ନାହୂମ 2 : 1 (ORV)
ଯେଉଁ ଲୋକ କଚାଡ଼ି ଖଣ୍ତ ଖଣ୍ତ କରେ, ସେ ତୁମ୍ଭ (ନୀନିବୀ) ସମ୍ମୁଖରେ ଉପସ୍ଥିତ ହୋଇଅଛି; ଦୁର୍ଗ ରକ୍ଷା କର, ପଥ ନିରୀକ୍ଷଣ କର, ଆପଣା କଟି ଦୃଢ଼ କର, ଆପଣାକୁ ଅତିଶୟ ବଳବାନ କର ।
ନାହୂମ 2 : 2 (ORV)
କାରଣ ସଦାପ୍ରଭୁ ଇସ୍ରାଏଲର ଗୌରବ ନ୍ୟାୟ ଯାକୁବର ଗୌରବ ପୁନର୍ବାର ଆଣୁଅଛନ୍ତି; ଯେହେତୁ ଶୂନ୍ୟକାରୀମାନେ ସେମାନଙ୍କୁ ଶୂନ୍ୟ କରିଅଛନ୍ତି ଓ ସେମାନଙ୍କର ଦ୍ରାକ୍ଷାଲତାସବୁ ନଷ୍ଟ କରିଅଛନ୍ତି ।
ନାହୂମ 2 : 3 (ORV)
ତାହାର ବୀରଗଣର ଢାଲ ରକ୍ତୀକୃତ, ବିକ୍ରମୀଗଣ ସିନ୍ଦୂର ବର୍ଣ୍ଣ ବସ୍ତ୍ର ପରିହିତ; ତାହାର ଆୟୋଜନ ଦିନରେ ରଥସକଳ ଲୌହରେ ଚକ୍ଚକ୍ ଓ ବର୍ଚ୍ଛାସକଳ ଭୟାନକ ରୂପେ ଚାଳିତ ହୁଅଇ ।
ନାହୂମ 2 : 4 (ORV)
ରାଜଦାଣ୍ତସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି ।
ନାହୂମ 2 : 5 (ORV)
ସେ ଆପଣା ପ୍ରତାପାନ୍ଵିତ ଲୋକମାନଙ୍କୁ ସ୍ମରଣ କରେ; ସେମାନେ ଗମନ କରୁ କରୁ ଝୁଣ୍ଟି ପଡ଼ନ୍ତି; ସେମାନେ ତହିଁର ପ୍ରାଚୀର ଆଡ଼କୁ ଦୌଡ଼ାଦୌଡ଼ି କରନ୍ତି ଓ ଅବରୋଧ ଯନ୍ତ୍ର ସ୍ଥାପିତ ହୋଇଅଛି ।
ନାହୂମ 2 : 6 (ORV)
ନଦୀର ଦ୍ଵାରସବୁ ମୁକ୍ତ ହୋଇଅଛି ଓ ରାଜଗୃହ ମିଳେଇ ଯାଇଅଛି ।
ନାହୂମ 2 : 7 (ORV)
ପୁଣି, ହୁତ୍ସାବ ବିବସ୍ତ୍ରା ହୋଇଅଛି, ସେ ଦୂରକୁ ନୀତା ହୋଇଅଛି, ତାହାର ଦାସୀଗଣ ବକ୍ଷରେ ହାତ ମାରି କପୋତ ସ୍ଵର ପରି ଶୋକ କରୁଅଛନ୍ତି ।
ନାହୂମ 2 : 8 (ORV)
ମାତ୍ର ନୀନିବୀ ପୂର୍ବ କାଳଠାରୁ ଜଳବିଶିଷ୍ଟ ଏକ ପୁଷ୍କରିଣୀ ସ୍ଵରୂପା ହୋଇଅଛି; ତଥାପି ସେସମସ୍ତେ ପଳାୟନ କରନ୍ତି; ଛିଡ଼ା ହୁଅ, ଛିଡ଼ା ହୁଅ କହିଲେ ହେଁ କେହି ପଛକୁ ଅନାନ୍ତି ନାହିଁ ।
ନାହୂମ 2 : 9 (ORV)
ତୁମ୍ଭେମାନେ ରୂପା ଲୁଟ କର, ସୁନା ଲୁଟ କର, କାରଣ ସବୁ ପ୍ରକାର ମନୋହର ସାମଗ୍ରୀର ଐଶ୍ଵର୍ଯ୍ୟ ସ୍ଵରୂପ ଭଣ୍ତାରର ସୀମା ନାହିଁ ।
ନାହୂମ 2 : 10 (ORV)
ସେ ଖାଲି ଓ ଶୂନ୍ୟ ଓ ଉଜାଡ଼ ହୋଇଅଛି; ଅନ୍ତଃକରଣ ତରଳି ଯାଉଅଛି ଓ ଆଣ୍ଠୁରେ ଆଣ୍ଠୁ ବାଜୁଅଛି, ସମସ୍ତ କଟିରେ ବେଦନା ଅଛି ଓ ସେସମସ୍ତଙ୍କର ମୁଖ ମଳିନ ହୋଇଅଛି ।
ନାହୂମ 2 : 11 (ORV)
ସିଂହମାନଙ୍କର ଗର୍ତ୍ତ, ଯେଉଁ ସ୍ଥାନରେ ସିଂହ ଓ ସିଂହୀ ଓ ସିଂହଶାବକ ବିହାର କଲେ ଓ କେହି ସେମାନଙ୍କୁ ଭୟ ଦେଖାଇଲା ନାହିଁ, ଏପରି ଯୁବା ସିଂହଗଣର ଖାଇବା ସ୍ଥାନ କାହିଁ?
ନାହୂମ 2 : 12 (ORV)
ସିଂହ ଆପଣା ଶାବକଗଣ ନିମନ୍ତେ ଯଥେଷ୍ଟ ପଶୁ ବିଦୀର୍ଣ୍ଣ କରିଅଛି ଓ ଆପଣା ସିଂହୀଗଣ ନିମନ୍ତେ ଅନେକର ଗଳା ଟିପି ମାରିଅଛି, ଆଉ ଆପଣା ଗହ୍ଵର ମୃଗୟାରେ ଓ ଗର୍ତ୍ତ ବିଦୀର୍ଣ୍ଣ ପଶୁରେ ପୂର୍ଣ୍ଣ କରିଅଛି ।
ନାହୂମ 2 : 13 (ORV)
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଆମ୍ଭେ ତାହାର ରଥସବୁ ଦଗ୍ଧ କରି ଧୂଆଁରେ ଲୀନ କରିବା ଓ ଖଡ଼୍‍ଗ ତୁମ୍ଭର ଯୁବାସିଂହ-ଗଣକୁ ଗ୍ରାସ କରିବ; ପୁଣି, ଆମ୍ଭେ ପୃଥିବୀରୁ ତୁମ୍ଭର ମୃଗୟା ଉଚ୍ଛିନ୍ନ କରିବା ଓ ତୁମ୍ଭ ଦୂତଗଣର ରବ ଆଉ ଶୁଣାଯିବ ନାହିଁ ।

1 2 3 4 5 6 7 8 9 10 11 12 13