ମାଥିଉଲିଖିତ ସୁସମାଚାର 28 : 1 (ORV)
ବିଶ୍ରାମବାର ଶେଷ ହେଲା ଉତ୍ତାରେ ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ ମଗ୍ଦଲିନୀ ମରୀୟମ ଓ ଅନ୍ୟ ମରୀୟମ ସମାଧି ଦେଖିବାକୁ ଆସିଲେ।
ମାଥିଉଲିଖିତ ସୁସମାଚାର 28 : 2 (ORV)
ଆଉ ଦେଖ, ମହା ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ଵର୍ଗରୁ ଓହ୍ଲାଇ ଆସି ସେହି ପଥରଖଣ୍ତିକ ଗଡ଼ାଇଦେଇ ତାହା ଉପରେ ବସିଲେ ।
ମାଥିଉଲିଖିତ ସୁସମାଚାର 28 : 3 (ORV)
ତାଙ୍କ ରୂପ ବିଜୁଳି ପରି ଓ ତାଙ୍କର ବସ୍ତ୍ର ହିମ ପରି ଶୁଭ୍ରବର୍ଣ୍ଣ ଥିଲା,
ମାଥିଉଲିଖିତ ସୁସମାଚାର 28 : 4 (ORV)
ପୁଣିତାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବତ୍ ହେଲେ ।
ମାଥିଉଲିଖିତ ସୁସମାଚାର 28 : 5 (ORV)
କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କର ଅନ୍ଵେଷଣ କରୁଅଛ, ତାହା ମୁଁ ଜାଣେ ।
ମାଥିଉଲିଖିତ ସୁସମାଚାର 28 : 6 (ORV)
ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି। ଆସ, ସେ ଯେଉଁଠାରେ ଶୋଇଥିଲେ, ସେହି ସ୍ଥାନ ଦେଖ ।
ମାଥିଉଲିଖିତ ସୁସମାଚାର 28 : 7 (ORV)
ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକି ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି ।
ମାଥିଉଲିଖିତ ସୁସମାଚାର 28 : 8 (ORV)
ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ପ୍ରସ୍ଥାନ କରି ତାହାଙ୍କ ଶିଷ୍ୟମାନଙ୍କୁ ସମ୍ଵାଦ ଦେବା ନିମନ୍ତେ ଦୌଡ଼ିଲେ ।
ମାଥିଉଲିଖିତ ସୁସମାଚାର 28 : 9 (ORV)
ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ୍ କରି କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ । ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ ।
ମାଥିଉଲିଖିତ ସୁସମାଚାର 28 : 10 (ORV)
ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକି ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ ।
ମାଥିଉଲିଖିତ ସୁସମାଚାର 28 : 11 (ORV)
ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀଦଳ ମଧ୍ୟରୁ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟନାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ ।
ମାଥିଉଲିଖିତ ସୁସମାଚାର 28 : 12 (ORV)
ସେମାନେ ପ୍ରାଚୀନବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ଉତ୍ତାରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ,
ମାଥିଉଲିଖିତ ସୁସମାଚାର 28 : 13 (ORV)
ତୁମ୍ଭେମାନେ କୁହ, ଆମ୍ଭେମାନେ ଶୋଇପଡ଼ିଥିବା ସମୟରେ ତାହାର ଶିଷ୍ୟମାନେ ରାତିରେ ଆସି ତାହାକୁ ଚୋରି କରି ନେଇଗଲେ ।
ମାଥିଉଲିଖିତ ସୁସମାଚାର 28 : 14 (ORV)
ପୁଣି, ଏ କଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା ।
ମାଥିଉଲିଖିତ ସୁସମାଚାର 28 : 15 (ORV)
ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ । ଏଣୁ ଏହି କଥା ଯିହୁଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି ।
ମାଥିଉଲିଖିତ ସୁସମାଚାର 28 : 16 (ORV)
କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକି ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ ।
ମାଥିଉଲିଖିତ ସୁସମାଚାର 28 : 17 (ORV)
ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ ।
ମାଥିଉଲିଖିତ ସୁସମାଚାର 28 : 18 (ORV)
ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି ।
ମାଥିଉଲିଖିତ ସୁସମାଚାର 28 : 19 (ORV)
ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,
ମାଥିଉଲିଖିତ ସୁସମାଚାର 28 : 20 (ORV)
ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗା; ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: