଉ ଭୂମିଜାତ ଦ୍ରବ୍ୟର ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ; କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷି-ନଗରରେ ଦଶମାଂଶ ଆଦାୟ କରନ୍ତି ।
ନିହିମିୟା 10 : 38 (ORV)
ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କର ସନ୍ତାନ-ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ; ଆଉ, ଲେବୀୟମାନେ ପରମେଶ୍ଵରଙ୍କ ଗୃହସ୍ଥିତ ଭଣ୍ତାର-କୋଠରିକି ଦଶମାଂଶର ଦଶମାଂଶ ଆଣିବେ ।
ନିହିମିୟା 10 : 39 (ORV)
କାରଣ ପବିତ୍ର ସ୍ଥାନର ପାତ୍ରସବୁ ଓ ପରିଚାରକ-ଯାଜକମାନେ, ଆଉ ଦ୍ଵାରପାଳ ଓ ଗାୟକମାନେ ଯେଉଁସବୁ କୋଠରିରେ ଥାʼନ୍ତି, ସେଠାକୁ ଇସ୍ରାଏଲ-ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ; ପୁଣି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39

BG:

Opacity:

Color:


Size:


Font: